ETV Bharat / science-and-technology

ଲଞ୍ଚ ହେଲା Gemini AI, ଗୁଗଲ-ଓପନଏଆଇ ମଧ୍ୟରେ ହୋଇପାରେ ଟକ୍କର - ଗୁଗଲ ଓପନଏଆଇ ମଧ୍ୟରେ ଟକ୍କର

Gemini AI: ଗୁଗଲ ଲଞ୍ଚ କଲା Gemini AI । ଓପନ୍ AIର ଚାଟ୍‌ ଜିପିଟିକୁ ଦେଇପାରେ ଟକ୍କର । ଅଧିକ ପଢ଼ନ୍ତୁ

google launched gemini ai
google launched gemini ai
author img

By ETV Bharat Odisha Team

Published : Dec 7, 2023, 11:01 AM IST

ହାଇଦ୍ରାବାଦ: ଚାଟ୍‌ ଜିପିଟି(ChatGPT)କୁ ଟକ୍କର ଦେବ ଗୁଗଲ । ଲଞ୍ଚ୍‌ ହେଲା Gemini AI । ଓପନ୍ AIର ଚାଟ୍‌ ଜିପିଟି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗଲ୍ ଏହାର ଉନ୍ନତ ମଡେଲ୍ ଜେମିନି AI ଲଞ୍ଚ କରିଛି । ତେବେ ସୂଚନା ଅନୁସାରେ ଏହି ମଡେଲ ବାର୍ଡଠାରୁ ଅଧିକ ସ୍ମାର୍ଟ୍‌ ହୋଇଥିବା ବେଳେ ଏହା ସମସ୍ତ ପ୍ରକାର କାର୍ଯ୍ୟକୁ ସହଜରେ ପରିଚାଳନା କରିପାରିବ ବୋଲି କୁହାଯାଇଛି । ତେବେ ଏନେଇ କମ୍ପାନୀ ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଏହି ମଡେଲ ସାଧାରଣ ବ୍ୟକ୍ତିଙ୍କ କଥାବାର୍ତ୍ତା ଶୈଳୀରୁ ପ୍ରେରଣା ନେଇ ବିକଶିତ କରାଯାଇଛି । ଏହାର ଅର୍ଥ ମନୁଷ୍ୟ କିଭଳି ପରସ୍ପର ସହିତ କଥାବାର୍ତ୍ତା କରେ, ସେହି ଆଧାରରେ ଏହି ମଡେଲକୁ ବିକଶିତ କରାଯାଇଛି । ଜେମିନି ଏଆଇକୁ ଡିପମାଇଣ୍ଡ ଏବଂ ଗୁଗଲର ରିସର୍ଚ୍ଚ ଟିମ୍‌ର ମିଳିତ ପ୍ରୟାସରେ ଏହାକୁ ବିକଶିତ କରାଯାଇଥିବା ବେଳେ ଏହା ଟେକ୍ସଟ୍‌, ଇମେଜ, ଅଡିଓ ଏବଂ କୋଡ୍‌ ଭଳି ଅନେକ ଟାସ୍କ ବା କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିପାରିବ ବୋଲି କୁହାଯାଇଛି ।

କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଜେମିନି ଏଆଇ 3 ସାଇଜ ଅଲଟ୍ରା(ଜଟିଳ କାର୍ଯ୍ୟ ପାଇଁ) ପ୍ରୋ(ବିଭିନ୍ନ ପ୍ରକାର କାର୍ଯ୍ୟର ବିସୃତ ଶୃଙ୍ଖଳା ବୃଦ୍ଧି କରିବା ପାଇଁ) ଏବଂ ନାନୋ(ଅନ୍-ଡିଭାଇସ୍ ଟାସ୍କ) ପାଇଁ ଉପଲବ୍ଧ ଅଟେ । ଅନ୍ୟପଟେ ଏନେଇ ଗୁଗଲ ଆସିଷ୍ଟାଣ୍ଟ୍‌ ଏବଂ ବାର୍ଡର ଉପାଧ୍ୟକ୍ଷ ସିସି ହସିଆଓ କହିଛନ୍ତି, "ଦୁଇଟି ପର୍ଯ୍ୟାୟରେ ଜେମିନିକୁ ବାର୍ଡ ସହ ଯୋଡା ଯାଉଛି । ଡିସେମ୍ବର 6 ତାରଖରୁ ବାର୍ଡକୁ ଜେମିନି ପ୍ରୋ'ର ଏକ ସ୍ବତନ୍ତ୍ର ସଂସ୍କରଣ ସହିତ ଜଡ଼ିତ କରାଯାଇଛି। ଏହା ଏହି ସଂସ୍କରଣ ଦ୍ବାରା ହିଁ ପରିଚାଳିତ ହେବ । ଯାହା ଚାଟବୋଟ୍‌କୁ ବୁଝିବା ଏବଂ ଯୁକ୍ତି, କୋଡିଂ ଏବଂ ଯୋଜନା ଭଳି ଅନେକ କାର୍ଯ୍ୟ କରିବାରେ ସକ୍ଷମ ହେବ ।

ଏହା ମଧ୍ୟ ପଢନ୍ତୁ: OpenAIକୁ ସିଇଓ ଭାବେ ସାମ୍ ଅଲ୍ଟମ୍ୟାନଙ୍କ କମ୍ ବ୍ୟାକ୍

170 ଦେଶରେ ଉପଲବ୍ଧ ହେବ: ବାର୍ଡ ମଧ୍ୟରେ ଜେମିନି ପ୍ରୋର ପ୍ରାରମ୍ଭରେ ଟେକ୍ସଟ ବେସ ପ୍ରଣ୍ଟର ସପୋର୍ଟ ମିଳିବ ଏହା ପରେ ମଲ୍ଟିମଡେଲକୁ ସପୋର୍ଟ ମିଳିବ। ଏହି ନୂଆ ମଡେଲ 170ରୁ ଅଧିକ ଦେଶ ଏବଂ କ୍ଷେତ୍ରରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ। କିନ୍ତୁ ନିକଟ ଭବିଷ୍ୟତରେ ୟୁରୋପ ଭଳି ଅଧିକ ଭାଷା ଏବଂ ଭୌଗଳିକ କ୍ଷେତ୍ରରେ ଉପଲବ୍ଧ ହେବ ବୋଲି କୁହାଯାଇଛି ।

2024 ପ୍ରାରମ୍ଭରେ ଜେମିନି ଅଲଟ୍ରାର ସପୋର୍ଟ ମିଳିବ: 2024 ଜାନୁଆରୀ ମାସରେ ଗୁଗଲ ବାର୍ଡ୍‌ ମଧ୍ୟରେ ଜେମିନି ଅଲଟ୍ରାର ସପୋର୍ଟ ମିଳିପାରିବ। ଯାହା ବିଭିନ୍ନ ପ୍ରକାର ସୂଚନା ଯେପରିକି ଟେକ୍ସଟ, ଚିତ୍ର, ଅଡିଓ, ଭିଡିଓ ଏବଂ କୋର୍ଡରୁ ଶୀଘ୍ର ବୁଝିବା ସହିତ ଏହା ଉପରେ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇପାରିବ । ତେବେ ନିକଟ ଭବିଷ୍ୟତରେ ଜେମିନି ଅଲଟ୍ରା ବିଶ୍ବର ସବୁଠାରୁ ଲୋକପ୍ରିୟ କୋର୍ଡିଂ ଭାବେ ପରିଗଣିତ ହେବାରୋ ସକ୍ଷମ ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.