ETV Bharat / science-and-technology

Agni-1 Ballistic Missile: କଲାମ ଦ୍ବୀପରୁ ଅଗ୍ନି-1 କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

author img

By

Published : Jun 2, 2023, 10:16 AM IST

ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-1 କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି । ଅଧିକ ପଢନ୍ତୁ

Agni 1 Ballistic Missile
Agni 1 Ballistic Missile

ନୂଆଦିଲ୍ଲୀ: ଅଗ୍ନି-1 କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ଗତକାଲି(ଗୁରୁବାର) ସନ୍ଧ୍ୟାରେ ସ୍ବଦେଶ ନିର୍ମିତ କ୍ଷେପଣାସ୍ତ୍ର ଅଗ୍ନି-1ର ପରୀକ୍ଷଣ ସଫଳ ହୋଇଛି । ବାଲେଶ୍ବର ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରେ ଥିବା ଡିଆରଡିଓର 4 ନମ୍ବର ଲଞ୍ଚ ପ୍ୟାଡରୁ ଏହି କ୍ଷେପଣାସ୍ତ୍ରକୁ ଲଞ୍ଚ କରାଯାଇଥିଲା । ପ୍ରକାଶ ଥାଉକି ଅଗ୍ନି-1କୁ କ୍ରମାଗତ ତୃତୀୟ ଥର ପାଇଁ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ, "ମିସାଇଲ 700କିମି ଦୂରରେ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଛି । ମିସାଇଲ ଏହାର ମାନଦଣ୍ଡକୁ ସଫଳତା ପୂର୍ବକ ଶେଷ କରିଛି ।" ଷ୍ଚ୍ରାଟେର୍ଜିକ ଫୋର୍ସେସ କମାଣ୍ଡ(SFC) ପକ୍ଷରୁ ପରୀକ୍ଷଣ ହୋଇଥିବା ଏହି କ୍ଷେପଣାସ୍ତ୍ରଟି ସଫଳତାର ସହ ନିଜର ସମସ୍ତ ଲକ୍ଷ୍ୟ ପୂରଣ କରିଥିଲା । ଡିଆରଡିଓ ପ୍ରତିରକ୍ଷା ବୌଜ୍ଞାନିକମାନଙ୍କ ଉପସ୍ଥିତିରେ ଭାରତାୟ ସେନାର ଷ୍ଚ୍ରାଟେର୍ଜିକ ଫୋର୍ସେସ କମାଣ୍ଡ ଏହି ପରୀକ୍ଷଣ କରିଥିଲେ ।

ଭାରତ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଭିନ୍ନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ସଠିକ ଉନ୍ନତମାନର କ୍ଷପଣାସ୍ତ୍ର ଏବଂ ଆନୁଷଙ୍ଗିକ ପ୍ଲାଟଫର୍ମ ବିକଶିତ କରି ଏହାର ରଣନୀତିକ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଉଛି । ଭାରତ 'ଅଗ୍ନି' କ୍ଷେପଣାସ୍ତ୍ର ବିକଶିତ କରିଛି । ଗତ ଡିସେମ୍ବର 15 ତାରିଖରେ ଓଡ଼ିଶା ଉପକୂଳ ଏପିଜେ ଅବଦୁଲ୍‌ କାଲାମ ଦ୍ବୀପରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିଲା । ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି ଅଗ୍ନି-୫ ମିସାଇଲ । ଏହାର ଲକ୍ଷ୍ୟଭେଦ କ୍ଷମତା ୫୫୦୦ କିଲୋମିଟର ରହିଛି । ଏଥିରେ 1500 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର ହୋଇପାରିବ । ଅଗ୍ନୀ-5 ମିସାଇଲର ଲମ୍ବ ସାଢେ 17 ମିଟର, ମୋଟେଇ 2 ମିଟର ଓ ଓଜନ 50 ହଜାରରୁ 56 ହଜାର କିଲୋଗ୍ରାମ ଅଟେ।

ଅଗ୍ନି-1 କ୍ଷେପଣାସ୍ତ୍ର ହେଉଛି ସ୍ବଳ୍ପ ଦୂରଭାଗୀ ବାଲାଷ୍ଟିକ ମିସାଇଲ । ଏହା ନିର୍ଦ୍ଧାରିତ ଟାର୍ଗେଟକୁ ସ୍ବଳ୍ପ ସମୟ ଓ ଠିକ ଭାବରେ ଲକ୍ଷ୍ୟକ୍ଷେଦ କରିବାର କ୍ଷମତା ରହିଛି । ଭୂପୃଷ୍ଠରୁ ନିକ୍ଷେପ କରାଯାଇପାରୁଥିବା ଆଣିବ ଶକ୍ତିସମ୍ପନ୍ନ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 750ରୁ 1200 କିଲୋମିଟର ରହିଛି । ତେବେ ଉଲ୍ଲେଖଯୋଗ୍ୟ ଯେ, ଏହି ପରିସୀମା ମଧ୍ୟରେ ପାକିସ୍ତାନ ଏବଂ ଚୀନ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି ।

ଅଗ୍ନି-1ର ଲମ୍ବ 15 ମିଟର, ବ୍ୟାସ 1ମିଟର, ଓଜନ 12 ହଜାର କିଲୋଗ୍ରାମ ରହିଥିବା ବେଳେ ଏହା 700ରୁ 1200 କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରେ । ଏଥରେ ତଥ୍ୟବହନ କରୁଥିବା ବହୁ ଟ୍ରାକିଂ ସିଷ୍ଟମ ରାଡର, ଟେଲିମୋଟାରି, ଇଲୋଷ୍ଟ୍ରୋ ଅପ୍ଟିକାଲର ବ୍ୟବହାର କରାଯାଇଛି । ସ୍ବୟଂଚାଳିତ ଏହି କ୍ଷପଣାସ୍ତ୍ର ବହୁ ଉଚ୍ଚରୁ ଶତ୍ରୁପକ୍ଷରୁ କ୍ଷେପଣାସ୍ତ୍ରକୁ ଲକ୍ଷ୍ୟକ୍ଷେଦ କରିବାର କ୍ଷମତା ରହିଛି । ଏହାର ସଫଳ ପରୀକ୍ଷଣ ସହ ପ୍ରତିରକ୍ଷା କ୍ଷେତ୍ରରେ ଏକ ଆଖିଦୃଶିଆ ସଫଳତା ହାସଲ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Chandrayaan-3 Launch: ଚନ୍ଦ୍ରଯାନ-3 ଉତକ୍ଷେପଣ, ଇସ୍ରୋ ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.