ETV Bharat / science-and-technology

ଗବେଷଣା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ: ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍'ର ସଫଳ ଉତ୍‌କ୍ଷେପଣ

author img

By

Published : Nov 18, 2022, 11:49 AM IST

Updated : Nov 18, 2022, 1:05 PM IST

ସଫଳତାର ସହ ମହାକାଶକୁ ଉତ୍‌କ୍ଷେପଣ ହେଲା ଦେଶର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍'(India first private rocket Vikram-S launched successfully) । ଗବେଷଣା କ୍ଷେତ୍ରରେ ନୂଆ ଯୁଗର ହେଲା ଆରମ୍ଭ । ଅଧିକ ପଢନ୍ତୁ

ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ: ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍' ଉତ୍‌କ୍ଷେପଣ

ହାଇଦ୍ରାବାଦ: ସଫଳତା ଦିଗରେ ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO) । ମହାକାଶ ଗବେଷଣା କ୍ଷେତ୍ରରେ ହେଲା ନୂଆ ଯୁଗର ଆରମ୍ଭ । ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟ୍ 'ବିକ୍ରମ-ଏସ୍'ର ସଫଳ ପରୀକ୍ଷଣ ହୋଇଛି(India first private rocket Vikram-S launched successfully) । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ଯାଡରୁ ଦିନ 11:30 ରେ ହୋଇଛି ଏହି ପରୀକ୍ଷଣ ।

ଗବେଷଣା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ: ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍'ର ସଫଳ ଉତ୍‌କ୍ଷେପଣ
ଗବେଷଣା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ: ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍'ର ସଫଳ ଉତ୍‌କ୍ଷେପଣ

ଏହି ଉତ୍‌କ୍ଷେପଣ ସହ ଭାରତୀୟ ମହାକାଶ ଗବେଷଣା ଇତିହାସରେ ପ୍ରଥମ କରି ଘରୋଇ ଉଦ୍ୟୋଗର ପ୍ରବେଶ ହୋଇଛି । ଏହା ପେଲୋଡ୍ 'Fun-Sat' ସହ ଦୁଇ ଜଣ ଭାରତୀୟ ଏବଂ ଜଣେ ଅନ୍ତର୍ଜାତୀୟ କଷ୍ଟମର୍ସଙ୍କୁ ନେଇ ଉଡାଣ ଭରିଛି । ତେବେ ଏହି ପେଲୋଡ୍ 'Fun-Sat' ଭାରତ, ଆମେରିକା, ସିଙ୍ଗାପୁର ଏବଂ ଇଣ୍ଡୋନେସିଆର ଛାତ୍ରମାନଙ୍କ ଦ୍ୱାରା ବିକଶିତ ହୋଇଛି । ସେହିପରି ହାଇଦ୍ରାବାଦ ସ୍ଥିତ ସ୍କାଏରୁଟ୍(Skyroot Aerospace Pvt Ltd) ନାମକ ଏକ ଘରୋଇ ମହାକାଶ ଗବେଷଣା କମ୍ପାନୀ, ଇସ୍ରୋ(ISRO) ଏବଂ IN-SPACe (Indian National Space Promotion and Authorisation Centre) ସହଯୋଗରେ ପ୍ରସ୍ତୁତ ହୋଇଛି ବିକ୍ରମ ଏସ୍ ।

ଏହା ମଧ୍ୟ ପଢନ୍ତୁ:- ଗବେଷଣା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ: ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍' ଉତ୍‌କ୍ଷେପଣ

ଉତକ୍ଷେପଣ ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ISRO ଟ୍ବିଟ୍ କରି, ମିଶନ୍ ପ୍ରାରମ୍ଭ ବା ବିକ୍ରମ ଏସ୍ ସଫଳତାର ସହ ଉତକ୍ଷେପଣ ହୋଇଥିବା କହିଛି । ଏହି ଟ୍ବିଟରେ ଇସ୍ରୋ ଅଭିନନ୍ଦନ ଜଣାଇବା ସହ ସ୍କାଏରୁଟ୍ ଏବଂ IN-SPACe କୁ ଟ୍ୟାଗ୍ କରିଛି । ତେବେ ବିକ୍ରମ ଏସକୁ ମଧ୍ୟ 'ପ୍ରାରମ୍ଭ' କୁହାଯାଏ । ISRO ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରାବାଇଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସ୍କାଏରୁଟର ଲଞ୍ଚ ଯାନଗୁଡ଼ିକର ନାମ 'ବିକ୍ରମ' ରଖାଯାଇଛି । ଏହା ସ୍ପେସ୍ ସେକ୍ଟର ପାଇଁ ଏକ ନୂତନ ଯୁଗର ଆରମ୍ଭ, ଯାହା ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ସହଜ କରିବା ପାଇଁ 2020ରେ ଆରମ୍ଭ ହୋଇଥିଲା ।

Last Updated : Nov 18, 2022, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.