ETV Bharat / science-and-technology

Google Doodle PaniPuri: ଗୁପଚୁପକୁ ନେଇ ଗୁଗୁଲର ମଜାଦାର ଡୁଡୁଲ, ୟୁଜର୍ସ ସାଜୁଛନ୍ତି ପାନିପୁରୀ ଓ୍ବାଲା

ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ଭାରତର ଲୋକପ୍ରିୟ ଏବଂ ସ୍ବାଦିଷ୍ଟ ଷ୍ଟ୍ରିଟଫୁ଼ଡ ଗୁପ୍‌ଚୁପ । ଅଧିକ ପଢନ୍ତୁ

Google Doodle Pani Puri
Google Doodle Pani Puri
author img

By

Published : Jul 12, 2023, 11:28 AM IST

Updated : Jul 12, 2023, 11:51 AM IST

ନୂଆଦିଲ୍ଲୀ: ଗୁପ୍‌ଚୁପ୍‌ ଖାଇବା କାହାକୁ ବା ପସନ୍ଦ ନୁହେଁ । ଗୋଲଗପା ବା ଗୁପଚୁପର ନାମ ଶୁଣି ସମସ୍ତଙ୍କ ପାଟିରେ ପାଣି ଆସିଯାଇଥାଏ। ଗୁପଚୁପ ଭାରତର ଏକ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ, ଯାହା ପ୍ରତ୍ୟେକ ସହରରେ ବିଭିନ୍ନ ନାମରେ ବିକ୍ରି କରାଯାଇଥାଏ। ଗୁପଚୁପକୁ ପୁଚକା, ପାନିପୁରି, ପାନି କେ ପାତାଶେ ନାମରେ ଜଣାଶୁଣା। ତେବେ ଏହା ପଢ଼ିବା ପରେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଆସୁଥିବ ଯେ କାହିଁକି ଗୁପଚୁପ ବିଷୟରେ କୁହାଯାଉଛି । ତେବେ ଏହାର କାରଣ ଗୁଗଲ ଏହାର ଡୁଡଲ୍‌କୁ ଗୁପଚୁପ୍‌ ରୂପ ଦେଇଛି । ଆଜି ଗୁଗୁଲ୍ ଏହାର ଉପଭୋକ୍ତାମାନଙ୍କୁ ଡୁଡଲ୍ ମାଧ୍ୟମରେ ଗୁପଚୁପ ଖେଳ ଖେଳିବାର ସୁଯୋଗ ଦେଉଛି । ସକାଳୁ ଏହାକୁ ଦେଖି ୟୁଜର୍ସମାନେ ମଧ୍ୟ ବେସ ଖୁସି ହେଉଥିବା ନେଇ ମଧ୍ୟ ଏକ ରିପୋର୍ଟରେ କୁହାଯାଇଛି । ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ଭାରତର ଲୋକପ୍ରିୟ ଏବଂ ସ୍ବାଦିଷ୍ଟ ଷ୍ଟ୍ରିଟଫୁ଼ଡ ଗୁପଚୁପ ।

ତେବେ କଣ ଏହି ଗୁପଚୁପ: ଗୁପଚୁପ ବିଷୟରେ ସୂଚନା ଦେଇ ଗୁଗୁଲ ଏହାକୁ ସ୍ୱାଦିଷ୍ଟ ପାଣିରେ ଭରପୂର କ୍ରିସ୍ପି ସେଲ୍‌ ବୋଲି ବର୍ଣ୍ଣନା କରିଛି, ଯେଉଁଥିରେ ଆଳୁ, ଛୋଲେ, ମସଲା, ଚିଲି ଭରି ରହିଛି । ଏହା ବ୍ୟତୀତ ଗୁଗୁଲ ଗୁପଚୁପର ବିଭିନ୍ନ ସ୍ୱାଦ ବିଷୟରେ ମଧ୍ୟ କହିଛି।

ଗୁଗୁଲ କାହିଁକି ଏହି ଡୁଡଲ୍‌ ପାଳନ କରୁଛି: ବାସ୍ତବରେ ଯଦି କହିବା ଗୁଗୁଲ ଆଜି ଦକ୍ଷିଣ ଏସୀୟ ଷ୍ଟ୍ରିଟ୍ ଫୁଡ୍ ପାଳନ କରୁଛି । 2015 ମସିହାରେ, ଏହି ଦିନ ଅର୍ଥାତ୍ ଜୁଲାଇ 12 ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ରେଷ୍ଟୁରାଣ୍ଟ 51ଟି ବିଭିନ୍ନ ପ୍ରକାରର ଗୁପଚୁପ ପରିବେଷଣ କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଆଜି ଗୁଗୁଲ ଏହି ଦିନକୁ ସେଲିବ୍ରେଟ୍‌ କରୁଛି । ତେବେ ଗୁଗୁଲ ଗୁପଚୁପର ଡୁଡୁଲ ତିଆରି କରିନାହିଁ ବରଂ ଖେଳ ମାଧ୍ୟମରେ ଏହାର ଉପଭୋକ୍ତାମାନଙ୍କୁ ମଧ୍ୟ ଏକ ଟାସ୍କ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଗୁଗୁଲ ଡୁଡୁଲରେ ଜାପାନର Tanabata

ଗୁଗୁଲରେ ଏହି ଖେଳ କିପରି ଖେଳିବେ: ଗୁଗୁଲ୍ ଉପଭୋକ୍ତାମାନଙ୍କୁ ଏକ ଡୁଡଲ୍ ତିଆରି କରି 'ପାନିପୁରୀ ୱାଲା' ହେବାର ସୁଯୋଗ ଦେଇଛି । ଏହି ଗୁଗଲ୍ ଗେମ୍ ଖେଳର ଉଦ୍ଦେଶ୍ୟ ହେଉଛି, ଉପଭୋକ୍ତାମାନଙ୍କୁ ଏକ ଟାଇମର୍ ସହିତ କାମ କରିବାକୁ ପଡ଼ିବ ଏବଂ ବିଭିନ୍ନ ଗ୍ରାହକଙ୍କୁ ବିଭିନ୍ନ ସ୍ୱାଦର ଗୁପ୍‌ଚୁପ୍‌ ଖୁଆଇବାକୁ ପଡ଼ିବ। ଗ୍ରାହକଙ୍କୁ ଗୁପଚୁପ ଖାଇବାକୁ, ଆପଣଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗ୍ରାହକଙ୍କୁ ନିମ୍ନଲିଖିତ ପ୍ଲେଫରର ପାଣି ସହ ଖାଇବାକୁ ଦେବାକୁ ପଡିବ। ଯଦି ଠିକ ଖେଳିବେ ତାହେଲେ ଆପଣ ଏହି ଖେଳକୁ ଦୀର୍ଘ ସମୟ ଧରି ଖେଳିପାରିବେ ଏବଂ ଭଲ ପଏଣ୍ଟ ମଧ୍ୟ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 12, 2023, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.