ETV Bharat / science-and-technology

ଏଣିକି ଜିମେଲ ଲେଖିବ AI, ମିଳିବ 'ହେଲ୍ପ ମି ରାଇଟ' ସୁବିଧା - ଜିମେଲ ଫିଚର

କିଛି ଆଣ୍ଡ୍ରଏଡ୍ ଏବଂ ଆଇଓଏସ ୟୁଜର୍ସମାନେ ଜିମେଲରେ 'Help me write' ଫିଚର ପାଇପାରିବେ । ଏହାଦ୍ବାରା ଆଉ ୟୁଜର୍ସଙ୍କୁ ମେଲ ଲେଖିବା ପାଇଁ ପଡିବ ନାହିଁ । ଏଣିକି ଜିମେଲ ଲେଖିବ AI । ଅଧିକ ପଢନ୍ତୁ

Gmail Help Me Write Feature
Gmail Help Me Write Feature
author img

By

Published : Jun 14, 2023, 1:08 PM IST

ହାଇଦ୍ରାବାଦ: ଆସିବାକୁ ଯାଉଛି ଗୁଗଲ ମେଲର ଆକର୍ଷଣୀୟ ଫିଚର । ଏଣିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ଲେଖିବ ଜିମେଲ । ଲମ୍ବା ମେଲ ଲେଖିବା ପାଇଁ ଏଣିକି ଆଉ କଷ୍ଟ କିମ୍ବା ମାଇଣ୍ଡ ଖର୍ଚ୍ଚ କରିବାକୁ ପଡିବ ନାହିଁ । ବିନା ଟେନସନରେ ଏବେ ଲେଖିପାରିବେ ଜିମେଲ । କହିବାକୁ ଗଲେ ଗତମାସରେ ଗୁଗୁଲର I / O 2023 ଇଭେଣ୍ଟ ହୋଇଥିଲା । ଏହି ଇଭେଣ୍ଟରେ, କମ୍ପାନୀ ଏହାର ଅନେକ ଆପରେ AIର ସମର୍ଥନ ବିଷୟରେ କହିଥିଲା । ଗୁଗୁଲ୍ ମଧ୍ୟ Gmailରେ AI ସମର୍ଥନ ଯୋଗାଇବାକୁ ଯାଉଛି, ଯାହା ପରେ ଲୋକମାନେ ନିଜେ ମେଲ୍ ଲେଖିବାକୁ ଆଉ ଆବଶ୍ୟକ ପଡିବ ନାହିଁ । ଏହାରି ଭିତରେ ଜିମେଲ ଆଣିଛି 'Help me write' ଫିଚର। ଏହାର ଅର୍ଥ ମୋତେ ମେଲ ଲେଖିବାରେ ହେଲ୍ପ ଦରକାର । ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇନଥିବା ବେଳେ ବିଟା ଟେଷ୍ଟରଙ୍କ ପାଇଁ ଉପଲବ୍ଧ ରହିଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ।

କେମିତି କରିପାରିବେ ବ୍ୟବହାର: ଡେସ୍କଟପ୍ ବ୍ୟବହାରକାରୀଙ୍କ ପରି, ୟୁଜର୍ସମାନଙ୍କୁ ଏକ ବାର୍ତ୍ତା ମାଧ୍ୟମରେ ସୂଚନା ପାଇପାରିବେ । ଏହା ପରେ Gmail ବାକ୍ସର ଡାହାଣ ପାର୍ଶ୍ୱରେ 'Help me write' ବଟନ୍ ଦେଖାଯାଏ । ଏହା ଉପରେ କ୍ଲିକ୍ କରିବା ମାତ୍ରେ AI କୁ ନିର୍ଦ୍ଦେଶ ଦେବାକୁ ପଡିବ ଏବଂ କିଛି ସେକେଣ୍ଡ ମଧ୍ୟରେ ପୁରା ବା ସମ୍ପୁର୍ଣ୍ଣ ମେଲ ଲେଖାହୋଇଯିବ । ଯେପରି ବର୍ତ୍ତମାନ ପର୍ଯ୍ୟନ୍ତ ଚାଟ୍ ଜିପିଟି କିମ୍ବା ବିଙ୍ଗରେ କମାଣ୍ଡ୍ ଦିଆଯାଇଥାଏ, ସେହିପରି ଜିମେଲରେ ମଧ୍ୟ ଏହା ଦେବାକୁ ହେବ । ଏହି ଫିଚର ଦ୍ବାରା ୟୁଜର୍ସ ଅନେକ ଲାଭ ପାଇପାରିବେ । ଯେମିତି କି ଫର୍ମାଲ ମେଲ, ମେଲକୁ ଛୋଟ କିମ୍ବା ବାଖ୍ୟା କରି ଲେଖିପାରିବେ ।

ଏହା ମଧ୍ୟ ପଢନ୍ତୁ: ଗୁଗଲ ଆଣୁଛି ଆକର୍ଷଣୀୟ ଫିଚର, ଏଣିକି ଫଟୋର ପଛକୁ ଦେଖି ଚିହ୍ନିବ ଗୁଗଲ

ଗୁଗଲ ଫଟୋରେ ଆସିବାକୁ ଯାଉଛି ଏହି ଫଚର: ଟେକ୍ ଜଏଣ୍ଟ ଗୁଗଲ ୱାନ୍ ସବସ୍କ୍ରାଇବର୍ସଙ୍କ ପାଇଁ ଏଡିଡିଙ୍ଗ ଫିଚର ଆଣିବାକୁ ଯାଉଛି । ଗୁଗଲ ଫୋଟର ଓ୍ବେ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ ହେବ । ଏହି ଫିଚରକୁ ବ୍ୟବହାର କରିବାକୁ ହେଲେ ବ୍ରାଉଜରର ଅପଡେଟ ଏବଂ କମ୍ପ୍ୟୁଟରରେ 4 ଜିବି ରାମ୍ ବାଧ୍ୟତାମୂଳକ ଅଟେ । ଉପଭୋକ୍ତାମାନେ ୱେବରେ ଫଟୋ, ସ୍କାଏ କଲରଏବଂ HDR ସେଟିଙ୍ଗର ଲାଭ ଉଠାଇ ପାରିବେ । କମ୍ପାନୀ ଏହି ଫଚର ଗୁ଼ଡିକ ରୋଲ ଆଉ କରିବା ଆରମ୍ଭ କରିଛି ଏବଂ ଆଗାମୀ ଦିନରେ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ।

ପ୍ରକାଶଥାଉକି, ଗତ ଦୁଇଦିନ ପୂର୍ବେ ଗୁଗଲ ଫଟୋରେ ଆଉ ଏକ ଅପଡେଟ ନେଇ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଏଥିରେ ଚେହେରା ଦେଖି ଫଟୋ ଚିହ୍ନଟ କରିବାର ସୁବିଧା ରହିଛି । ଏହାର ଅର୍ଥ ଫଟୋକୁ ଦେଖି ଏକା ପ୍ରକାର ଫଟୋକୁ ଏକ ଫୋଲ୍ଡରରେ ରଖିବାକୁ ସାହାଯ୍ୟ କରିଥାଏ । ଏହା ଦ୍ବାରା ଗୁରୁଲ ଫୋଟସରୁ ଫଟୋ ଖୋଜିବାରେ ଅସୁବିଧା ହୁଏ ନାହିଁ । କିନ୍ତୁ ଫଟୋରେ ଚେହେରା ସ୍ପଷ୍ଟ ଦେଖାଯିବା ଉଚିତ୍‌ । ତେବେ ବର୍ତ୍ତମାନ ଆପରେ ଏକ ନୂଆ ଅପଡେଟ ଆସିବାକୁ ଯାଉଛି । ଏହି ଅପଡେଟରେ ଫଟୋକୁ ପଛରୁ ଦେଖି ଲୋକଙ୍କୁ ଚିହ୍ନଟ କରିହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.