ETV Bharat / science-and-technology

Japan Moon Mission: ଉତକ୍ଷେପଣ ହେଲା ଜାପାନର ମୁନ ମିଶନ ସ୍ଲିମ ଲ୍ୟାଣ୍ଡର, ଶୁଭେଚ୍ଛା ଜଣାଇଲା ଇସ୍ରୋ

author img

By ETV Bharat Odisha Team

Published : Sep 7, 2023, 11:58 AM IST

ଉତକ୍ଷେପଣ ହେଲା ଜାପାନର ମୁନ ମିଶନ ସ୍ଲିମ ଲ୍ୟାଣ୍ଡର । ଜାପାନର ସ୍ପେସ୍ ଏଜେନ୍ସି ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ ଏଜେନ୍ସିକୁ ଶୁଭେଚ୍ଛା ଜଣାଇଲା ଇସ୍ରୋ । ଅଧିକ ପଢନ୍ତୁ

Japan Moon Mission
Japan Moon Mission

ହାଇଦ୍ରାବାଦ: ଭାରତର ମୁନ ମିଶନ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଛି । ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ପ୍ରଥମ ଦେଶ ହୋଇଛି ଭାରତ । ଏହାରି ଭିତରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ନିଜର କାର୍ଯ୍ୟ ଶେଷ କରି ସ୍ଲିପମୋଡକୁ ଚାଲିଯାଇଥିବା ବେଳେ ଆଜି ମୁନ ମିଶନ ଆରମ୍ଭ କରିଛି ଜାପାନ । ଆଜି(ଗୁରୁବାର)ସ୍ଲିମ ଲ୍ୟାଣ୍ଡରକୁ ଉତକ୍ଷେପଣ କରିଛି ଜାପାନ । H-IIA ରକେଟ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯାଇଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିବା ବେଳେ ବୈଶିକ ଅନ୍ତରୀକ୍ଷ ସମୁଦାୟ ପାଇଁ ଗର୍ବର ବିଷୟ ବୋଲି କୁହାଯାଇଛି ।

  • Congratulations @JAXA_en on the successful launch of the SLIM lander to the moon.
    Best wishes for another successful lunar endeavour by the global space community. https://t.co/7HSjtoFHx7

    — ISRO (@isro) September 7, 2023 " class="align-text-top noRightClick twitterSection" data=" ">

କହିରଖୁଛୁ କି, ଭାରତ ଜୁଲାଇ14 ତାରିଖରେ ଚନ୍ଦ୍ରଯାନ-3 ସାଟେଲାଇଟକୁ ଉତକ୍ଷେପଣ କରିଥିବା ବେଳେ ଏହା ପଛେପଛେ ଋଷ ଲୁନା 25କୁ ଲଞ୍ଚ କରିଥିଲା । ଲ୍ୟାଣ୍ଡିର 24 ଘଣ୍ଟା ପୂର୍ବରୁ ଅର୍ଥାତ ଅଗଷ୍ଟ 20 ତାରିଖରେ ଲୁନା 25 ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ରାସ ହୋଇଯାଇଥିଲା ।

ତେବେ ଜାପାନର ମୁନ ମିଶନ ସ୍ଲିମରୁ ଉତକ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଜାପାନର ସ୍ପେସ୍ ଏଜେନ୍ସି ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ ଏଜେନ୍ସିକୁ ଅଭିନନ୍ଦନ ଜଣାଇଛି । ଏକ୍ସରେ ଟ୍ବିଟ କରି ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "ଜାପାନର ମୁନ ମିଶନ ସ୍ଲିମର ଉତକ୍ଷେପ ପାଇଁ ହାର୍ଦ୍ଦିକ ଅଭିନନ୍ଦନ । ବିଶ୍ୱ ସ୍ପେସ୍ ସମ୍ପ୍ରଦାୟ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଆମେ ସମଗ୍ର ସ୍ପେସ୍ କମ୍ୟୁନିଟିକୁ ଅଭିନନ୍ଦନ ଜଣାଉଛୁ ।"

ଏହା ମଧ୍ୟ ପଢନ୍ତୁ: Russia's moon mission fail: ଋଷକୁ ବଡ଼ ଝଟକା, ଲ୍ୟାଣ୍ଡିଂର 24 ଘଣ୍ଟା ପୂର୍ବରୁ କ୍ରାସ୍‌ ହୋଇଗଲା ଲୁନା-25

ସଫଳତା ପୂର୍ବକ ଲଞ୍ଚିଂ ପରେ ଜାପାନ ପକ୍ଷରୁ କୁହାଯାଇଛି ଯେ, "ତନେଗାସିମା ଅନ୍ତରୀକ୍ଷ କେନ୍ଦ୍ରରୁ ଏକ୍ସରେ ଇମେଜିଂ ଏବଂ ସ୍ପେଟ୍ରୋସ୍ପୋପି ମିଶନ(XRISM) ଏବଂ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେଟିଂ ମୁନ(SLIM)କୁ ଆଜି ଅର୍ଥାତ ସେପ୍ଟେମ୍ବର 7 ତାରିଖ ସକାଳ 8ଟା 42 ମିନଟ 11 ସେକେଣ୍ଡରେ ଲଞ୍ଚ କରାଯାଇଛି । ଭେଇକଲ ନମ୍ବର 47ରେ ଲଞ୍ଚ କରାଯାଇଛି।"

ସମସ୍ତ କାର୍ଯ୍ୟ ଯୋଜନା ମୁତାବକ ହୋଇଛି: ଜାପାନ ଏଜେନ୍ସି

ସ୍ଲିମକୁ ନେଇ ଜାପାନ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, "ସବୁ କିଛି ଯୋଜନା ମୁତାବକ ହୋଇଛି । ମହାକାଶଯାନକୁ ଧାର୍ଯ୍ୟ ସମୟରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର 14 ମିନିଟ 19 ସେକେଣ୍ଡ ପରେ XRISM ପ୍ରକ୍ଷେପଣ ଯାନରୁ ଅଲଗା ହୋଇଯାଇଛି । ଏହାପରେ ଉତକ୍ଷେପଣର ପ୍ରାୟ 47 ମିନିଟ୍ 33 ସେକେଣ୍ଡରେ SLIM ସଫଳତାର ସହିତ ଅଲଗା ହୋଇଯାଇଥିଲା । XRISM ଏବଂ SLIM ର ଲଞ୍ଚିଂରେ ଜଡିତ ସମସ୍ତଙ୍କୁ ସହଯୋଗ ପାଇଁ ଆମେ ଧନ୍ୟବାଦ ଜଣାଉଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.