ETV Bharat / science-and-technology

ଘରେ ବସି ଚେକ କରନ୍ତୁ ଫୋନର ରେଡିଏସନ୍‌ ଲେଭେଲ - ରେଡିଏସନ୍‌ ଲେଭେଲ

ଏଣିକି ସ୍ମାର୍ଟଫୋନ କିଣିବା ପୂର୍ବରୁ ଫିଚର୍ସ ଓ ସ୍ପେଶିଫିକେସନ୍‌ ସହ ଚେକ୍‌ କରନ୍ତୁ ରେଡିଏସନ୍‌ ଲେଭେଲ । ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ କ'ଣ ଏହି ରେଡିଏସନ୍‌ ଲେଭେଲ ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 24, 2019, 8:32 PM IST

Updated : Feb 16, 2021, 7:51 PM IST

ନୂଆଦିଲ୍ଲୀ: ସମୟ ବଞ୍ଚାଇବା ସହ ସମ୍ପର୍କକୁ ସୁଦୃଢ କରିବା ପାଇଁ ପ୍ରସ୍ତୁତ ହୋଇଥିଲା ସ୍ମାର୍ଟଫୋନ । ଦୂରତାକୁ କମ କରିବା ସହ ନୂଆ ନୂଆ ଟେକ୍ନୋଲୋଜିକୁ ଲୋକଙ୍କ ନିକଟତର କରିବା ମଧ୍ୟ ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା କହିଲେ କିଛି ଭୁଲ ହେବ ନାହିଁ । ହେଲେ ସମୟ ବଞ୍ଚାଉଥିବା ଏହି ସ୍ମାର୍ଟଫୋନ ଯେ ବାସ୍ତବରେ ଶରୀର ପାଇଁ କେତେ ହିତକର ତାହା ସମସ୍ତେ ଜାଣିବା ଦରକାର ।

ସାଧାରଣତଃ ଫୋନଟିଏ କିଣିବା ପୂର୍ବରୁ ଲୋକେ ଫୋନ୍‌ର ଫିଚର୍ସ ଓ ସ୍ପେଶିଫିକେଶନ ଆଦି ଚେକ କରିଥାନ୍ତି । ହେଲେ ଆପଣ ଜାଣିବା ଦରକାର କି ଗୋଟିଏ ଫୋନ କିଣିବା ପାଇଁ କେବଳ ଏହାର ଫିଚର୍ସ ଓ ସ୍ପେଶିଫିକେଶନ ଜାଣିବା ଜରୁରୀ ନୁହେଁ । ଏହାଛଡା ଫୋନର ସେଲ୍‌ ପରବର୍ତ୍ତୀ ସର୍ଭିସ, ରିସେଲ୍‌ ସର୍ଭିସ ଓ ରେଡିଏସନ୍‌ ଲେଭେଲ ମଧ୍ୟ ଜାଣିବା ଆବଶ୍ୟକ ।

ତେବେ ରେଡିଏସନ୍‌ ଲେଭେଲ ବିଷୟରେ ଜାଣିବା ପୂର୍ବରୁ ଆପଣ ଜାଣିବା ଦରକାର କି ରେଡିଏସନ୍‌ କ'ଣ । ଫୋନ ରେଡିଏସନ ହେଉଛି ରେଡିଓ ତରଙ୍ଗ ଯାହା ସ୍ମାର୍ଟଫୋନରୁ ନିର୍ଗତ ହୋଇଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥିବାରୁ ରାତିରେ ଶୋଇବା ସମୟରେ ଫୋନକୁ ଶରୀରଠାରୁ ଆବଶ୍ୟକୀୟ ଦୂରତାରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ ।

କେତେକ ଫୋନ୍‌ରେ ଏହି ରେଡିଏସନ୍‌ ଲେଭେଲ ଏସ୍‌ଏଆର୍‌(SAR) ରେଟିଂ ନାମରେ ୟୁଜର ମାନୁଆଲ୍‌ରେ ଲେଖାଥାଏ । ତ ଆଉ କେତେକ ଏହା ସାଧାରଣ ଭାବେ ରେଡିଏସନ୍‌ ଲେଭେଲରେ ଲେଖାଯାଇଥାଏ । ହେଲେ ଯଦି ଆପଣଙ୍କ ଫୋନର ରେଡିଏସନ୍‌ ଲେଭେଲ ଲେଖା ଯାଇନି ତେବେ ଏହି ଉପାୟରେ ଆପଣ ଏହା ଜାଣି ପାରିବେ :

undefined

- ପ୍ରଥମେ ନିଜ ଫୋନ୍‌ରେ ଡାଏଲର୍‌ ଓପନ୍‌ କରନ୍ତୁ
- ବର୍ତ୍ତମାନ ଡାଏଲର୍‌ରେ କୋଡ୍‌ '#07# କୁ ଡାଏଲ କରନ୍ତୁ
- ଏହି କୋଡ୍‌ ଡାଏଲ କରିବା ଦ୍ବାରା ଫୋନ୍‌ରେ ଆପଣ ରେଡିଏସନ୍‌ ଲେଭେଲ ଦେଖିପାରିବେ

ଏହି ପ୍ରକ୍ରିୟା ଦ୍ବାରା ଆପଣ କେବଳ ନିଜ ସ୍ମାର୍ଟଫୋନ୍‌ର ରେଡିଏସନ୍‌ ଲେଭେଲ ନୁହେଁ ବରଂ ଆଇଏମଇଆଇ (IMEI) ନମ୍ବର ଆଦି ମଧ୍ୟ ଜାଣି ପାରିବେ । ତେବେ ଏଥିପାଇଁ ଆପଣଙ୍କୁ କୋଡ୍‌ '#06# ଡାଏଲ କରିବାକୁ ହେବ ।

Intro:ପୁଣି ଥରେ ଚର୍ଚ୍ଚାରେ ଅପପୃଷ୍ଟିର ଇଲାକା ନଗଡା । ଗତ 2ବର୍ଷତଳେ ଦେଶ ବିଦେଶରେ ଚହଳ ସୃଷ୍ଟି କରିଥିବା ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ନଗଡାରେ ଏବେ ପୁଣି ଅପପୃଷ୍ଟିର ଶିକାର ହୋଇ ଅନେକ ଶିଶୁ ରହିଥିବା ଚର୍ଚ୍ଚା ହୋଇଛି। ତେବେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏହି ସବୁ ଅଞ୍ଚଳକୁ ନିୟମିତ ପରିଦର୍ଶନ କରି ସବୁ ଠିକ ଠାକ ଥିବା ସଫେଇ ଦେଇଥିବା ବେଳେ ପୂର୍ବରୁ ନଗଡା ଓ ଏବେକାର ନଗଡା ଭିତରେ ଅନେକ ପାର୍ଥକ୍ୟା ପରିଲକ୍ଷିତ ହୋଇଛି। ନଗଡା ରୁ ଗ୍ରାଉଣ୍ଡ ରିପୋର୍ଟ।

ଗତ 2ବର୍ଷତଳେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଳିଆପାଣି ସ୍ଥିତି ଅପପୃଷ୍ଟି ଇଲାକା ନଗଡା ନାମରେ। ଉପର ନଗଡା ,ମଝି ନଗଡା ଓ ତଳ ନଗଡା ଆଦି ତିନୋଟି ଘଂଚ ଜଙ୍ଗଲ ଘେରା ପାହାଡ଼ି ଆଦିବାସୀଙ୍କୁ ନେଇ ଗଠିତ ଏହି ଇଲାକା। ସେତେବେଳେ ଅପପୃଷ୍ଟି ଶିକାର ହୋଇ ଦୁଇ ମାସ ମଧ୍ୟରେ 19ନିଷ୍ପାପ ଶିଶୁ ମୃତ୍ୟୁ ବରଣ କରିବା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ରାଜନେତା ,ଅଫିସର ମାନଙ୍କ ସୁଅ ଛୁଟିଥିଲା ଏହି ଅଞ୍ଚଳକୁ। ତେବେ ଏହି ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିଛି। ରାସ୍ତା ଘାଟ, ବିଜୁ ପକ୍କାଘର ସ୍କୁଲ, ଆଦି ହୋଇଥିଲେ ମଧ୍ଯ ଲଗାତର ପାହାଡ଼ି ବର୍ଷା ଫଳରେ ରାସ୍ତା ଯିବା ମୁସ୍କିଲ ହୋଇପଡିଛି। ଆମ୍ବୁଲାନ୍ସ ,ବସ ଏବଂ ମେଡିକାଲ ଟିମ ଏଠାରେ ପହଂଚିବା ସେତେଟା ସହଜ ଏବେ ନାହିଁ।
bite-1-ଅପପୃଷ୍ଟି ହେଇଥିବା ଛୁଆର ମାଆ
bite-2-ତୁଳସୀ ପ୍ରଧାନ, ନଗଡା ବାସୀ

Body:ସେତେବେଳର ନଗଡାର ଅପପୃଷ୍ଟି ଏବେ ସମ୍ପୂର୍ଣ୍ଣ ଦେଖିବାକୁ ମିଳୁ ନଥିବା ବେଳେ କିନ୍ତୁ ପୁଣି ଥରେ କିଛି ପିଲା ଅପପୃଷ୍ଟି ଶୀକାର ହୋଇଥିବା ଚର୍ଚ୍ଚା ହୋଇଛି। ଗଣମାଧ୍ୟମରେ ଏହା ପ୍ରକାଶ ପାଇଥିବା ବେଳେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏ ଅଂଚଳ କୁ ଯାଇ ଘରକୁ ଘର ବୁଲି ଶିଶୁ ଓ ମାଆ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜରୀ ରଖିଛନ୍ତି। ଏହି ଅଞ୍ଚଳର ବାସିନ୍ଦା ମାନେ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ସହ ସଚେତନତା ଅଧିକ ହୋଇ ପାରିଲେ ଅପପୃଷ୍ଟିର ସ୍ଥାୟି ପ୍ରତିକାର ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି।

Conclusion:bite-3-ନିଳାଦ୍ରୀ ପଣ୍ଡା,ଡାକ୍ତର
Follow to PTC….......
Last Updated : Feb 16, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.