ବେଜିଂ: HUAWEI MatePad Pro 5Gକୁ ଲଞ୍ଚ କରିଛି । ଯାହାକି ନେକସ୍ଟ-ଜେନ କନେକ୍ଟିଭିଟି ସହିତ ଏକ ଉଚ୍ଚସ୍ତରୀୟ ଟାବଲେଟ ଅଟେ । ସେପ୍ଟେମ୍ବର 23 ରୁ ଏହି ଟାବଲେଟ ବିକ୍ରି ହେବ। ଏହି MatePad Pro 5G କିରିନ 820 ଚିପସେଟ ଦ୍ୱାରା ଚାଳିତ । HUAWEI MatePad Pro 5G ର କେତେକ ଫିଚର ଏବଂ ସ୍ପେସିଫିକେସନ ହେଉଛି:-
ଏହା କିରିନ 820 ଚିପସେଟ ଦ୍ୱାରା ଚାଳିତ ।
ଏଥିରେ ୱାଇ-ଫାଇ 6 ସହିତ 5G ମୋଡେମ ଅଛି ।
6 GB RAM ଏବଂ 128 GB ଷ୍ଟୋରେଜ ।
85-ଡ଼ିଗ୍ରୀ ଭିଉଙ୍ଗି ଆଙ୍ଗେଲ ।
10.4 ”2,000 x 1,200 px ରେଜୋଲୁସନ ସହିତ IPS LCD ପ୍ୟାନେଲ।
ଭିଡିଓ କଲ ପାଇଁ 8 MP ଫ୍ରଣ୍ଟ-ଫେସିଂ କ୍ୟାମେରା ।
ବ୍ୟାକ ଓ ଅନ୍ୟ 8 MP କ୍ୟାମେରା ରହିଛି ।
ମେଟେପ୍ୟାଡରେ 22.5 W ଚାର୍ଜିଂ ସପୋର୍ଟ ସହିତ ବ୍ୟାଟେରୀ କ୍ୟାପାସିଟି 7,250 mAh ରହିଛି ।
USB-C ପୋର୍ଟ ସପୋର୍ଟ ରହିଛି ।
ଆଣ୍ଡ୍ରଏଡ 10 ଉପରେ ଆଧାର କରି ଟ୍ୟାବ EMUI 10. 1 ରହିଛି ।
ଏଥିରେ 4ଟି ସ୍ପିକର ଅଛି ।
ଟ୍ୟାବ ହାର୍ଡୱେର କିବୋର୍ଡ କଭର ଏବଂ ଏମ-ପେନ୍ସିଲ ଷ୍ଟାଇଲସ ପରି ଦୁଇଟି ପ୍ରମୁଖ ଆନୁଷଙ୍ଗିକ ସହିତ ସୁସଙ୍ଗତ।
ଏହି ଟ୍ୟାବ ଧଳା ଏବଂ ଧୂସର ରଙ୍ଗରେ ଉପଲବ୍ଧ ।
ମୂଲ୍ୟ 3,199 ୟୁଆନ ଏବଂ ବର୍ତ୍ତମାନ ପାଇଁ ଚାଇନାରେ ସୀମିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ