ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ସଫଳତା ବିଶ୍ବ ବିଦିତ । ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ସଫଳତା ପାଇଛି ଇସ୍ରୋ । ଏହାରି ଭିତରେ କମ୍ୟୁନିକେସନ ସାଟେଲାଇଟ ଜିସାଟ-20 ଉତକ୍ଷେପଣ କରିବାକୁ ଯାଉଛି ଭାରତ । ଏଥିପାଇଁ ଅରବପତି ଏଲନ ମସ୍କଙ୍କ ସାହାଯ୍ୟ ନେବ ଇସ୍ରୋ । ସ୍ପେସଏକ୍ସ କମ୍ପାନୀ ଫାଲକନ-9 ରକେଟର ସହାୟତା ନେବ ଭାରତ । ଏନେଇ ଇସ୍ରୋର କମର୍ସିଆଲ ପାର୍ଟନର ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି ।
ଏନେଇ ଏନଏସଆଇଏଲ ପକ୍ଷରୁ କୁହାଯାଇଛି, "ସ୍ସେସଏକ୍ସ ସହାୟତାରେ ଇସ୍ରୋ ପକ୍ଷରୁ 4.7 ଟନ ଓଜନର କମ୍ୟୁନିକେସନ ସାଟେଲାଇଟକୁ ଚଳିତ ବର୍ଷର ଦ୍ବିତୀୟ ତ୍ରୈୟମାସିକରେ ଉତକ୍ଷେପଣ କରାଯିବ । ଜିସାଟ 20 କମ୍ୟୁନିକେସନ ସାଟେଲାଇଟ ଦ୍ବାରା ଇନଫ୍ଲାଇଟ ଆଣ୍ଡ ମାରିଟାଇନ କମ୍ୟୁନିକେସନ ଏବଂ ସେଲୁଲାର ସର୍ଭିସ କ୍ଷେତ୍ରରେ ଭାରତର ବ୍ରଡବ୍ୟାଣ୍ଡର ଆବଶ୍ୟକତା ପୂରଣ ହେବ ବୋଲି ଆଶାବାଦୀ ରହିଛୁ । ଜି-20 ସାଟେଲାଇଟର ନାମ ଜିସାଟ ଏନ-2 ହେବ ।"
ଏହା ମଧ୍ୟ ପଢନ୍ତୁ: ସାଉଦି ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନକୁ ପଠାଇଲା SpaceX, ପ୍ରଥମ ସାଉଦି ମହିଳା ସାମିଲ
ସୂଚନା ଅନୁସାରେ, ଭାରତ ନିକଟରେ ମହଜୁଦ ରହିଥିବା ରକେଟରେ 4 ଟନରୁ ଅଧିକ ଓଜନର ସାଟେଲାଇଟ ଉତକ୍ଷେପଣ କରିବାର କ୍ଷମତା ନାହିଁ । ତେଣୁ ଏହି ଜିସାଟ 20 କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କରିବା ପାଇଁ ଏଲନ ମସ୍କଙ୍କ ସ୍ସେସ ଏଜେନ୍ସିର ଫାଲକନ-9 ରକେଟର ସହାୟତା ନିଆଯିବ ।
ଜିସାଟ-20 ସାଟେଲାଇଟ କ'ଣ: ଏହା ଭାରତର ବ୍ରଡବ୍ୟାଣ୍ଡର ଆବଶ୍ୟକତା ପୂରଣ କରିବ । ଦୂରଦୂରାନ୍ତର ଅଞ୍ଚଳର ସଂଯୋଗୀକରଣ ବ୍ୟବସ୍ଥାକୁ ଉନ୍ନତ କରିବ । ଅର୍ଥାତ ଅପହଞ୍ଚ ଅଞ୍ଚଳରେ ବ୍ରଡବ୍ୟାଣ୍ଡ ସୁବିଧା ପ୍ରଦାନ କରିବ । ଏହି ସାଟେଲାଇଟର ଓଜନ 4.7 ଟନ୍ । ବିଶେଷକରି ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଲାକ୍ଷାଦ୍ବୀପ ଭଳି ସ୍ଥାନରେ ବ୍ରଡବ୍ୟାଣ୍ଡ ସୁବିଧା ପ୍ରଦାନ କରିବ ।
ଏହା ମଧ୍ୟ ପଢନ୍ତୁ: Tesla Humanoid Robot: ମାନବ ସଦୃଶ ରୋବଟର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ Elon Musk
ତେବେ ଏହି ଖବରକୁ ନେଇ ଭାରତକୁ ଅନେକ ସମାଲୋଚନା କରାଯାଇଛି । ବୃହତ କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କରିବା ପାଇଁ ଭାରତ ଦକ୍ଷତା ସମ୍ପନ୍ନ ରକେଟ ବିକଶିତ କରିବାରେ ଅସଫଳ ବୋଲି କୁହାଯାଇଛି । 2002 ମସିହାରେ ଅରବପତି ଏଲନ ମସ୍କ ପ୍ରତିଷ୍ଠା କରିଥିଲେ ସ୍ପେସଏକ୍ସ । ଏହା ଆମେରିକୀୟ ମହାକାଶଯାନ ନିର୍ମାଣକାରୀ କମ୍ପାନୀ ଅଟେ । ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର କାର୍ଲିଫର୍ଣ୍ଣିଆ ସ୍ଥିତ ହଓ୍ବଥ୍ରୋନରେ ଅବସ୍ଥିତ । ତେବେ ISRO ନିକଟରେ ଭାରିଯାନ ବା ସାଟେଲାଇଟ ଉତକ୍ଷେପଣ ପାଇଁ ରହିଥିବା ରକେଟ GSLV-MK3 ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟ୍ (GTO)ରେ ଚାରି ହଜାର କିଲୋଗ୍ରାମ ପେଲୋଡ୍ ପର୍ଯ୍ୟନ୍ତ କକ୍ଷପଥରେ ସ୍ଥାପନ କରିବାର କ୍ଷମତା ରହିଛି । ତେଣୁ ସ୍ପେସଏକ୍ସର ସାହାଯ୍ୟ ନେଇଛି ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ