ETV Bharat / science-and-technology

ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ଲୋକଙ୍କ ହୃଦୟ ସହିତ ଜଡ଼ିତ: ଇସ୍ରୋ ମୁଖ୍ୟ - ଚନ୍ଦ୍ରଯାନ 3

Somnath on Chandrayaan 3 Success: ଯୁବପିଢ଼ି, ଛାତ୍ରଛାତ୍ରୀ ଏବଂ ବିଜ୍ଞାନ-ପ୍ରଯୁକ୍ତିବିଦ୍ୟା ଉପରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମନରେ ଚନ୍ଦ୍ରଯାନ-3 ଏକ ଭାବନାତ୍ମକ ଉତ୍ସାହ ସୃଷ୍ଟି କରିଥିଲା । ମୁନ୍ ମିଶନ ସମସ୍ତଙ୍କ ହୃଦୟ ସହିତ ଜଡ଼ିତ ଥିଲା ବୋଲି କହିଲେ ଇସ୍ରୋ ମୁଖ୍ୟ । ଅଧିକ ପଢନ୍ତୁ

Somnath on Chandrayaan 3 Success
ଚନ୍ଦ୍ରଯାନ-3ର ସଫଳତା ଲୋକଙ୍କ ହୃଦୟ ସହିତ ଜଡିତ
author img

By ETV Bharat Odisha Team

Published : Jan 8, 2024, 10:02 AM IST

ହାଇଦ୍ରାବାଦ: ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-3ରେ ଐତିହାସିକ ସଫଳତା ହାତେଇଛି ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଶ୍ବରେ 4ର୍ଥ ରାଷ୍ଟ୍ର ଓ ଚନ୍ଦ୍ରର ଦକ୍ଷିଣ-ମେରୁରେ ମହାକାଶ ଯାନ ଅବତରଣ କରାଇବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କିର୍ତ୍ତୀସ୍ତମ୍ଭ ସ୍ଥାପନ କରିଥିଲା ଭାରତ । ଚନ୍ଦ୍ରଯାନ-3 ନେଇ ଇସ୍ରୋ ମୁଖ୍ୟ ସୋମନାଥ କହିଛନ୍ତି, " ଚନ୍ଦ୍ରଯାନ-3 ମିଶନ ଲୋକଙ୍କ ହୃଦୟ ସହିତ ଜଡିତ ରହିଥିଲା। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ଭାରତ ପାଇଁ ଗର୍ବର ବିଷୟ ରହିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ରାଷ୍ଟ୍ର ଅଟେ।"

ଯୁବପିଢ଼ି, ଛାତ୍ରଛାତ୍ରୀ ଏବଂ ବିଜ୍ଞାନ-ପ୍ରଯୁକ୍ତିବିଦ୍ୟା ଉପରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମନରେ ଚନ୍ଦ୍ରଯାନ-3 ଏକ ଭାବନାତ୍ମକ ଉତ୍ସାହ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଅନୁପ୍ରାଣିତ ହୋଇ ଆମେ ସମଗ୍ର ବିଶ୍ବକୁ ଭାରତର ସଫଳତା ଦେଖାଇବାରେ ସକ୍ଷମ ହୋଇପାରଛୁ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ। ତାମିଲନାଡୁ ସରକାରଙ୍କ ଦ୍ବାରା ଆୟୋଜିତ ବୈଶିକ ନିବେଶକ ସମ୍ମିଳନୀରେ(GIM2024)ରେ ଯୋଗଦେଇ ଏଭଳି ଟିପ୍ପଣୀ ଦେଇଥିଲେ ଏସ ସୋମନାଥ।

ସେ ଆହୁରି ମଧ୍ୟ କହିଛନ୍ତି, "ଚନ୍ଦ୍ରଯାନ ମିଶନ ଲୋକଙ୍କ ହୃଦୟ ସହିତ ଜଡ଼ିତ ରହିଥିଲା । ଆମେ ମଧ୍ୟ ତାହା ସଫଳ କରିବାରେ ସମର୍ଥ ହୋଇଛୁ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି ସମସ୍ତଙ୍କ ପାଇଁ ଏକ ବୈଜ୍ଞାନିକ ଘଟଣା ନଥିଲା । ସମସ୍ତ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ ରହିଥିଲା । ଏହି ମିଶନକୁ ସମ୍ପୂର୍ଣ୍ଣ ଭାବେ ଭାରତ ଘରୋଇ ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ବାରା ବିକଶିତ କରାଯାଇଥିଲା। ଚନ୍ଦ୍ରର ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡି କରିବାରେ ଆମେ ଯେଉଁ ସଫଳତା ପାଇଛୁ, ତାହା କୌଣସି ସାଧାରଣ ଉପଲବ୍ଧି ନୁହେଁ। "

ଏହା ମଧ୍ୟ ପଢନ୍ତୁ: Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

ଚନ୍ଦ୍ରଯାନକୁ ନେଇ ସାଧାରଣ ଜନତାଙ୍କ ମଧ୍ୟ ଉତ୍ସାହ: ଇସ୍ରୋ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, "ମୁଁ ଯେତେବେଳେ ଦେଶର ଯେଉଁ ସ୍ଥାନକୁ ଯାଏ, ସେଠାରେ ପ୍ରାୟ ଅନେକ ଯୁବପିଢି ଏବଂ ଛାତ୍ରଛାତ୍ରୀ କୁହନ୍ତି ଆମେ ଇସ୍ରୋରେ ଯୋଗ ଦେବାକୁ ଚାହୁଁଛୁ ଏବଂ ଆମେ ଜ୍ୟୋତିର୍ବିଜ୍ଞାନୀ ହେବାକୁ ଚାହୁଁ । ଚନ୍ଦ୍ରଯାନ-3ର ସଫଳତା ପରେ କୋର ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା ବୃଦ୍ଧି ପାଇଛି । ମୁନ ମିଶନର ସଫଳତା ପରେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ରହିଥିବା ଖାଲି ପଦବୀ ମଧ୍ୟ ପୂରଣ ହୋଇଛି। "

2019ରେ ଚନ୍ଦ୍ରଯାନ-2 ବିଫଳତା ପରେ ଆମେ ଭାଙ୍ଗିନପଡି ଦୋଷ ତ୍ରୁଟିକୁ ଆପଣାଇ ଚନ୍ଦ୍ରଯାନ-3ରେ ଯେଉଁ ସଫଳତା ପାଇଛୁ ତାହା ଯୁବପିଢିଙ୍କ ପାଇଁ ଏକ ପ୍ରକାର ପ୍ରେରଣାଦାୟୀ ଅଟେ। ସର୍ବଦା ଆହ୍ବାନକୁ ସାମ୍ନା କରିବା ଉଚିତ, ଏହା ଦ୍ବାରା ସମାଧାନର ବାଟ ଆପେ ଆପେ ବାହାରିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ।

ପ୍ରକାଶ ଥାଉକି, ଜୁଲାଇ 14 ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-3 ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପିତ କରାଯାଇଥିଲା । ଇସ୍ରୋର ନିର୍ମିତ ବିଶାଳ ରକେଟ LVM3 M4ରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ଏହାପରେ ଅଗଷ୍ଟ 23 ତାରିଖରେ ଚନ୍ଦ୍ରକୁ ଛୁଇଁ ଇତିହାସ ରଚିଥିଲା ଭାରତ। ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ଲ୍ୟାଣ୍ଡିଂ କଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 ଲ୍ଯାଣ୍ଡର ବିକ୍ରମ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.