ETV Bharat / science-and-technology

Mission Chandrayaan-3: ସଫଳ ହେଲା କ୍ରାୟୋଜେନିକ୍ ଇଞ୍ଜନ୍ ପରୀକ୍ଷଣ, ଜୁନ୍‌ରେ ଉତ୍‌କ୍ଷେପଣ

author img

By

Published : Feb 28, 2023, 5:23 PM IST

ମିଶନ ଚନ୍ଦ୍ରଯାନ-3 ର କ୍ରାୟୋଜେନିକ୍ ଇଞ୍ଜନ୍ ପରୀକ୍ଷଣ ସଫଳ । ଜୁନ୍‌ରେ ଚନ୍ଦ୍ରପୃଷ୍ଠକୁ ଯିବ ଚନ୍ଦ୍ରଯାନ-3 । ଅଧିକ ପଢନ୍ତୁ

Mission Chandrayaan-3
Mission Chandrayaan-3

ବେଙ୍ଗାଲୁରୁ: ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ମିଶନ ଚନ୍ଦ୍ରଯାନ-3 ର କ୍ରାୟୋଜେନିକ୍ ଇଞ୍ଜନ୍ ପରୀକ୍ଷଣ ସଫଳ ହୋଇଥିବା ସୂଚନା । ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO) ଅନୁଯାୟୀ, ଚନ୍ଦ୍ରଯାନ-3 ମିଶନ ପାଇଁ ଲଞ୍ଚ ଯାନର ସିଏ-20 କ୍ରାୟୋଜେନିକ୍ ଇଞ୍ଜିନ ସଫଳତାର ସହ ପରୀକ୍ଷଣ ହୋଇଛି । ଆସନ୍ତା ଜୁନ୍‌ରେ ଚନ୍ଦ୍ରଯାନ-3 ଉତ୍‌କ୍ଷେପଣ ହେବ ।

ISRO ମୁଖ୍ୟାଳୟ(ବେଙ୍ଗାଲୁରୁ) ଅଧିକାରୀଙ୍କ କହିବା ଅନୁସାରେ, ଫେବୃଆରୀ 24 ରେ ତାମିଲନାଡୁର ମହେନ୍ଦ୍ରଗିରି ଠାରେ ଥିବା ISRO ପ୍ରପୁଲସନ୍ କମ୍ପ୍ଲେକ୍ସରେ ଏହି ପରୀକ୍ଷଣ ସରିଛି । ଉଚ୍ଚ ଉଚ୍ଚତା ପରୀକ୍ଷା ସୁବିଧା(High Altitude Test Facility)ରେ ଯୋଜନାବଦ୍ଧ ସମୟ 25 ସେକେଣ୍ଡ ପାଇଁ ଏହି ହଟ୍ ଟେଷ୍ଟ କରାଯାଇଥିଲା । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ସନ୍ତୋଷଜନକ ଥିବା ଅଧିକାରୀମାନେ କହିଛନ୍ତି । କ୍ରାୟୋଜେନିକ୍ ଇଞ୍ଜିନ୍‌କୁ ଏକତ୍ର ଉତ୍‌କ୍ଷେପଣ ପାଇଁ ପ୍ରୋପେଲାଣ୍ଟ ଟ୍ୟାଙ୍କ, ଷ୍ଟେଜ୍ ଷ୍ଟ୍ରକ୍ଚର ଏବଂ ସମ୍ବନ୍ଧିତ ଟ୍ରବ୍ ଲାଇନ୍ ସହ ଏକୀକୃତ କରାଯିବ ।

ଏହା ମଧ୍ୟ ପଢନ୍ତୁ:- National Science Day: ସିଭି ରମଣଙ୍କ 'ଆଲୋକ ରଶ୍ମି' ବିଜ୍ଞାନରେ ଭରିଥିଲା ନୂଆ କିରଣ

ଏହାପୂର୍ବରୁ, ISRO ଚନ୍ଦ୍ରଯାନ-3 ର ଲ୍ୟାଣ୍ଡର ପରୀକ୍ଷଣ ସଫଳତାର ସହ କରିଛି ​​। ISRO କହିଛି ଯେ, ମହାକାଶ ପରିବେଶରେ ଉପଗ୍ରହ ପ୍ରଣାଳୀର କାର୍ଯ୍ୟକାରିତା ଏବଂ ଆଶା କରାଯାଉଥିବା ବୈଦ୍ୟୁତିକ ଚୁମ୍ବକୀୟ ସ୍ତର ସହିତ ଏହାର ସୁସଙ୍ଗତତା ନିଶ୍ଚିତ କରିବାକୁ ସାଟେଲାଇଟ୍ ମିଶନ ପାଇଁ EMI/EMC ପରୀକ୍ଷା କରାଯାଏ । ସାଟେଲାଇଟ୍ ନିର୍ମାଣ ଦିଗରେ ଏହି ପରୀକ୍ଷଣ ଏକ ପ୍ରମୁଖ ଭୂମିକା ନିଭାଇବ ବୋଲି ମହାକାଶ ଏଜେନ୍ସି କହିଛି ।

ଏହା ମଧ୍ୟ ପଢନ୍ତୁ:-ଆସନ୍ତା ଜୁନରେ ଚନ୍ଦ୍ରଯାନ-3: ଇସ୍ରୋ ଅଧ୍ୟକ୍ଷ

କହି ରଖୁଛୁ ଯେ, ଚନ୍ଦ୍ରଯାନ-3 ହେଉଛି ଭାରତର ତୃତୀୟ ଚନ୍ଦ୍ର ମିଶନ । ଏହାର ଉଦ୍ଦେଶ୍ୟ ହେଉଛି, ରୋଭରର ଚନ୍ଦ୍ର ପୃଷ୍ଠରେ ନିରାପଦରେ ଅବତରଣ କରିବା ଏବଂ ନମୁନା ସଂଗ୍ରହ କରିବାର କ୍ଷମତା ପ୍ରଦର୍ଶନ କରିବା । ISRO ଏହାକୁ ଜୁନ୍ ମାସରେ ଲଞ୍ଚ କରିବାକୁ ଯୋଜନା କରୁଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଲଞ୍ଚ୍ ଭେଇକିଲ ମାର୍କ-3 (LVM-3) ମାଧ୍ୟମରେ ଚନ୍ଦ୍ରାୟନ-3 ଚନ୍ଦ୍ରପୃଷ୍ଠ ଦିଗରେ ଅଗ୍ରସର ହେବ । ଏହା ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ଲଞ୍ଚ୍ କରାଯାଇଥିଲା । କିନ୍ତୁ ଲ୍ୟାଣ୍ଡର ରୋଭର ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇରୁ ଅଧାରେ ଅଟକିଥିଲା ମିଶନ । ତେଣୁ ଚନ୍ଦ୍ରଯାନ-୩ ରୋଭର ବୈଶିଷ୍ଟ ଚନ୍ଦ୍ରଯାନ-୨ ଠାରୁ ଅଲଗା ବୋଲି ଇସ୍ରୋ ପକ୍ଷରୁ କୁହାଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.