ETV Bharat / science-and-technology

Agni-Prime Missile: କଲାମ ଦ୍ବୀପରୁ ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

author img

By

Published : Jun 8, 2023, 4:00 PM IST

କଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳ ପରୀକ୍ଷଣ ପାଇଁ DRDOକୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

Agni-Prime Missile
Agni-Prime Missile

ହାଇଦ୍ରାବାଦ: ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆଉ ଏକ ବଡ଼ ସଫଳତା ମିଳିଛି । ଅଗ୍ନି-ପ୍ରାଇମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଏବଂ DRDO ମିଳିତ ଭାବେ ଓଡ଼ିଶା ବାଲେଶ୍ବର ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-ପ୍ରାଇମ୍‌ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି । ଏହି ପରୀକ୍ଷଣ ଗତକାଲି ଅର୍ଥାତ ଜୁନ୍‌ 7 ତାରିଖରେ କରାଯାଇଥିଲା । ଏହା ପୂର୍ବରୁ ଉକ୍ତ ଅଞ୍ଚଳରେ ନୋ ଫ୍ଲାଏ ଜୋନ୍ (NOTAM) ଘୋଷଣା କରାଯାଇଥିଲା । ତେବେ ପରୀକ୍ଷଣ ମଧ୍ୟ ସଫଳ ହୋଇଥିବା କୁହାଯାଉଛି । ଅଗ୍ନି-ପ୍ରାଇମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଅଗ୍ନି-ପି ବୋଲି ମଧ୍ୟ କୁହାଯାଇଥାଏ । ଏହି ମିସାଇଲ ଉତ୍‌କ୍ଷେପଣ ବେଳେ ଏହାର ବିଭିନ୍ନ ଦିଗ ଅନୁଧ୍ୟାନ କରିଥିଲା ପ୍ରତିରକ୍ଷା ବିଭାଗ ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ । ତେବେ ଜାଣନ୍ତୁ କଣ ରହିଛି ଏହି କ୍ଷପଣାସ୍ତ୍ରର ବିଶେଷତ୍ବ ।

ଏହା ହେଉଛି ଅଗ୍ନି ସିରିଜର ନ୍ୟୁ ଜେନେରେସନ ବାଲାଷ୍ଟିକ ମିଶାଇଲ । ଏହାର ପରିସର ଏକରୁ ୨ ହଜାର କିଲୋମିଟର ଅଟେ । 34.5 ଫୁଟ ଲମ୍ବା କ୍ଷେପଣାସ୍ତ୍ରରେ ଗୋଟିଏ କିମ୍ବା ଏକାଧିକ Multiple independently targetable reentry vehicle (MIRV) ୱାରହେଡ୍ ସ୍ଥାପନ କରାଯାଇପାରିବ।

MIRVର ଅର୍ଥ ହେଉଛି ଗୋଟିଏ କ୍ଷେପଣାସ୍ତ୍ରରେ ଏକାଧିକ ଟାର୍ଗେଟ ଉପରେ ଆକ୍ରମଣ କରାଯାଇପାରେ । ଏହି କ୍ଷେପଣାସ୍ତ୍ର ଉଚ୍ଚ-ତୀବ୍ର ବିସ୍ଫୋରକ, ଥର୍ମୋବାରିକ୍ କିମ୍ବା ପରମାଣୁଆଣବିକ ୱାରହେଡ୍ ବହନ କରିବାର ସକ୍ଷମ ରହିଛି । କ୍ଷେପଣାସ୍ତ୍ରର ଉପରେ 1500ରୁ 3000 କିଲୋଗ୍ରାମ ଓଜନ ବିଶିଷ୍ଟ ୱାରହେଡ୍ ଲଗାଯାଇପାରିବ । ଏହା ଦୁଇ ପର୍ଯ୍ୟାୟ ରକେଟ୍ ମୋଟର ରନ୍ କ୍ଷେପଣାସ୍ତ୍ର ଅଟେ ।

ତୃତୀୟ ପର୍ଯ୍ୟାୟ ହେଉଛି MaRV ଅର୍ଥାତ୍ ମାନୁଭେରେବଲ୍ ରେଣ୍ଟ୍ରି ଯାନ । ଏହାର ତୃତୀୟ ନୟନ ଭଳି କାମ କରି ଶତ୍ରୁକୁ ଟାର୍ଗେଟ କରି ଆକ୍ରମଣ କରି ପାରିବାର କ୍ଷମତା ରହିଛି । ଏହାକୁ BEML-Tatra ଟ୍ରାନ୍ସପୋର୍ଟର ଏରେକ୍ଟର ଲଞ୍ଚର୍‌ରୁ ଲଞ୍ଚ୍‌ ଯାଇଛି । ଯେତେବେଳେ ଚୀନ DF-12D ଏବଂ DF-26B କ୍ଷେପଣାସ୍ତ୍ର ତିଆରି କଲା ସେତେବେଳେ ଭାରତରେ ଏହାକୁ ତିଆରି କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳ ପରୀକ୍ଷଣ ପାଇଁ DRDOକୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନା ମିଳିଛି ଯେ ଅଗ୍ନି-1 ଏକକ ଷ୍ଟେଜ୍ କ୍ଷେପଣାସ୍ତ୍ର ହୋଇଥିବାବେଳେ ଅଗ୍ନି ପ୍ରାଇମର ଦୁଇଟି ପର୍ଯ୍ୟାୟ ଅଛି । ଅଗ୍ନି ପ୍ରାଇମ୍‌ର ଓଜନ ମଧ୍ୟ ଏହାର ପୂର୍ବ ଭର୍ସନ ଅପେକ୍ଷା ହାଲୁକା ଅଟେ । 4,000 କିଲୋମିଟର ରେଞ୍ଜ୍‌ ଅଗ୍ନି-4 ଏବଂ 5000 ରେଞ୍ଜ ବିଶିଷ୍ଟ ଅଗ୍ନି-5ଠାରୁ ହାଲୁକା ଅଟେ । ପ୍ରକାଶଥାଉକି, ଅଗ୍ନି-1କୁ 1989 ରେ ପରୀକ୍ଷଣ କରାଯାଇଥିଲା । ତା’ପରେ 2004ରୁ ଏହାକୁ ସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଗତବର୍ଷ ଅକ୍ଟୋବର 21 ତାରିଖରେ ତୃତୀୟ ଥର ପାଇଁ ଅଗ୍ନି ପ୍ରାଇମ୍‌ ନିୟୁ ଜେନେରେସନ ବାଲିଷ୍ଟିକ୍‌ ମିସାଇଲର ସଫଳ ପରୀକ୍ଷଣ ସଫଳ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.