ETV Bharat / science-and-technology

ପ୍ଲାଷ୍ଟିକରୁ ହାଇଡ୍ରୋଜେନ ତିଆରି କଲା IIT-Mandi

author img

By

Published : Mar 24, 2022, 8:11 PM IST

ହିମାଚଳ ପ୍ରଦେଶର ଆଇଆଇଟି ମଣ୍ଡି ଏକ ନୂତନ ଟେକ୍ନୋଲୋଜିକୁ ବିକଶିତ କରିଛି । ଯାହାକି ପ୍ଲାଷ୍ଟିକରୁ ବିଶୁଦ୍ଧ ହାଇଡ୍ରୋଜେନ ତିଆରି କରିବାରେ ହୋଇପାରିଛି ସକ୍ଷମ । ଅଧିକ ପଢନ୍ତୁ

ପ୍ଲାଷ୍ଟିକରୁ ହାଇଡ୍ରୋଜେନ ତିଆରି କଲା IIT-Mandi
ପ୍ଲାଷ୍ଟିକରୁ ହାଇଡ୍ରୋଜେନ ତିଆରି କଲା IIT-Mandi

ସିମଲା: ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକର ରହିଛି ପ୍ରମୁଖ ଭୂମିକା । ଏଥିରୁ ନିର୍ଗତ ଗ୍ୟାସ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବା ବେଳେ ମୃତ୍ତିକା ମଧ୍ୟ ପ୍ରଦୂଷିତ ହୁଏ । ହେଲେ ହିମାଚଳପ୍ରଦେଶର ମଣ୍ଡିରେ ଥିବା ଆଇଆଇଟି(Indian Institute of Technology) ଏକ ଉନ୍ନତଧରଣର ପଦ୍ଧତି ଆବିଷ୍କାର କରିଛି । ଏହା ପ୍ଲାଷ୍ଟିକକୁ ହାଇଡ୍ରୋଜେନ ଗ୍ୟାସରେ ପରିଣତ କରିବାରେ ସକ୍ଷମ ହୋଇପାରିଛି । ଫଳରେ ଅଦରକାରୀ ପ୍ଲାଷ୍ଟିକ ହୋଇପାରିଛି ବ୍ୟବହାର ଉପଯୋଗୀ ।

ଆଲୋକର ସଂସ୍ପର୍ଶରେ ଆସିବା ପରେ ପ୍ଲାଷ୍ଟିକ ହାଇଡ୍ରୋଜେନରେ ପରିଣତ ହୋଇପାରୁଛି । ପ୍ଲାଷ୍ଟିକରୁ ତିଆରି ହେଉଥିବା ଏହି ଗ୍ୟାସ ଭବିଷ୍ୟତରେ ଇନ୍ଧନ ଭାବେ ଉପଯୋଗୀ ହୋଇପାରିବ । ତେବେ ଏହି ଗ୍ୟାସ ବିଶୁଦ୍ଧ ବୋଲି ମଧ୍ୟ କୁହାଯାଇଛି । ତେବେ ଯେଉଁ ପ୍ଲାଷ୍ଟିକ ପେଟ୍ରୋଲିୟମରୁ ତିଆରି ସେଗୁଡ଼ିକ ମାଟିରେ ମିଶିଯାଏ । ଫଳରେ ଏଗୁଡ଼ିକ ବାୟୁମଣ୍ଡଳକୁ କ୍ଷତି ପହଞ୍ଚାଏ ନାହିଁ । ଏହାସହିତ ଗବେଷକମାନେ ପ୍ଲାଷ୍ଟିକରୁ ବ୍ୟବହାର ଉପଯୋଗୀ ରାସାୟନିକ ପଦାର୍ଥ ମଧ୍ୟ ତିଆରି କରିଛନ୍ତି ।

ଏହି ଗବେଷଣାରେ ଶିକ୍ଷା ମନ୍ତ୍ରଣାଳୟ ସହିତ ସ୍କିମ ଫର୍‌ ପ୍ରମୋସନ ଅଫ ଏକାଡେମିକ ଆଣ୍ଡ ରିସର୍ଚ୍ଚ କୋଲାବରେସନ(SPARC) ଅର୍ଥ ଯୋଗାଇଛି । ତେବେ ଏହି ଗବେଷଣା ସମ୍ପର୍କରେ ନିକଟରେ Journal of Environmental Chemical Engineering ପତ୍ରିକାରେ ପ୍ରକାଶିତ ହୋଇଛି । ଗବେଷକମାନେ ଏକ catalyst(ରାସାୟନିକ ପ୍ରତିକ୍ରିୟାକୁ ଦ୍ରୁତ ଗତିରେ କରିବା ସହ ପରିବର୍ତ୍ତନରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ପଦାର୍ଥ) ବିକଶିତ କରିଛନ୍ତି ।

ଏହା ପ୍ଲାଷ୍ଟିକକୁ ହାଇଡ୍ରୋଜେନରେ ପରିଣତ କରୁଛି । ତେବେ ଏହାକୁ ସୂର୍ଯ୍ୟ କିରଣରେ ଆଣିବା ପରେ ଏଭଳି ପରିବର୍ତ୍ତନ କରାଯାଉଛି । ତେବେ ଫୁଡ ପ୍ୟାକେଜିଂ, ଟେକ୍ସଟାଇଲ, ମେଡିକାଲ ଓ କସମେଟିକ୍ସ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକରୁ ଏହି ହାଇଡ୍ରୋଜେନ ତିଆରି କରାଯାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.