ହାଇଦ୍ରାବାଦ: କ୍ୟାଲେଣ୍ଡରରୁ ବିଦାୟ ନେଇଛି 2024 । ନୂଆ ସୂର୍ଯ୍ୟୋଦୟ ସହିତ ବିଶ୍ବବାସୀ ନୂଆ ବର୍ଷକୁ ସ୍ବାଗତ ଜଣାଇଛନ୍ତି । ନୂଆ ଆଶା ଏବଂ ସମ୍ଭାବନାକୁ ନେଇ ପାଦ ଥାପିଛି ବର୍ଷ 2024 । ବିଶ୍ବବାସୀ ନିଜ ନିଜ ଶୈଳୀରେ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି । ଏହି କ୍ରମରେ ଗୁଗଲ ମଧ୍ୟ ସ୍ସେସାଲ ଡୁଡଲ କରି ନୂଆ ବର୍ଷକୁ ସ୍ବାଗତ ଜଣାଇଛି । 2024 ନୂଆ ବର୍ଷ ପାଇଁ ଆଜି ଏକ ସ୍ବତନ୍ତ୍ର ଡୁଡଲ ତିଆରି କରିଛି ଗୁଗଲ । ଏହା ପୂର୍ବରୁ କାଉଣ୍ଟଡାଉନ ସମୟରେ ମଧ୍ୟ ଏକ ଡୁଡଲ୍ ତିଆରି କରି ବର୍ଷ 2023କୁ ବିଦାୟୀ ଦେଇଥିଲା ଗୁଗଲ ।
ଆଜି 2024 ମସିହାର ପ୍ରଥମ ଦିନ । ଏନେଇ ସାରା ବିଶ୍ବ ଉତ୍ସର ମୁଖର । କିଏ ପୂଜା ପାଠ କରୁଛି ତ ଆଉ ଏକ ପାର୍ଟି କରି ନୂଆ ବର୍ଷକୁ ସ୍ବାଗତ ଜଣାଇଛି । ଗୀତ ଗାଇ, ନାଚି ଓ ବାଣ ଫୁଟାଇ ନୂତନ ବର୍ଷକୁ ସ୍ବାଗତ କରାଯାଇଛି । ପରସ୍ପରକୁ ହାପି ନ୍ୟୁ' ଇୟର କହି ନୂଆବର୍ଷର ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ଆଜିର ଦିନରେ ସର୍ଚ୍ଚ୍ ଇଞ୍ଜିନ ଗୁଗଲ ମଧ୍ୟ ଏକ ଡୁଡଲ୍ ତିଆରି କରିଛି । ଯାହାକି ଗୁଗଲର ହୋମପେଜରେ ଦୃଶ୍ୟମାନ ହେଉଛି। ଏହା ଗୁଗଲର ଓ୍ବେବ ହୋମପେଜ ଏବଂ ମୋବାଇଲ ହୋମପେଜରେ ଦୃଶ୍ୟମାନ ହେଉଛି। ଆପ ଖୋଲିବା ମାତ୍ରେ ଡୁଡଲ ଦେଖାଯିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛି ଗୁଗଲ।
ଏହା ମଧ୍ୟ ପଢନ୍ତୁ: ଇସ୍ରୋର ଐତିହାସିକ ମିଶନ, ଉତକ୍ଷେପଣ ହେଲା ଏକ୍ସପୋସାଟ୍ ସାଟେଲାଇଟ୍
ନୂଆବର୍ଷର ଆରମ୍ଭରେ ଗୁଗଲ ତିଆରି କରିଥିଲା ଡୁଡଲରେ ଏକ ସାଇନିଂ ହେଙ୍ଗିଂ ବଲ୍ ରହିଛି। ଏହାସହ ଏକ ସ୍ମାଇଲି ମଧ୍ୟ ଦୃଶ୍ୟମାନ ହେଉଛି। ଅନ୍ୟପଟେ ଡୁଡଲରେ ଏକ ଛୋଟ ଦଉଡି ସଦୃଶ ମଧ୍ୟ ଝୁଲି ରହିଛି। 7ଟି ରଙ୍ଗ ବା ସପ୍ତରଙ୍ଗକୁ ନେଇ ସ୍ସେସାଲ ଡୁଡଲ ତିଆରି କରିଛି ଗୁଗଲ । ଡୁଡଲ ଭାରତ ସମେତ ବିଶ୍ବର ଅନେକ ଦେଶରେ ଦୃଶ୍ୟମାନ ହେଉଛି । ଗୁଗଲ ପ୍ରତି ସ୍ବତନ୍ତ୍ର ଦିନରେ ହୋମପେଡ୍ରେ ଡୁଡଲ ତିଆରି କରିଥାଏ ।
ଏହା ମଧ୍ୟ ପଢନ୍ତୁ: ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ଆସିଛି ନବ ବର୍ଷ, ଧୁମଧାମରେ ସ୍ବାଗତ କଲେ ବିଶ୍ବବାସୀ
ପ୍ରକାଶଥାଉକି, 2023କୁ ବିଦାୟ ଦେବା ସମୟରେ ମଧ୍ୟ ଏକ ସ୍ସେସାଲ ଡୁଡଲ ପ୍ରସ୍ତୁତ କରିଥିଲା ଗୁଗଲ। 2023କୁ ବିଦାୟ ଦେଇ ଜିରୋନାଇଟ ସେଲିବ୍ରେସନ କରିଥିଲା । ପରେ ନୂଆ ବର୍ଷ 2024କୁ ମଧ୍ୟ ସ୍ସେସାଲ ଡୁଡଲ ପ୍ରସ୍ତୁତ କରି ସେଲିବ୍ରେଟ୍ କରିଛି ଗୁଗଲ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ