ନୂଆଦିଲ୍ଲୀ: IoT(internet of things) ସେବା ବନ୍ଦ କରିବ ଗୁଗୁଲ୍ କ୍ଲାଉଡ୍(Google Cloud) । କୋର ଇଣ୍ଟରନେଟ୍ ଥିଙ୍ଗ୍ସ(IoT) ସେବା ବନ୍ଦ କରିବା ନେଇ ଗୁରୁବାର ଘୋଷଣା କରିଛି ସଂସ୍ଥା । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, କଷ୍ଟମର ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ଏହାର ଏକ ବିକଳ୍ପକୁ ସ୍ଥାନାନ୍ତରିତ ହୋଇପାରବେ । ଗୁଗୁଲ୍ କ୍ଲାଉଡ୍ ପ୍ରତିଦ୍ୱନ୍ଦ୍ୱୀ ଆମାଜନ ୱେବ୍ ସର୍ଭିସେସ୍ (AWS) ଏବଂ ମାଇକ୍ରୋସଫ୍ଟ ମଧ୍ୟ ସମାନ IoT ସେବା ପ୍ରଦାନ କରେ । AWSର 'IoT କୋର' ଥିବାବେଳେ ମାଇକ୍ରୋସଫ୍ଟ ଏହାର Azure କ୍ଲାଉଡ୍ ପ୍ଲାଟଫର୍ମର ଏକ ଅଂଶ ଭାବରେ 'IoT Hub' ପ୍ରଦାନ କରେ ।
ଗୁଗୁଲ୍ କ୍ଲାଉଡର IoT କୋର ପ୍ରଡକ୍ଟ ଟିମ୍ ଏକ ଅପଡେଟରେ କହିଛି, "ଅଗଷ୍ଟ 16, 2023 ରେ ଗୁଗୁଲ୍ କ୍ଲାଉଡର IoT କୋର ସେବା ବନ୍ଦ ହୋଇଯିବ । "ଆମେ ସୁପାରିଶ କରୁଛୁ ଯେ IoT କୋରରୁ ଏକ ବିକଳ୍ପ ସେବାକୁ ସ୍ଥାନାନ୍ତରିତ ହେବା ପାଇଁ କୌଣସି ବିକଳ୍ପ ବାଛନ୍ତୁ । ପ୍ରାରମ୍ଭିକ ପଦକ୍ଷେପ ଭାବରେ, ଯଦି ଆପଣଙ୍କର ସ୍ଥାନାନ୍ତରଣ ଯୋଜନା ବିଷୟରେ ଆପଣଙ୍କର ପ୍ରଶ୍ନ ଅଛି ତେବେ ଆପଣଙ୍କର ଗୁଗୁଲ୍ କ୍ଲାଉଡ୍ ଆକାଉଣ୍ଟ୍ ମ୍ୟାନେଜର୍ ସହିତ ସଂଯୋଗ କରିବାକୁ କମ୍ପାନୀ ପରାମର୍ଶ ଦେଇଛି ।
ସ୍ପେନରେ ଶ୍ରମ ନିୟମ ଉଲ୍ଲଂଘନ ପାଇଁ ଗୁଗୁଲ୍ କ୍ଲାଉଡ୍ 2017 ରେ IoT କୋର ସେବା ଆରମ୍ଭ କରିଥିଲା ,ଯାହାକି ଏକ କମ୍ପାନୀର କ୍ଲାଉଡ୍ ଆଧାରିତ ପରିବେଶକୁ ସଂଯୁକ୍ତ ଉପକରଣରୁ ତଥ୍ୟ ପଠାଇବା କାର୍ଯ୍ୟକୁ ସହଜ କରିଥାଏ । କମ୍ପାନୀ ଅନୁଯାୟୀ, "IoT କୋର ହେଉଛି ଏକ ସମ୍ପୂର୍ଣ୍ଣ ପରିଚାଳିତ ସେବା ଯାହା ଆପଣଙ୍କୁ ସହଜରେ ଏବଂ ସୁରକ୍ଷିତ ଭାବରେ ଯୋଗାଯୋଗ, ପରିଚାଳନା ଏବଂ ଲକ୍ଷ ଲକ୍ଷ ବିଶ୍ୱବ୍ୟାପୀ ବିସ୍ତୃତ ଉପକରଣରୁ ତଥ୍ୟ ଗ୍ରହଣ କରିବାକୁ ଅନୁମତି ଦେଇଥାଏ ।"
ଗୁଗୁଲ୍ କ୍ଲାଉଡର ଅନ୍ୟାନ୍ୟ ସେବା ସହିତ IoT କୋର, ଉନ୍ନତ କାର୍ଯ୍ୟକ୍ଷମ ଦକ୍ଷତାକୁ ସମର୍ଥନ କରିବା ପାଇଁ ପ୍ରକୃତ ସମୟରେ IoT ତଥ୍ୟ ସଂଗ୍ରହ, ପ୍ରକ୍ରିୟାକରଣ, ବିଶ୍ଳେଷଣ ଏବଂ ଭିଜୁଆଲାଇଜ୍ ପାଇଁ ଏକ ସମ୍ପୂର୍ଣ୍ଣ ସମାଧାନ ପ୍ରଦାନ କରେ ।