ନୂଆଦିଲ୍ଲୀ: ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ଲକ୍-ଡାଉନ୍ ଭିତରେ ଆଣିଲା ପାଞ୍ଚ ବର୍ଷର ପିଲାଙ୍କ ପାଇଁ ପ୍ରଥମ ଆଣ୍ଡ୍ରୋଏଡ୍ ଆପ୍ଲିକେସନ। ଏହା କେଵଳ ଯେ, 5 ବର୍ଷର ପିଲାଙ୍କୁ ଆକର୍ଷିତ କରିବ ତାହା ନୁହେଁ ବରଂ ତାଠାରୁ ଅଧିକ ଵୟସର ପିଲାମାନଙ୍କ ପାଇଁ ମଧ୍ୟ ‘ରିଡ୍ ଆଲଙ୍ଗ୍’ଆଣ୍ଡ୍ରଏଡ୍ ଆପ୍ ଉପଯୋଗୀ ହେବ।
ଏହି ଆପ୍ ପିଲାମାନଙ୍କୁ ଉଚ୍ଚ ସ୍ୱରରେ କାହାଣୀ ପଢିବା ପରେ ତାହାର ମୌଖିକ ଏବଂ ଭିଜୁଆଲ୍ ଫିଡ୍-ବ୍ୟାକ୍ ଦେଵ। ଯାହା ସେମାନଙ୍କର ଉକ୍ତ ବିଷୟ ଶିଖିବାରେ ସାହାଯ୍ୟ କରିବ। ଏହି ଆପ୍ ପ୍ରଥମେ ଭାରତରେ ଲଞ୍ଚ୍ କରାଯାଇଛି। ଏହା “ବୋଲୋ” ନାମରେ ଉପଲବ୍ଧ ହେଉଛି।
ସାକ୍ଷରତା ଦକ୍ଷତା ବିକାଶରେ ସାହାଯ୍ୟ କରିବାକୁ ଗୁଗୁଲର ବକ୍ତବ୍ୟ ଚିହ୍ନିବା ପ୍ରଯୁକ୍ତିକୁ ବ୍ୟବହାର କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ 180 ରୁ ଅଧିକ ଦେଶରେ ଏବଂ ଇଂରାଜୀ, ସ୍ପାନିଶ୍, ପର୍ତ୍ତୁଗୀଜ୍ ଏବଂ ହିନ୍ଦୀ ସହିତ 9ଟି ଭାଷାରେ ଉପଲବ୍ଧ ହେଉଛି।
ପିଲାମାନେ ସ୍ଵାଧୀନ ଭାବରେ 'ଡିଆ' ନାମକ ଏକ ଇନ୍-ଆପ୍ ବନ୍ଧୁଙ୍କ ସାହାଯ୍ୟରେ ସେମାନଙ୍କର ପଢିବା ଏଵଂ ବାକ୍ୟ ଗଠନ କରିବାରେ ସାହାଯ୍ୟ ନେଇପାରିବେ। ଯେତେବେଳେ ପିଲାମାନେ ଉଚ୍ଚ ସ୍ୱରରେ ପଢନ୍ତି କିମ୍ବା ସଫଳତାର ସହ ତାହା ବୁଝୁଛନ୍ତି ନା ନାହିଁ- ତାହା ଜାଣିବା ପାଇଁ ଏହି 'ଡିଆ' ଗୁଗୁଲର ରିଡ୍-ଟୁ-ସ୍ପିଚ୍ ଏବଂ ବକ୍ତବ୍ୟ ଚିହ୍ନିବା ପ୍ରଯୁକ୍ତିକୁ ବ୍ୟବହାର କରେଇ, ସହଯୋଗ କରିବ।
ପିତାମାତା କିମ୍ବା ଶିକ୍ଷକ ଯେପରି କରିବେ, ସେ ସେମାନଙ୍କୁ ସକାରାତ୍ମକ ଏବଂ ଦୃଢ ମନୋଵଳ ବଢ଼ିବାର ମତାମତ ଦେଵ। ପିଲାମାନେ ଏକ ଶବ୍ଦ କିମ୍ବା ବାକ୍ୟ ଉଚ୍ଚାରଣରେ ସାହାଯ୍ୟ ପାଇଁ ଯେକୌଣସି ସମୟରେ 'ଡିଆ,କୁ ଟ୍ୟାପ୍ କରିପାରିବେ ବୋଲି ଗୁଗୁଲ୍ ପକ୍ଷରୁ ଜୋହର ହାଇଦର ସୂଚନା ଦେଇଛନ୍ତି।
ତେଵେ ଅବିଭାବକମାନେ ଏକାଧିକ ପାଠକଙ୍କ ପାଇଁ ପ୍ରୋଫାଇଲ୍ ସୃଷ୍ଟି କରିପାରିବେ। ଯେଉଁମାନେ ଚାହିଁବେ, ସେମାନେ ନିଜ ବେଗରେ ଶିଖିବା ଏବଂ ସେମାନଙ୍କର ବ୍ୟକ୍ତିଗତ ଅଗ୍ରଗତି ଉପରେ ନଜର ରଖିବା ପାଇଁ ସେମାନଙ୍କ ଫଟୋକୁ ବ୍ୟବହାର କରିପାରିବେ।