ETV Bharat / science-and-technology

ନିଆରା ତରିକାରେ ଜଣାନ୍ତୁ ଶୁଭେଚ୍ଛା, ଏଭଳି ପଠାନ୍ତୁ ହ୍ବାଟ୍ସଆପ୍‌ ଷ୍ଟିକର

author img

By ETV Bharat Odisha Team

Published : Jan 1, 2024, 1:09 PM IST

WhatsApp Sticker 2024: ଆଜିକା ସମୟରେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ଏକ ପ୍ରକାର ଟ୍ରେଣ୍ଡ୍‌ ହୋଇ ଯାଇଛି । ଯଦି ଆପଣ ମଧ୍ୟ ନିଆରା ତରିକାରେ ଶୁଭେଚ୍ଛା କରିବାକୁ ଚାହୁଁଛନ୍ତି, ତାହେଲେ ଆପଣାନ୍ତୁ ଏହି ଟିପ୍ସ

WhatsApp Stickers
WhatsApp Stickers

ହାଇଦ୍ରାବାଦ: ନୂଆ ସୂର୍ଯ୍ୟୋଦୟ ସହିତ ଆରମ୍ଭ ହୋଇଛି ନୂଆ ବର୍ଷ। ଆଜି ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି। ସୋସିଆଲ ମିଡିଆରେ ରାତି 12ଟା ପରଠାରୁ ଆରମ୍ଭ ହୋଇଛି ନ୍ୟୁ ଇୟର ଓ୍ବିସ। ତେବେ ଆପଣ ଏହି ଖୁସିକୁ ଦ୍ବିଗୁଣିତ କରିପାରିବେ। ହ୍ବାଟ୍ସଆପ ନୂଆ ଷ୍ଟିକର ସାହାଯ୍ୟରେ ଶୁଭେଚ୍ଛା ଜଣାଇପାରିବେ । ତେବେ ଗୁଗଲ୍‌ ପ୍ଲେ' ଷ୍ଟୋର୍‌ରେ 2024 ସହିତ ଜଡ଼ିତ ମଜାଦାର ଷ୍ଚିକର ଆସିଛି, ଯାହାକୁ ଡାଉନଲୋଡ୍‌ କରି ଆପଣ ନିଜ ପ୍ରିୟଜନଙ୍କୁ ସେୟାର କରିପାରିବେ । ଫଟୋ ଏବଂ ଜିଆଇଏଫର ପୁରୁଣା ତରିକା ବଦଳରେ ନୂଆ ପଦ୍ଧତି ଆପଣାଇ ପାରିବେ। ଛୋଟଛୁଆ ଠାରୁ ଆରମ୍ଭ କରି ଯୁବପିଢି ସମସ୍ତଙ୍କ ପାଇଁ ପ୍ଲେ' ଷ୍ଟୋରରେ ଷ୍ଟିକର ଉପଲବ୍ଧ ରହିଛି । ଏହାକୁ ଡାଉନଲୋଡ କରି ଆପ୍‌ରେ ଯୋଡ଼ି ପାରିବେ । ତେବେ ଏହି ଷ୍ଟିକରକୁ ଅନ୍ୟ କାହାରିକୁ ସେଣ୍ଡ କରିବା ପାଇଁ ଚାଟରେ ଏକ ଅପ୍ସନ ମିଳିବ।

ଏହା ମଧ୍ୟ ପଢନ୍ତୁ: ଆବଶ୍ୟକ ହେବନି କଣ୍ଟାକ୍ଟ ନମ୍ବର, ୟୁଜର ନେମରେ ଆକ୍ସେସ ହେବ ହ୍ବାଟ୍ସଆପ୍‌

ହ୍ବାଟ୍ସଆପ୍‌ ଷ୍ଟିକ୍‌ ଟିପ୍ସ:

  • ଉଭୟ ଆଣ୍ଡ୍ରୋଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ଉପଭୋକ୍ତାମାନେ 2024କୁ ସ୍ବାଗତ କରିବା ପାଇଁ ଅନେରକ ନ୍ୟୁମେରିୟସ ଆପର ସାହାଯ୍ୟ ନେଇପାରିବେ। ହାପି ନ୍ୟୁୟର ଷ୍ଚିକର 2024 ଏବଂ ହ୍ବାଟ୍ସଆପ୍‌ ପାଇଁ ଆନିମେଟେଡ୍‌ ନ୍ୟୁ ଇୟର 2024 ଷ୍ଚିକର ଡାଉନଲୋଡ କରିପାରିବେ । ହ୍ବାଟ୍ସଆପରେ ଷ୍ଟିକର ପଠାଇବା ପାଇଁ ଏହି ଆପ୍ଲିକେସନ ସାହାଯ୍ୟ କରିବ ।
  • ନୂଆ ଷ୍ଚିକର ଖୋଜିବା ପାଇଁ ଏକ୍ସଟରନାଲ ଓ୍ବେବସାଇଟ୍‌ ଏକ୍ସପ୍ଲୋର କରନ୍ତୁ । ଏହାପରେ ଷ୍ଟିକରଗୁଡ଼ିକୁ ପିଏନ୍‌ଜି ଫର୍ମରେ ଡାଉନଲୋଡ କରନ୍ତୁ । ଷ୍ଟିକରଗୁଡିକୁ ଆପ୍‌ରେ ଯୋଡ଼ିବା ପାଇଁ Sticker.ly ଭଳି ଆପ୍‌ର ବ୍ୟବହାର କରିପାରିବେ ।
  • ଟେଲିଗ୍ରାମ ଚ୍ୟାନେଲ: ତେବେ ପ୍ଲେଷୋଟରକୁ ଷ୍ଟିକର ଡାଉନଲୋଡ୍‌ କରିବା ପରିବର୍ତ୍ତେ ଟେଲିଗ୍ରାମରୁ ମଧ୍ୟ ଡାଉନଲୋଡ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ଆସିଛି ନବ ବର୍ଷ, ଧୁମଧାମରେ ସ୍ବାଗତ କଲେ ବିଶ୍ବବାସୀ

ଏଭଳି ମଧ୍ୟ କରିପାରିବେ ଓ୍ବିସ୍‌: ଯଦି ଆପଣ ଅନ୍ୟମାନଙ୍କଠାରୁ ଟିକିଏ ଅଲଗା ହେବାକୁ ଚାହାଁନ୍ତି କିମ୍ବା ପ୍ରିୟଜନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏକ ସଟ୍ ଭିଡିଓ ମଧ୍ୟ ରେକର୍ଡ କରି ପଠାଇ ପାରିବେ। ଗତ କିଛି ଦିନ ପୂର୍ବରୁ ହ୍ବାଟ୍ସଆପ ଚାଟ ଓ୍ବିଣ୍ଡୋରୁ 60 ସେକେଣ୍ଡର ଭିଡିଓ ରେକର୍ଡ କରିବା ନେଇ ଅପ୍ସନ ପ୍ରଦାନ କରିଥିଲା। ଏହି ଫିଚର ରୋଲଆଉଟ ହେବା ପରେ ୟୁଜର୍ସଙ୍କୁ କ୍ୟାମେରାକୁ ଯାଇ ଭିଡିଓ ରେକର୍ଡ କରି ପଠାଇବାର ଆବଶ୍ୟକତା ରହେନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.