ETV Bharat / science-and-technology

Best Prepaid plan: କେଉଁ ଟେଲିକମ କମ୍ପାନୀ ଦେଉଛି ସବୁଠୁ ଶସ୍ତା ପ୍ଲାନ, ଜାଣି ନିଅନ୍ତୁ

author img

By

Published : Jul 13, 2023, 3:20 PM IST

ଭାରତରେ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ ରହିଛି । ଯେଉଁଥିରେ ସମସ୍ତ ତିନୋଟି ଅପରେଟର ସେମାନଙ୍କ ଗ୍ରାହକଙ୍କ ପାଇଁ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନ ପ୍ରଦାନ କରିଛନ୍ତି। ତେବେ ଜାଣନ୍ତୁ କେଉଁଟା ସବୁଠାରୁ ବେଷ୍ଟ ପ୍ରିପେଡ ପ୍ଲାନ

Best prepiad plan
Best prepiad plan

ହାଇଦ୍ରାବାଦ: ବର୍ତ୍ତମାନ ଟେଲିକମ୍ ଇଣ୍ଡଷ୍ଟ୍ରିରେ ରିଲାଏନ୍ସ ଜିଓର ସବୁଠାରୁ ଅଧିକ ୟୁଜରବେସ ରହିଛି । ଏହା ପରେ ଏୟାରଟେଲର ଏବଂ ଏହା ପଛକୁ ଭୋଡାଫୋନ୍ ରହିଛି । ଜିଓ ଏବଂ ଏୟାରଟେଲ ଦେଶରେ 5G ନେଟୱାର୍କ ରୋଲ କରିଥିବାବେଳେ VI ଅର୍ଥର ଅଭାବ ହେତୁ ବର୍ତ୍ତମାନ ସୁଧା 5G ନେଟୱାର୍କ ଲଞ୍ଚ କରିବାରେ ସମର୍ଥ ହୋଇପାରିନାହିଁ । ତେବେ ଆପଣ ଜାଣିଛନ୍ତି କି କେଉଁ କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ ରହିଛି । ଭାଲିଡିଟି ପ୍ଲାନ କାହାର ସବୁଠାରୁ ଭଲ ଜାଣନ୍ତୁ ।

ଜିଓ-vi ଏବଂ ଏୟାରଟେଲ ମଧ୍ୟରୁ କାହାର ପ୍ଲାନ ସବୁଠାରୁ ମହଙ୍ଗା ଅଟେ:

  1. ଯଦି ଜିଓର ପ୍ଲାନ କଥା ଦେଖିବା ତାହେଲେ କମ୍ପାନୀର ସବୁଠାରୁ ମହଙ୍ଗା ପ୍ରିପେଡ୍ ପ୍ଲାନ ହେଉଛି 2,999 ଟଙ୍କା । ଏଥିରେ କମ୍ପାନୀ ଦୈନିକ 2.5GB ଇଣ୍ଟରନେଟ୍, 100 SMS ଏବଂ ଅନଲିମିଟେଡ କଲିଂର ସୁବିଧା ଦେଇଥାଏ। ଏହାର ଭାଲିଡିଟି 1 ବର୍ଷ ବା 365 ଦିନ ରହିଛି। ଏହା ବ୍ୟତୀତ କମ୍ପାନୀ 75 ଜିବି ଇଣ୍ଟରନେଟ୍ ଦେଇଥାଏ । ଏହା ସହିତ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡର ସବସ୍କ୍ରିପସନ୍ ମଧ୍ୟ ଦେଇଥାଏ।
  2. ଏୟାରଟେଲର ସବୁଠାରୁ ମହଙ୍ଗା ପ୍ରିପେଡ ପ୍ଲାନ ହେଉଛି 3,359 ଟଙ୍କା । ଏଥିରେ କମ୍ପାନୀ ଦୈନିକ 2.5 ଜିବି ଇଣ୍ଟରନେଟ୍, 100 ଏସ୍ଏମ୍ଏସ୍ ଏବଂ 365 ଦିନ ପାଇଁ ଅନଲିମିଟେଡ କଲର ସୁବିଧା ଦେଇଥାଏ । ଏହା ବ୍ୟତୀତ ଡିଜନି ପ୍ଲସ୍ ହଟଷ୍ଟାରର ମୋବାଇଲ୍ ସବସ୍କ୍ରିପସନ୍ ଯୋଜନାରେ ଏକ ବର୍ଷ ପାଇଁ ମାଗଣା ଦେଖିବାର ସୁବିଧା ଦେଇଥାଏ ।
  3. ଭୋଡାଫୋନ୍ ଆଇଡିଆର 3,099 ଟଙ୍କା ପ୍ଲାନରେ କମ୍ପାନୀ 365 ଦିନ ପାଇଁ ଦୈନିକ 2GB ଇଣ୍ଟରନେଟ୍, 100 ଏସ୍ଏମ୍ଏସ୍ ଏବଂ ଏନଲିମିଟେଡ କଲର ସୁବିଧା ଦେଇଥାଏ । ଏହା ବ୍ୟତୀତ ଗ୍ରାହକମାନେ ଗୋଟିଏ ବର୍ଷ ପାଇଁ ଡିସ୍ନି ପ୍ଲସ୍ ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍, ପ୍ରତି ମାସରେ ଅତିରିକ୍ତ 2 ଜିବି ବ୍ୟାକଅପ୍ ଡାଟା ଏବଂ ସକାଳ 12 ରୁ 6 ଟା ପର୍ଯ୍ୟନ୍ତ ଅନଲିମିଟେଡ ଡାଟା ପ୍ରଦାନ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ସବୁଠୁ ଶସ୍ତା 4G ଫୋନ, ଲଞ୍ଚ ହେଲା Jio Bharat V2 ଫୋନ

କାହାର ପ୍ଲାନ ସବୁଠାରୁ ଉତ୍ତମ: ଯଦି ସବୁ ବିଷୟରେ ଅନୁଧ୍ୟାନ କରିବା ତେବେ ଜିଓର ଯୋଜନା ସର୍ବୋତ୍ତମ କାରଣ ଏଥିରେ କମ୍ପାନୀ କମ୍ ଟଙ୍କାରେ ସମସ୍ତ ସୁବିଧା ପ୍ରଦାନ କରୁଛି । ଜିଓ ସିନେମା ବର୍ତ୍ତମାନ ଏକ ଲୋକପ୍ରିୟ OTT ହୋଇପାରିଛି ଏବଂ ପ୍ରତି ସପ୍ତାହରେ ନୂଆ ଚଳଚ୍ଚିତ୍ର ଆସୁଛି । ଜିଓ ପରେ ଭୋଡାଫୋନ-ଆଇଡିଆ ସର୍ବୋତ୍ତମ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.