ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ସେଗେମେଣ୍ଟ ସାଙ୍ଗକୁ ବର୍ତ୍ତମାନ ଲାପଟପ୍ ବଜାରରେ ଏଣ୍ଟ୍ରି ମାରିଛି ରିଲାଏନ୍ସ ଜିଓ । କମ୍ପାନୀ ସବୁଠୁ ସୁଲଭ ମୂଲ୍ୟରେ ଲାପଟପ୍ ଯୋଗାଇ ଦେବାର ସର୍ତ୍ତ ପୂରଣ କରିଛି । ଶେଷରେ କମ୍ପାନୀ ଭାରତରେ ଜିଓବୁକ୍ ଲାପଟପ୍ ଲଞ୍ଚ୍ କରିଛି(JioBook laptop launched in India finally) । ଜିଓବୁକ୍ ଲାପଟପ୍ ଚଳିତ ମାସ ଆରମ୍ଭରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ଡେବ୍ୟୁ ହୋଇଥିଲା, ଏହାର କିଛି ସମୟ ପରେ ସରକାରୀ ଇ-ମାର୍କେଟପ୍ଲେସ୍ (GeM) ମାଧ୍ୟମରେ ଲାପଟପ୍ ବିକ୍ରି ଆରମ୍ଭ ହୋଇଛି ।
ସବୁଠୁ ବଡ କଥା ହେଉଛି କି, ସୁଲଭ ମୂଲ୍ୟରେ ଏହି ଲାପଟପ୍ ଯୋଗାଇ ଦେଉଛି ଜିଓ । କମ୍ପାନୀର ଜିଓବୁକ୍ ଲାପଟପ୍ ମୂଲ୍ୟ 15,999 ଟଙ୍କା ରହିଛି । ଏଥିରେ 11.6 ଇଞ୍ଚ ଡିସପ୍ଲେ, ସ୍ନାପଡ୍ରାଗଡ 665 SOC ପ୍ରୋସେସର୍ ଏବଂ 5000 mAh ବ୍ୟାଟେରୀ ରହିଛି । ଜିଓବୁକ୍କୁ ଥରେ ଚାର୍ଜ କଲେ ଏହା 8 ଘଣ୍ଟା ପର୍ଯ୍ୟନ୍ତ କାମ କରିବ ।
JioBook ଲାପଟପ୍ର ବିଶେଷତା:-
ଏଥିରେ 4G ସିମ୍ କାର୍ଡ ପାଇଁ ସ୍ଲଟ୍ ରହି ଥିବାବେଳେ ବ୍ଲୁଟୁଥ୍ 5.0, HDMI ମିନି ପୋର୍ଟ, ୱାଇ-ଫାଇ, 1W ଷ୍ଟେରିଓ ସ୍ପିକର, 3.5 MM ଅଡିଓ ଜ୍ୟାକ୍ ଓ 2 ମେଗା ପିକ୍ସେଲ୍ ୱେବ୍ କ୍ୟାମେରା ମଧ୍ୟ ରହିଛି । ସେହିପରି ଲାପ୍ଟପ୍ରେ 2GB RAM ଏବଂ 32GB ଷ୍ଟୋରେଜ୍ କ୍ଷମତା ରହିଛି । ମାଇକ୍ରୋ SD card ବ୍ୟବହାର କରି ଷ୍ଟୋରେଜ କ୍ଷମତା 128GB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । କମ୍ପାନୀ, କ୍ବାଲକମ୍ ଓ ମାଇକ୍ରୋସଫ୍ଟ ସହଯୋଗିତାରେ ଏହି ଲାପଟପ୍ ପ୍ରସ୍ତୁତ କରିଛି ।
ଭାରତରେ ଜିଓବୁକ୍ ଲାପଟପ୍ ମୂଲ୍ୟ, ବ୍ୟାଙ୍କ ଅଫର୍:-
ଭାରତରେ ରିଲାଏନ୍ସ ଡିଜିଟାଲ୍ ପ୍ଲାଟଫର୍ମରେ ଜିଓ ବୁକ୍ ଲାପଟପ୍ର ମୂଲ୍ୟ 15,799 ଟଙ୍କା । ଏହା ବ୍ୟତୀତ କମ୍ପାନୀ କିଛି ବ୍ୟାଙ୍କ ଅଫର ମଧ୍ୟ ଦେଉଛି । ଲାପଟପ୍ କିଣୁଥିବା ଗ୍ରାହକମାନେ ଆକ୍ସିସ୍, କୋଟାକ୍, ଆଇସିଆଇସିଆଇ, ଏଚଡିଏଫସି, ଏୟୁ, ଇଣ୍ଡୁସ୍ଇଣ୍ଡ, ଡିବିଏସ୍, ୟେସ୍ ଏବଂ ଅନ୍ୟାନ୍ୟ ଅଗ୍ରଣୀ ବ୍ୟାଙ୍କରୁ କ୍ରେଡିଟ୍ କାର୍ଡ ସହିତ ଏହି ଲାପଟପ୍ ଉପରେ 10 ପ୍ରତିଶତ ତତକ୍ଷଣାତ୍ ରିହାତି ପାଇପାରିବେ । ଏହି ଲାପଟପ୍ ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଏକ ଅଂଶ, ଏହା ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି ।