ETV Bharat / science-and-technology

ଆପଣଙ୍କଠାରୁ ଅଧିକ ଆପଣଙ୍କୁ ଜାଣେ ‘ଗୁଗୁଲ’ - ୟୁଜର୍ସ

‘ଗୁଗୁଲ’ । ଆପଣଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ରଖେ । ପ୍ରତିଟି ଅସୁବିଧାର ସମାଧାନ ରଖେ । ଆବଶ୍ୟକ ସମୟରେ ଭିଡିଓ ଆକାରରେ ସହାନୁଭୂତି ମଧ୍ୟ ଯୋଗାଏ । ଇଣ୍ଟରନେଟ ଜଗତରେ ଏକ ସଫଳ ଉଦାହରଣ ହେଉଛି ଏହି ସର୍ଚ୍ଚ ଇଞ୍ଜିନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 12, 2019, 5:53 PM IST

Updated : Feb 16, 2021, 7:51 PM IST

ନୂଆଦିଲ୍ଲୀ: ‘ଗୁଗୁଲ’ । ଆପଣଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ରଖେ । ପ୍ରତିଟି ଅସୁବିଧାର ସମାଧାନ ରଖେ । ଆବଶ୍ୟକ ସମୟରେ ଭିଡିଓ ଆକାରରେ ସହାନୁଭୂତି ମଧ୍ୟ ଯୋଗାଏ । ଇଣ୍ଟରନେଟ ଜଗତରେ ଏକ ସଫଳ ଉଦାହରଣ ହେଉଛି ଏହି ସର୍ଚ୍ଚ ଇଞ୍ଜିନ । ବର୍ତ୍ତମାନ ଏହାର ପ୍ରତିଟି କ୍ଷେତ୍ରରେ ପ୍ରାୟ 1 ବିଲିୟନରୁ ଅଧିକ ଲୋକେ ଯୋଡି ହୋଇ ରହିଛନ୍ତି । ଏହାର ବିନା ବ୍ୟବହାରରେ ଜୀବନ ଏକପ୍ରକାର ଠପ୍‌ ହୋଇପଡେ । ତେବେ ଜାଣି ରଖନ୍ତୁ କି ଆପଣଙ୍କ ବହୁଳ ବ୍ୟବହାର ଯୋଗୁଁ ଏବେ ଏହି ସର୍ଚ୍ଚ ଇଞ୍ଜିନ ଆପଣଙ୍କୁ ଆପଣଙ୍କଠାରୁ ମଧ୍ୟ ଅଧିକ ଜାଣେ ।

ଜାଣନ୍ତୁ ଗୁଗୁଲ କିଭଳି ଡାଟା କଲେକ୍ଟ କରିଥାଏ :

1- ଆକ୍ଟିଭ କଲେକ୍ସନ (ପ୍ରତ୍ୟକ୍ଷ ସଂଗ୍ରହ) :

ଗୁଗୁଲ ପ୍ରଡକ୍ଟ ସହ ଆକ୍ଟିଭ ଇଣ୍ଟରାକ୍ସନ ଦ୍ବାରା ଗୁଗୁଲ ଆପଣଙ୍କ ବିଷୟରେ ଡାଟା କଲେକ୍ଟ କରିଥାଏ । ଉଦାହରଣ ସ୍ବରୂପ ଯେବେ ଆପଣ ଗୁଗୁଲ ପ୍ରଡକ୍ଟରେ ନିଜ ବ୍ୟକ୍ତିଗତ ତଥ୍ୟ ଯୋଗାଇଥାଆନ୍ତି ବା ୟୁଟ୍ୟୁବ୍‌ରେ ଗୀତ ଗାଇଥାଆନ୍ତି ସେହି ସମୟରେ ଗୁଗୁଲ ଆପଣଙ୍କ ଡାଟା ଆକ୍ଟିଭ ଆକାରରେ କଲେକ୍ଟ କରିଥାଏ ।

2- ପ୍ୟାସିଭ କଲେକ୍ସନ (ପରୋକ୍ଷ ସଂଗ୍ରହ) :

ଗୁଗୁଲର କେତେକ ଆଡଭଟାଇଜମେଣ୍ଟ ଟୁଲ ଓ ପ୍ଲାଟଫର୍ମ ଯଥା କ୍ରୋମ ଓ ପବ୍ଲିସର ଟୁଲ ଆଦି ୟୁଜର୍ସଙ୍କ ଅଗୋଚରରେ ମଧ୍ୟ ଚାଲିଥାଏ । ଯାହା ୟୁଜର୍ସଙ୍କ ଅନଲାଇନ ଓ ଅଫ୍‌ଲାଇନ ବା ବାସ୍ତବ ଜୀବନରେ ହାବଭାବ ଆଦିକୁ ରେକର୍ଡ କରିଥାଏ । ଏସମସ୍ତ ଡାଟା କଲେକ୍ଟ କରିବା ପରେ ଗୁଗୁଲ ୟୁଜର୍ସଙ୍କୁ ନେଇ ଏକ ବ୍ୟାପକ ପ୍ରୋଫାଇଲ ପ୍ରସ୍ତୁତ କରେ ।

ଆପଣଙ୍କୁ ନେଇ କ’ଣ ଅନୁଧ୍ୟାନ କରେ ଗୁଗୁଲ :

ମାତ୍ର ଗୋଟିଏ ଦିନରେ ଗୁଗୁଲ ଆପଣଙ୍କର ପ୍ରାୟ ଦୁଇ ତୃତୀୟାଂଶ ପସନ୍ଦ ବିଷୟରେ ଡାଟା କଲେକ୍ଟ କରିପାରେ । ତେବେ ଏହି ଡାଟା ପାଇବା ପାଇଁ ଗୁଗୁଲ ପ୍ୟାସିଭ କଲେକ୍ସନ ପଦ୍ଧତିର ବ୍ୟବହାର କରିଥାଏ । ବିଭିନ୍ନ ସାଇଟ୍‌ରେ ୟୁଜର୍ସଙ୍କ ଟଚ୍‌ ଦ୍ବାରା ଗୁଗୁଲ ଆପଣଙ୍କ ପସନ୍ଦ ବିଷୟରେ ଡାଟା କଲେକ୍ଟ କରିପାରେ । ଫଳରେ ପରବର୍ତ୍ତୀ ସମୟରେ ଏହା ଆପଣଙ୍କୁ ଆପଣଙ୍କ ପସନ୍ଦ ମୁତାବକ ତଥ୍ୟ ପରିବେଷଣ କରେ ।

ପ୍ରାୟ ପ୍ରତିଟି କାର୍ଯ୍ୟରେ ଗୁଗୁଲ ଉପରେ ବର୍ତ୍ତମାନ ସଭିଏଁ ନିର୍ଭର କରିଥାଆନ୍ତି । ଫଳରେ ଆପଣଙ୍କ ପ୍ରତିଟି ମୁଭମେଣ୍ଟର ଖବର ରଖିବାରେ ସକ୍ଷମ ‘ଗୁଗୁଲ’ ।

Intro:Body:

ddghd

Conclusion:
Last Updated : Feb 16, 2021, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.