ହାଇଦ୍ରାବାଦ: ଗୁଗଲ ନିଜର ୟୁଜର୍ସଙ୍କୁ ଗୁଗଲ ମ୍ୟାପ୍ ଜରିଆରେ ଅନେକ ପ୍ରକାର ସର୍ଭିସ ପ୍ରଦାନ କରିଥାଏ । ଗୁଗଲ ମ୍ୟାପ୍ ହେଉଛି ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ନେଭିଗେସନ୍ ଆପ୍ । ତେବେ ୟୁଜର୍ସଙ୍କୁ ଉନ୍ନତ ସେବା ପହଞ୍ଚାଇବା ପାଇଁ ବା ୟୁଜର ଏକ୍ସପେରିୟେନ୍ସ ବୃଦ୍ଧି କରିବା ପାଇଁ ସମୟ ସମୟରେ ଆପ ଅନେକ ପ୍ରକାର ଫିଚର ରୋଲଆଉଟ କରିଥାଏ । ଏହି ଆପ୍ ଜରିଆରେ ଲୋକେସନ ସର୍ଚ୍ଚ(ସ୍ଥାନର ସନ୍ଧାନ), ମାର୍ଗ, କରେଣ୍ଟ ଲୋକେସନ(ସାମ୍ପ୍ରତିକ ଅବସ୍ଥା), ଅନ୍ ଡିଭାଇସ୍ ଲୋକେସନ୍ ହିଷ୍ଟ୍ରି ଏବଂ ଟାଇମଲାଇନ କ୍ରିଏସନ ଭଳି ଅନେକ ସୁବିଧା ପାଇଥାଆନ୍ତି ୟୁଜର୍ସ। ଏହାରି ଭିତରେ ଟେକ ଜିଆଣ୍ଟ ଗୁଗଲ ୟୁଜର୍ସଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ନୂଆ 5ଟି ଫିଚର ଯୋଡିବା ନେଇ ଘୋଷଣା କରିଛି । ଗୁଗଲ ମ୍ୟାପ୍ରେ ଏଆଇ ଅପଗ୍ରେଡ୍ ହେବା ନେଇ ଘୋଷଣା କରାଯାଇଛି ।
ଏଆଇ ଜରିଆରେ ଉନ୍ନତ ହେବ ଗୁଗଲ ମ୍ୟାପ୍ ନାଭିଗେସନ: ଗୁଗୁଲ୍ ମ୍ୟାପ୍ ନେଭିଗେସନକୁ ବିକଳ୍ପ ମାର୍ଗ ପରାମର୍ଶ ଏବଂ ଟ୍ରାଫିକରୁ ବର୍ତ୍ତାଇବା ପାଇଁ ଆପରେ ଏଆଇ ଅପଗ୍ରେଡ ସୁବିଧା ମିଳିବ। ଏହା ଦ୍ବାରା ବାହାରକୁ ଯିବା ସମୟରେ କିମ୍ବା ରାସ୍ତାରେ ମୋଡ ସମୟରେ କେଉଁ ଲେନରେ ଯିବାକୁ ହେବ କିମ୍ବା ମୋଡ ପୂର୍ବରୁ ରାସ୍ତା କିଭଳି ଦେଖାଯିବ ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିବ ଗୁଗଲ ମ୍ୟାପ। ଏହାସହିତ ରାସ୍ତାର ସ୍ଥିତି ଏବଂ ଯାତାୟତ ଉପରେ ରିୟଲ ଟାଇମ ଅପଡେଟ ମଧ୍ୟ ପାଇବେ ୟୁଜର୍ସ। ଏହା ଦ୍ବାରା ଜଣେ ସୁଗମ ପଥ ବାଛିବାରେ ସକ୍ଷମ ହେବ। ଯଦି କମ ସମୟରେ ଗନ୍ତବସ୍ଥଳକୁ ପହଞ୍ଚିବାକୁ ହେବ ସହାୟକ ହେବ ଗୁଗଲ ମ୍ୟାପ ।
ଗୁଗଲ ମ୍ୟାପ ସର୍ଚ୍ଚ ଫିଚର: ଆପ୍ରେ ଖୁବଶୀଘ୍ର ଏକ ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି । ଏହାର ନାମ ଗୁଗଲ ମ୍ୟାପ୍ ସର୍ଚ୍ଚ ରଖାଯାଇଛି । ଏହା ୟୁଜର୍ସଙ୍କୁ ପ୍ରାଥମିକତା ଏବଂ ଆବଶ୍ୟକତା ସହିତ ଜଡିତ ସ୍ଥାନ ଖୋଜିବାରେ ସାହାଯ୍ୟ କରିବା ପାଇଁ ଏଆଇର ଉପଯୋଗ କରିପାରିବ। ଉଦାହରଣ ସ୍ବରୂପ ଯଦି ଆପଣ ଏକ ରେଷ୍ଟୁରାଣ୍ଟ ଖୋଜୁଛନ୍ତି ତାହେଲେ ଗୁଗଲ ମ୍ୟାପ୍ ଏଭଳି ଏକ ଅପ୍ସନ ଦେଖାଇବ, ଯାହା ସ୍ୱାଦ, ବଜେଟ୍ ଏବଂ ଉପଲବ୍ଧତା ସହିତ ମେଳ ଖାଉଥିବ । ୟୁଜର୍ସଙ୍କୁ ଉତ୍ତମ ସୁବିଧା ବା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଅନ୍ୟ ୟୁଜର୍ସଙ୍କ ଦ୍ବାରା ଦାଖଲ କରାଯାଇଥିବା ଫଟୋ ଏବଂ ରିଭ୍ୟୁର ଉପଯୋଗ କରିବ । ୟୁଜର୍ସ ସର୍ଚ୍ଚ ରେଜଲ୍ଟରେ ଅନେକ କ୍ୟାଟେଗୋରୀ ଯେପରିକି ରେଟିଂ, ଆଇଟମ ଏବଂ ରିହାତି ଆଧାରରେ ଫିଲ୍ଟର ମଧ୍ୟ କରିପାରିବେ ।
ଏହା ମଧ୍ୟ ପଢନ୍ତୁ: ଆସିଲା ଗୁଗୁଲର Street View ଫିଚର, ଏମିତି ବ୍ୟବହାର କରିବେ
ଇଭି ଚାର୍ଜିଂ ଷ୍ଚେସନ ବିଷୟରେ ମିଳିବ ସୂଚନା: ଯଦି ଆପଣଙ୍କ ପାଖରେ ଇଲେକ୍ଟ୍ରିକାଲ ଭେଇକଲ(ଇଭି) ରହିଛି, ତେବେ ଏହି ଫିଚର ଆପଣଙ୍କ ପାଇଁ ବିଶେଷ ଉପଯୋଗେ ହେବ। ଖୁବଶୀଘ୍ର ଆପ୍ରେ ଇଭି ଚାର୍ଜିଂ ଷ୍ଟେସନ ବିଷୟରେ ସୂଚନା ପାଇବେ ୟୁଜର୍ସ। ନିକଟତମ ଚାର୍ଜିଂ ଷ୍ଟେସନ କେଉଁଠି ରହିଛି, କେଉଁ ପ୍ରକାର ଚାର୍ଜିଂ ରହିଛି, ବ୍ୟାଟେରୀ କେତେ ଶୀଘ୍ର ଚାର୍ଜିଂ ହେବ ତାହାର ସବିଶେଷ ତଥ୍ୟ ପ୍ରଦାନ କରିବ ଗୁଗଲ ମ୍ୟାପ। ଚାର୍ଜିଂ ଷ୍ଟେସନ ଫାଙ୍କା ନା ଗହଳି ରହିଛି, ଆପଣଙ୍କୁ କେତେ ସମୟ ଅପେକ୍ଷା କରିବାକୁ ହେବ, ସେ ବିଷୟରେ ସୂଚନା ପ୍ରଦାନ କରିବ ଗୁଗଲ ମ୍ୟାପ ।
ଇମ୍ରେସିଭ ଭ୍ୟୁ ସହିତ 3D: ଗୁଗଲ ମ୍ୟାପର ଏକ ନୂଆ ଆକର୍ଷଣୀୟ ଫିଚର ହେଉଛି ଇମ୍ପ୍ରେସିଭ ଭିୟୁ । ଏହା ୟୁଜର୍ସଙ୍କୁ ଷ୍ଟ୍ରିଟ୍ ଲେବଲରୁ 3D ରେ ରୁଟ୍ ଦେଖିବା ପାଇଁ ସକ୍ଷମ ହେବ । ଏହାର ଅର୍ଥ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆଖପାଖରେ ରହିଥିବା ଲ୍ୟାଣ୍ଡମାର୍କ ଏବଂ ଦିଗଗୁଡିକ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବ । ଏହି ଫିଚର ଦ୍ବାରା ଭିନ୍ନ ଭିନ୍ନ ସ୍ଥାନ ଖେଜିପାରିବେ ୟୁଜର୍ସ । ଏହି ଫିଚର ବିଶେଷକରି ଘନ ଅରଣ୍ୟରେ ରାସ୍ତା ବା ଦିଗ ଖୋଜିବାରେ ସହାୟକ ହେବ ।
ଗୁଗଲ୍ ମ୍ୟାପ୍ରେ ମିଳିବ ଏଆର ଫିଚର: ଏହି ଅପଗ୍ରେଡ୍ ସହିତ ଗୁଗଲ୍ ମ୍ୟାପ୍ ସର୍ଚ୍ଚ ଓ୍ବିଥ୍ ଲାଇଭ୍ ଭିୟୁ ଫିଚରକୁ ପରିବର୍ତ୍ତନ କରି ଲେନ୍ସ ଇନ ମ୍ୟାପ କରିଛି। ଏହି ଫିଚର ସାହାଯ୍ୟରେ ଏଆଇ ଦ୍ୱାରା କ୍ୟାମେରା ଭ୍ୟୁରେ ବସ୍ତୁ ଏବଂ ସ୍ଥାନ, ଯେପରିକି ଏଟିଏମ୍, ଟ୍ରାଞ୍ଜିଟ୍ ଷ୍ଟେସନ୍, ରେଷ୍ଟୁରାଣ୍ଟ, କଫି ଦୋକାନ ଖୋଜିବାରେ ସହାୟକ ହେବ । ଏହି ସ୍ଥାନଗୁଡିକୁ କିପରି ସଠିକ ଭାବେ ପହଞ୍ଚିପାରିବେ ସେନେଇ ଏଆଇ ସୂଚନା ପ୍ରଦାନ କରିବ ।