ETV Bharat / science-and-technology

Chandrayaan-3: ଆଉ ସକ୍ରିୟ ହେବେନି ବିକ୍ରମ ଓ ପ୍ରଜ୍ଞାନ, ଏମିତି କହିଲେ ପୂର୍ବତନ ଇସ୍ରୋ ମୁଖ୍ୟ

author img

By ETV Bharat Odisha Team

Published : Oct 7, 2023, 10:34 AM IST

Updated : Oct 7, 2023, 10:46 AM IST

ଆଉ ସକ୍ରିୟ ହେବେନି ବିକ୍ରମ ଏବଂ ପ୍ରଜ୍ଞାନ । ଏମିତି କିଛି ଦାବି କରିଛନ୍ତି ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଏସ କିରଣ କୁମାର । ଅଧିକ ପଢନ୍ତୁ

Chandrayaan-3
Chandrayaan-3

ହାଇଦ୍ରାବାଦ: 23ଅଗଷ୍ଟ 2023 । ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ସୃଷ୍ଟି କରିଥିଲା ଭାରତ । ଏହାପରେ ନିଜର କାର୍ଯ୍ୟ ଶେଷ କରି ସ୍ଲିପମୋଡକୁ ଚାଲି ଯାଇଥିଲେ ହେଁ ପୁନଃ ସୂର୍ଯ୍ୟାଲୋକ ପଡିବା ପରେ ଜାଗ୍ରତ ହେବା ନେଇ ଆଶା ରଖିଥିଲା ଇସ୍ରୋ । ହେଲେ ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଇସ୍ରୋର ଆଶା ମଉଳିବା ଭଳି ମନେହେଉଛି । ଚନ୍ଦ୍ରଦିବସ ସରିବାକୁ ବସିଥିବା ବେଳେ ଏ ଯାଏଁ ନିଦରୁ ଉଠିନାହାନ୍ତି ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ । ଏହାରି ଭିତରେ ଇସ୍ରୋର ପୂର୍ବତନ ମୁଖ୍ୟ ଏସ୍ କିରଣ କୁମାର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭରକୁ ନେଇ ବଡ ଦାବି କରିଛନ୍ତି ।

ପୂର୍ବତନ ISRO ଚେୟାରମ୍ୟାନ୍ ଏସ୍ କିରଣ କହିଛନ୍ତି, " ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ବିକ୍ରମ ପୁନଃ ସକ୍ରିୟ ହେବା ନେଇ କୌଣସି ଆଶା ନାହିଁ । ପୂର୍ବରୁ ଇସ୍ରୋ ଲ୍ୟାଣ୍ଡର ଏବଂ ରୋଭର ସହିତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ସଫଳତା ମିଳି ନଥିଲା ।"

ରୋଭର ଏବଂ ଲ୍ୟାଣ୍ଡର ଉଠିବାର ଆଶା ନାହିଁ: ଚନ୍ଦ୍ରଯାନ-3 ମିଶନ ସହ ଜଡିତ ଥିବା ପୂର୍ବତନ ଇସ୍ରୋ ମୁଖ୍ୟ କହିଛନ୍ତି, "ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ପଡିବା ସହିତ ତାପମାତ୍ରା ବୃଦ୍ଧି ହୋଇଥିଲେ ହେଁ ରାଭର ଏବଂ ଲ୍ୟାଣ୍ଡରର ଜାଗ୍ରତ ନେଇ କୌଣସି ଆଶା ନାହିଁ । ଯଦି ସକ୍ରିୟ ହେବାର ଥାଆନ୍ତେ ତାହାଲେ ବର୍ତ୍ତମାନ ସୁଦ୍ଧା ସ୍ଲିପମୋଡକୁ ବାହାରି ଆସିଥାନ୍ତେ । ତେବେ ଏଭଳି ପରିସ୍ଥିତିରେ ସେମାନେ ଜାଗ୍ରତ ହେବାର କୌଣସି ଆଶା ନାହିଁ । ସେପ୍ଟେମ୍ବର 22 ତାରିଖରେ ଚନ୍ଦ୍ରରେ ସଫଳ ଅବତରଣ କରିବାର ଏକ ମାସ ପରେ, ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ଏବଂ ରୋଭର ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପାଖରୁ କୌଣସି ସିଗନାଲ ଆସିନାହିଁ ।"

ଏହା ମଧ୍ୟ ପଢନ୍ତୁ: Chandrayaan-3: କେବେ ଉଠିବେ ବିକ୍ରମ ଓ ପ୍ରଜ୍ଞାନ ? ଏମିତି କହିଲେ ଇସ୍ରୋ ବୈଜ୍ଞାନିକ

ଏହି ମଶନରେ କ'ଣ ହାସଲ କରାଯାଇଛି: ISROର ପୂର୍ବତନ ମୁଖ୍ୟ ଏସ୍ କିରଣ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମିଶନରେ ଆମେ ଯାହା ହାସଲ କରିଛୁ ତାହା ଆଉ କେହି କରିନାହାନ୍ତି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଆମେ ଯେଉଁ ସଫଳତା ପାଇଛୁ, ତାହା ଅନ୍ୟ କୌଣସି ଦେଶ ପକ୍ଷେ ସମ୍ଭବ ହୋଇନାହିଁ । ଚନ୍ଦ୍ରଯାନର ସଫଳତା ପରେ ଭବିଷ୍ୟତରେ ଇସ୍ରୋର ପରବର୍ତ୍ତୀ ମିଶନ ପାଇଁ ଏହା ଅତ୍ୟନ୍ତ ସହାୟକ ହେବ ।"

ଭବିଷ୍ୟତରେ ମିଳିବ ଲାଭ: ଚନ୍ଦ୍ରରୁ ନମୁନା ବା ତଥ୍ୟ ସଂଗ୍ରହ କରିବା ପାଇଁ ଇସ୍ରୋ ଆଉ ଏକ ମିଶନ ଆରମ୍ଭ କରିପାରେ ବୋଲି ପୂର୍ବତନ ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । କିନ୍ତୁ ଏହାର କୌଣସି ସୟମସୀମା ବିଷୟରେ ସୂଚନା ଦେଇନାହାନ୍ତି । ପୂର୍ବତନ ଇସ୍ରୋ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ISRO ଚନ୍ଦ୍ରଯାନ-3କୁ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ସଫଳ ହୋଇଛି । ତେବେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ଆଣିବାରେ ସଫଳ ହେବ ଇସ୍ରୋ । ଆମର ପରବର୍ତ୍ତୀ ମିଶନ ଆହୁରି ସଫଳ ହେବ । ଏନେଇ ଭବିଷ୍ୟତରେ ଅନେକ ଯୋଜନା ପ୍ରସ୍ତୁତ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 7, 2023, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.