ETV Bharat / science-and-technology

Instagram Restriction, Teen Usersଙ୍କ ଆକାଉଣ୍ଟରେ ଲାଗିବ ଏହି ପ୍ରତିବନ୍ଧକ

author img

By

Published : Aug 26, 2022, 1:54 PM IST

କିଶୋର ବୟସ୍କ ବ୍ୟବହାରକାରୀଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛି ଫଟୋ ଏବଂ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ(photo and video sharing platform Instagram) । ଯୁବ ବ୍ୟବହାରକାରୀଙ୍କ ଆକାଉଣ୍ଟରେ ମଧ୍ୟ ପଡିବ ପ୍ରଭାବ, ଜାଣନ୍ତୁ କଣ ।

Instagram Restriction, ଇନଷ୍ଟାଗ୍ରାମ କିଶୋର ବ୍ୟବହାରକାରୀଙ୍କ ଆକାଉଣ୍ଟରେ ଲାଗିବ ଏହି ପ୍ରତିବନ୍ଧକ

ସାନ ଫ୍ରାନ୍ସିସ୍କୋ: ଇନଷ୍ଟାଗ୍ରାମ କିଶୋର ବୟସ୍କ ବ୍ୟବହାରକାରୀଙ୍କ ପାଇଁ ସମ୍ବେଦନଶୀଳ ବିଷୟବସ୍ତୁ(sensitive content) କୁ ସୀମିତ ରଖିବ । ମେଟା ମାଲିକାନା ଫଟୋ ଏବଂ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ( Meta-owned photo and video sharing platform Instagram) ଘୋଷଣା କରିଛି ଯେ, ଏହା ପ୍ଲାଟଫର୍ମରେ ଡିଫଲ୍ଟ ଭାବରେ ନୂତନ କିଶୋର ଉପଭୋକ୍ତାମାନଙ୍କ ପାଇଁ ସମ୍ବେଦନଶୀଳ ବିଷୟବସ୍ତୁକୁ ସୀମିତ କରିବ । କିଶୋରମାନଙ୍କ ପାଇଁ ସମ୍ବେଦନଶୀଳ ବିଷୟବସ୍ତୁ ନିୟନ୍ତ୍ରଣରେ କେବଳ ଦୁଇଟି ବିକଳ୍ପ "Standard" ଏବଂ "Less" ରହିଛି ବୋଲି ଇନଷ୍ଟାଗ୍ରାମ କହିଛି ।

ପ୍ଲାଟଫର୍ମ ଏକ ବ୍ଲଗ୍ ପୋଷ୍ଟରେ କହିଛି, "16 ବର୍ଷରୁ କମ୍ ଇନଷ୍ଟାଗ୍ରାମରେ ନୂତନ କିଶୋରମାନେ "Less" ଅବସ୍ଥାରେ ଡିଫଲ୍ଟ ହେବେ। ଇନଷ୍ଟାଗ୍ରାମରେ କିଶୋରମାନଙ୍କ ପାଇଁ, ଆମେ ସେମାନଙ୍କୁ "Less" ଅଭିଜ୍ଞତା ବାଛିବା ପାଇଁ ଉତ୍ସାହିତ ବା ପ୍ରମୋଟ କରିବୁ । ଏହା ୟଙ୍ଗ ବା ଯୁବ ବ୍ୟବହାରକାରୀଙ୍କ ପାଇଁ ସେନସ୍ସିଟିଭ କଣ୍ଟେଣ୍ଟ କିମ୍ବା ଆକାଉଣ୍ଟ ସର୍ଚ୍ଚ କରିବାରେ, ଏକ୍ସପ୍ଲୋର ହ୍ୟାସଟ୍ୟାଗ୍ ପେଜ, ରିଲ୍ସ, ଫିଡ୍ ରେକୋମେଣ୍ଡେସନ ଏବଂ ସଜେଷ୍ଟେଡ ଆକାଉଣ୍ଟ ପାଇବାରେ କଠିନ ହୋଇପାରେ ।

ଏଥିସହ ଇନଷ୍ଟାଗ୍ରାମ ଆହୁରି ମଧ୍ୟ କହିଛି ଯେ, କିଶୋରମାନଙ୍କୁ ସେମାନଙ୍କର ସୁରକ୍ଷା ଏବଂ ଗୋପନୀୟତା ସେଟିଂକୁ ଅପଡେଟ୍ କରିବାକୁ ପ୍ରୋମୋଟ କରିବା ପାଇଁ ଏହା ଏକ ନୂତନ ଉପାୟ ପରୀକ୍ଷା କକରାଯାଉଛି । ଏହା କିଶୋରମାନଙ୍କୁ ସେଟିଂ ରିଭ୍ୟୁ କରିବାକୁ କହିବ, ଯେଉଁଥିରେ ସେମାନେ କେଉଁମାନେ ତାଙ୍କ କଣ୍ଟେଣ୍ଟକୁ ରି-ସେୟାର କରିପାରବେ, କଣ୍ଟାକ୍ୟ ମ୍ୟାନେଜ କରିପାରିବେ, କେଉଁ ପ୍ରକାରର କଣ୍ଟାଣ୍ଟ ସେମାନେ ଦେଖିବାକୁ ଚାହୁଁଛନ୍ତି ଏବଂ ସେମାନେ କିପରି ଇଷ୍ଟାଗ୍ରାମରେ ସମୟ ଅତିବାହିତ କରିବାରେ ମ୍ୟାନେଜ କରିପାରିବେ ସେସବୁରେ ସହାୟକ ହେବ । ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ କିପରି ସେମାନଙ୍କର ଅଭିଜ୍ଞତାକୁ ବ୍ୟକ୍ତିଗତ କରିବାରେ ସହାୟକ ହେବ ସେଥିପାଇଁ ଆଣେ ସର୍ବଦା ପ୍ରୟାସ କରୁଛୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

"ଗତ ଗ୍ରୀଷ୍ମଋତୁରେ, ଆମେ ସମ୍ବେଦନଶୀଳ ବିଷୟବସ୍ତୁ ନିୟନ୍ତ୍ରଣ(ensitive Content Control) ଆରମ୍ଭ କରିଥିଲୁ ଯାହା ଦ୍ବାରା ଲୋକମାନେ ଅନୁସରଣ କରୁନଥିବା ବା follow କରୁନଥିବା ଆକାଉଣ୍ଟର ବିଷୟବସ୍ତୁ ବାଛିପାରିବେ, ଯେଉଁଗୁଡିକୁ ସେମାନେ ଦେଖିବାକୁ ଚାହୁଁଛନ୍ତି କିମ୍ବା ଚାହୁଁନାହାନ୍ତି । ଆଜି ଆମେ ଏହି ନିୟନ୍ତ୍ରଣକୁ ଅପଡେଟ ଘୋଷଣା କରୁଛୁ ।" ଏକ୍ସପ୍ଲୋର୍ ସହିତ, ଉପଭୋକ୍ତାମାନେ ବର୍ତ୍ତମାନ ସର୍ଚ୍ଚ, ରିଲ୍ସ, Accounts You Might Follow, Hashtag Pages ଏବଂ In-Feed Recommendations ଦେଖୁଥିବା ସମ୍ବେଦନଶୀଳ ବିଷୟବସ୍ତୁ ଏବଂ ଆକାଉଣ୍ଟଗୁଡିକର ପରିମାଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ । ଏହି ଅପଡେଟ ଆସନ୍ତା ସପ୍ତାହରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି ଇନଷ୍ଟାଗ୍ରାମ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.