ETV Bharat / science-and-technology

ଇସ୍ରୋର ଐତିହାସିକ ମିଶନ, ଉତକ୍ଷେପଣ ହେଲା ଏକ୍ସପୋସାଟ୍‌ ସାଟେଲାଇଟ୍‌

author img

By ETV Bharat Odisha Team

Published : Jan 1, 2024, 9:26 AM IST

Updated : Jan 1, 2024, 9:50 AM IST

XPoSat Mission launch: ସଫଳତାର ସହ ଉତକ୍ଷେପଣ ହେଲା ଏକ୍ସପୋସାଟ୍‌ ସାଟେଲାଇଟ୍‌ । ଅଧିକ ପଢନ୍ତୁ

XPoSat Mission launch
XPoSat Mission launch

ହାଇଦ୍ରାବାଦ: ନୂଆ ବର୍ଷରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନୂଆ ଅଭିଯାନ ଆରମ୍ଭ ହୋଇଛି । ପୂର୍ବରୁ ନିର୍ଦ୍ଧାରିତ ସମୟରେ ଆଜି(ସୋମବାର) ସକାଳ 9ଟା 10 ମିନିଟ ସମୟର ଏକ୍ସରେ ପୋଲାରିମିଟର ସାଟେଲାଇଟକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଲଞ୍ଚ କରାଯାଇଛି । ପିଏସଏଲଭି ସି85 ରକେଟ ସାହାଯ୍ୟରେ ଏହାର ଉତକ୍ଷେପଣ କରାଯାଇଛି । ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍ ଷ୍ଟାର ସମ୍ପର୍କରେ ଅଧ୍ୟୟନ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ଅର୍ଥାତ 2023 ମସିହାରେ ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ ଏଲ-1ର ଐତିହାସିକ ସଫଳତା ପରେ ଚଳିତ ବର୍ଷର ପ୍ରଥମ ଦିନରେ ମହାକାଶ କ୍ଷେତ୍ରରେ ଆଉ ଏକ ପଦକ୍ଷେପ ନେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା। ତେବେ ଲଞ୍ଚ ହେବା ପରେ ମିଶନର ପ୍ରଥମ, ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ପ୍ରଦର୍ଶନ ସ୍ବାଭାବିକ ରହିଛି।

  • #WATCH | PSLV-C58 XPoSat Mission launch | ISRO launches X-Ray Polarimeter Satellite (XPoSat) from the first launch-pad, SDSC-SHAR, Sriharikota in Andhra Pradesh.

    (Source: ISRO) pic.twitter.com/ws6Ik0Cdll

    — ANI (@ANI) January 1, 2024 " class="align-text-top noRightClick twitterSection" data=" ">

ଇସ୍ରୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ମିଶନ: ଏହି ସାଟେଲାଇଟ୍‌ରେ ଦୁଇଟି ପୋଲୋଡ ରହିଛି। ପୋଲିକ୍ସ ଏବଂ ଏକ୍ସସ୍ପେକ୍ଟ ରହିଥିବା ବେଳେ ଏହା ପୃଥିବୀର ନିମ୍ନ କକ୍ଷରେ ଅବସ୍ଥାପିତ ହେବ। ତେବେ ଏହି ମିଶନ ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଏହା ଦ୍ବାରା ବ୍ଲାକ ହୋଲର ରହସ୍ୟ ଉନ୍ମୋଚନ କରିପାରିବା ସହିତ ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ମଧ୍ୟ ଅଧିକ ଗବେଷଣା କରିବାରେ ସଫଳ ହୋଇପାରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଏହି ଅଭିଯାନର କାର୍ଯ୍ୟକାଳ 5 ବର୍ଷ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଖୋଲିବ ବ୍ରହ୍ମାଣ୍ଡ ରହସ୍ୟ, ଜାନୁଆରୀ 1 ତାରିଖରେ ଲଞ୍ଚ ହେବ ଏକ୍ସପୋସେଟ ସାଟେଲାଇଟ

ପୃଥିବୀର ନିମ୍ନ କକ୍ଷରେ ଅବସ୍ଥାପିତ ହେବ ସାଟେଲାଇଟ: 2021 ମସିହାରେ ଆମେରିକୀୟ ସ୍ସେସ ଏଜେନ୍ସି ନାସା ଇମେଜିଙ୍ଗ୍ ଏକ୍ସ-ରେ ପୋଲାରାଇମେଟରୀ ଏକ୍ସପ୍ଲୋରର(IXPE) ନାମରେ ଏକ ମିଶନ ଆରମ୍ଭ କରିଥିଲା। ଏହା ମିଶନ ମାଧ୍ୟମରେ ବ୍ଲାକ ହୋଲ ସମେତ ମହାକାଶରେ ଉପସ୍ଥିତ ଥିବା ଅନ୍ୟ ବିଷୟ ଗୁଡିକ ଉପରେ ମଧ୍ୟ ଅଧ୍ୟୟନ କରାଯାଉଛି। ଏହି ସାଟେଲାଇଟ ଅନ୍ତରୀକ୍ଷର ନିମ୍ନ କକ୍ଷରେ ଅବସ୍ଥାପିତ ହେବ। ଉକ୍ତ ସ୍ଥାନ ଠାରୁ ପୃଥିବୀର ଦୂରତା 650 କିମି ଅଟେ ।

ଇସ୍ରୋର ଏହା ପ୍ରଥମ ଅଭିଯାନ: ଇସ୍ରୋର ଏହା ପ୍ରଥମ ଅଭିଯାନ ହୋଇଥିବା ବେଳେ ବିଶ୍ବର ଏହା ଦ୍ବିତୀୟ ମିଶନ ଅଟେ। ପିଏସଏଲଭି ସି85ର 60ତମ ଅଭିଯାନରେ ଏକ୍ସପୋସେଟ ଏବଂ ଅନ୍ୟ 10 ଉପଗ୍ରହକୁ ଲଞ୍ଚ କରାଯାଇଛି । ପୂର୍ବରୁ ନାସା ପକ୍ଷରୁ ଲଞ୍ଚ କରାଯାଇଥିବା ଆଇଏକ୍ସପିଇ ସାଟେଲାଇଟ ଜରିଆରେ ବ୍ଲାକହୋଲରୁ ନିର୍ଗତ କଣିକାର ଧାରା ଏବଂ ଅନ୍ୟ ମହାଜାଗତିକ ଘଟଣା ଉପରେ ଅଧ୍ୟୟନ କରିବାରେ ସମର୍ଥ ହୋଇଥିଲା ।

Last Updated : Jan 1, 2024, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.