ହାଇଦ୍ରାବାଦ: ବିଦାୟୀ ବର୍ଷ 2023 ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପାଇଁ ବିଗ ବ୍ୟାଙ୍ଗ ସଦୃଶ ରହିଥିଲା। ମହାକାଶ ଗବେଷଣା କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ମିଳିଥିଲା। ଚନ୍ଦ୍ରର ଦକ୍ଷିଣମେରୁରେ ପ୍ରଥମ ରାଷ୍ଟ୍ର ଭାବେ ଭାରତର ଚନ୍ଦ୍ରଯାନ-୩ର ସଫଳ ଅବତରଣଠାରୁ ଆରମ୍ଭକରି ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୧ର କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ମିଳିଛି। ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ବିଶ୍ବବିଦିତ ହୋଇଛି ଭାରତ।
ତେବେ ବିଦାୟୀ ବର୍ଷର ସଫଳତା ନୂଆ ବର୍ଷରେ ମଧ୍ୟ ଅନୁରୂପ ଦେଖିବାକୁ ମିଳିଥିଲା। ନୂଆବର୍ଷ ଆରମ୍ଭରୁ ଇତିହାସ ରଚିଲା ଭାରତ। ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ଯୋଡି ହୋଇଛି। ଗତକାଲି ଅର୍ଥାତ ସୋମବାର ସକାଳ 9ଟା 10 ମିନିଟ ସମୟର ଏକ୍ସରେ ପୋଲାରିମିଟର ସାଟେଲାଇଟକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଲଞ୍ଚ କରାଯାଇଥିଲା । ପିଏସଏଲଭି ସି85 ରକେଟ ସାହାଯ୍ୟରେ ଏହାର ଉତକ୍ଷେପଣ କରାଯାଇଥିଲା। ତେବେ ଏହା ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍ ଷ୍ଟାରର ରହସ୍ୟ ଭେଦିବ।
କେବଳ ଏତିକିରେ ସରିନାହିଁ ନୂଆବର୍ଷ ଖୁସି। ଏକ୍ସପୋସାଟ୍ ଲଞ୍ଚିରେ ସଫଳତା ମିଳିବା ପରେ ଏଇଠି ବର୍ଷର ଆରମ୍ଭ ହେଲା କହିଥିଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ। ମହାକାଶର ରହସ୍ୟ ଭେଦିବା ପାଇଁ ଚଳିତ ବର୍ଷ ଇସ୍ରୋର ଅନେକ ଯୋଜନା ରହିଥିବା ବେଳେ 12 ମାସରେ 12 ମିଶନ ଆମର ଲକ୍ଷ୍ୟ କହିଥିଲେ ସୋମନାଥ।
2024ର ମିଶନ:
1. ଗଗନଯାନ: ମାନବ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା। ଆମେରିକା, ଋଷ ଓ ଚୀନ ଏହି ତାଲିକାରେ ପୂର୍ବରୁ ସାମିଲ ଥିବା ବେଳେ ଭାରତ ମାନବ ମହାକାଶଚାରୀ ସଫଳତାର ସହ ପ୍ରେରଣ କରିବାରେ ସଫଳ ହେଲେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ମାନ୍ୟତା ହାସଲ କରିବ । ଏହି ମିଶନ ଭାରତର ମହାକାଶ ସାମର୍ଥ୍ୟକୁ ପ୍ରତିପାଦିତ କରିବ। ଏଥିପାଇଁ ଏଜେନ୍ସି ପକ୍ଷରୁ ଅନେକ ଜ୍ଞାନକୌଶଳର ବିକାଶ କରାଯାଉଛି। ମାନବ ରହିତ ଯାନ ସହିତ ସିଷ୍ଟମ କ୍ବାଲିଫିକେସନର ମଧ୍ୟ ବିକଶିତ କରାଯାଇଛି। ଏହି ମିଶନରେ ପ୍ରାୟ 20 ପ୍ରକାର ଟେଷ୍ଟ କରାଯିବ। ଏଥିରେ ହ୍ୟୁମାନ୍-ରେଟେଡ୍ ଲଞ୍ଚ୍ ଯାନ (HLVM3) ଏବଂ ସିଷ୍ଟମ୍ କ୍ବାଲିଫିକେସନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
ସଂସ୍କୃତରେ ଗଗନଯାନର ଅର୍ଥ ଆକାଶକୁ ଏକ କ୍ରାଫ୍ଟ ବା ଯନ ପଠାଇବା। 90 ବିଲିୟନ ଡଲାରରେ ଗଗନଯାନକୁ ବିକଶିତ କରାଯାଇଛି। ଏହି ମିଶନ ସଫଳ ହେଲେ ଆମେରିକା, ଋଷ ଓ ଚୀନ ତାଲିକାରେ ସାମିଲ ହେବ ଭାରତ। ମହାକାଶକୁ ମାନବ ପଠାଇବା ଏକ ପ୍ରକାର ଗର୍ବର ବିଷୟ ବୋଲି କୁହାଯାଇଛି। ମହାକାଶକୁ ମାନବ ମହାକାଶଚାରୀ ପ୍ରେରଣ କରି ସେମାନଙ୍କୁ ସୁରକ୍ଷିତ ଭୂପୃଷ୍ଠକୁ ଫେରାଇବା ଏହି ମିଶନର ଲକ୍ଷ୍ୟ । ତେବେ ପ୍ରଥମ ପର୍ଯ୍ୟାୟରେ ମାନବ ସଦୃଶ୍ୟ ରୋବଟ ମହାକାଶଚାରୀ ପ୍ରେରଣ ହେବ । ଏହି ଅତ୍ୟାଧୁନିକ ରୋବଟ ମନ୍ୟୁଷ ପରି ସମସ୍ତ କାର୍ଯ୍ୟ କରିବା ପାଇଁ ସକ୍ଷମ ହେବ ।
2. ନିସାର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏବଂ ଆମେରିକୀୟ ଗବେଷଣା ସଂସ୍ଥା(ନାସା)ର ମିଳିତ ମିଶନ ହେଉଛି ନାସା-ଇସ୍ରୋ ସିନ୍ଥେଟିକ ଆପେର୍ଚର ରାଡାର(ନାସାର)। ନାସା-ଇସ୍ରୋର ପ୍ରଥମ ସାଟେଲାଇଟ ମିଶନ ହେବ, ଯାହାକି ଦୁଇଟି ଭିନ୍ନ ଫ୍ରିକୱେନ୍ସି L ଏବଂ S ବ୍ୟାଣ୍ଡ ଅଫ୍ SAR (ନିସାର) ରାଡାର ବ୍ୟବହାର କରିବ । ଏହା ଦ୍ବାରା ବନ୍ୟା-ବାତ୍ୟା, ଘୂର୍ଣ୍ଣିବଳୟ, ଭୂକମ୍ପ, ଜଙ୍ଗଲ ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିବା ମଧ୍ୟ ସହଜ ହେବ।
ନିସାର୍ରେ ଏଲ୍ ଏବଂ ଏସ୍ ଦୁଇ ପ୍ରକାରର ବ୍ୟାଣ୍ଡ ରହିଛି । ଏହା ଉଭୟ ପୃଥିବୀରେ ବୃକ୍ଷ ଓ ଉଦ୍ଭିଦ ସଂଖ୍ୟା ବୃଦ୍ଧି ଏବଂ ହ୍ରାସ ଉପରେ ନଜର ରଖିବେ । ଭାରତ ଏସ ବ୍ୟାଣ୍ଡ ଟ୍ରାନ୍ସମିଟର ଏବଂ ନାସା ଏଲ ବ୍ୟାଣ୍ଡ ଟ୍ରାନ୍ସପୋଣ୍ଡର ତିଆରି କରିଛି । ଏହା ଘୂର୍ଣ୍ଣିବଳୟ, ଝଡ, ଆଗ୍ନେୟଗିରି, ଭୂକମ୍ପ, ଗ୍ଲାସିୟର ତରଳିବା, ସମୁଦ୍ର ଝଡ, ଜଙ୍ଗଲରେ ନିଆଁ, ସମୁଦ୍ର ପତ୍ତନ ବୃଦ୍ଧି ସହିତ ଅନେକ ବିପର୍ଯ୍ୟୟର ସତର୍କ ସୂଚନା ଦେବ । ଏହାକୁ GSLV-MK2 ରକେଟରୁ ମହାକାଶକୁ ଲଞ୍ଚ୍ କରାଯିବା ନେଇ ପୂର୍ବରୁ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା। ଇସ୍ରୋ ପକ୍ଷରୁ ଏହାର ଆନୁମାନିକ ଖର୍ଚ୍ଚ ମୂଲ୍ୟ 788 କୋଟି ବୋଲି ଘୋଷଣା କରାଯାଇଥିବା ବେଳେ ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଜେଟ୍ ପ୍ରପୁଲସନ୍ ଲ୍ୟାବ୍(JPL) ଖର୍ଚ୍ଚ ମୂଲ୍ୟ 5ହଜାର 500 କୋଟିରୁ ଅଧିକ ବୋଲି କୁହାଯାଇଛି। ନାସାର ସକାଳ ଏହଂ ରାତି ଅର୍ଥାତ ଅନବରତ କାର୍ଯ୍ୟ କରିବା ନେଇ କୁହାଯାଇଛି।
ଏହା ମଧ୍ୟ ପଢନ୍ତୁ: ଇସ୍ରୋର ଐତିହାସିକ ମିଶନ, ଉତକ୍ଷେପଣ ହେଲା ଏକ୍ସପୋସାଟ୍ ସାଟେଲାଇଟ୍
3. SPADEX : ସ୍ପାଡେକ୍ସ କିମ୍ବା ସ୍ପେସ ଡାକିଂ ଏକ୍ସପେରିମେଣ୍ଟ ଏକ ଯୁଗ୍ମ ମହାକାଶଯାନ ମିଶନ ଅଟେ। ଯାହାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ବାରା ମାନବ ଅନ୍ତରୀକ୍ଷ ଉଡାଣ୍, ଅନ୍ତରୀକ୍ଷ ଉପଗ୍ରହ ସର୍ଭିସିଂ ଏବଂ ଅନ୍ୟ ଡାକିଂ ପ୍ରଯୁକ୍ତିବିଦ୍ୟା ପାଇଁ ବିକଶିତ କରାଯାଇଛି।
ସ୍ପାଡେକ୍ସ ଅଭିଯାନରେ ଦୁଇଟି ଆଇଏମଏସ କ୍ଲାସ 2 କ୍ଲାସ ଉପଗ୍ରହ ରହିବ। ଏହାର ଓଜନ 200 କେଜି ହେବ। ଏଥିରେ ଏକ ଚେଞ୍ଜର ରହିବ ଯାହା ରିମୋଟ ରୋବୋଟିକ ଆର୍ମ ଠାରୁ ମଧ୍ୟ କମ ହେବ ଏବଂ ଅନ୍ୟଟିରେ ଟାର୍ଗେଟ ରହିବ। ଯାହାକୁ ସହାୟକ ପେଲୋଡ ରୂପରେ ଲଞ୍ଚ କରାଯିବ। ଉଭୟ ମହାକାଶଯାନକୁ ଭିନ୍ନ କକ୍ଷପଥରେ ସ୍ଥାପିତ କରାଯିବ। ସ୍ପେସ ଡାକିଂ ଏକ୍ସପେରିମେଣ୍ଟକୁ 2024 ମସିହା ଶେଷ ସୁଦ୍ଧା ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଲଞ୍ଚ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
2016 ମସିହାରେ ଆରମ୍ଭ କରାଯାଇଥିବା ଏହି ଅଭିଯାନକୁ 2017 ମସିହାରେ ଭାରତ ସରକାରଙ୍କ ପକ୍ଷରୁ 10କୋଟି ଡଲାରର ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା। ଏହାପର 2019 ମସିହା ଜୁନ ମାସରେ ରିମୋଟ ରବୋଟିକ ଆର୍ମ ଅପୋରେସନ, ରେଣ୍ଡେଜଭସ୍ ଏବଂ ଡକିଂ ଅଧ୍ୟୟନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ 2022 ମସିହାରେ ସ୍ସେସ ଡକିଂ ଏକ୍ସପେରିମେଣ୍ଚ ପାଇଁ 124.47 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଯାହାକୁ 2024 ମସିହାରେ ଲଞ୍ଚ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ