ETV Bharat / science-and-technology

Twitter କୁ ଟକ୍କର ଦେବ ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ନୂଆ ଆପ୍ Bluesky

author img

By

Published : Oct 31, 2022, 5:43 PM IST

ଟ୍ବିଟରକୁ ଟକ୍କର ଦେବ ନୂଆ ଆପ୍ ବ୍ଲୁସ୍କାଏ । ଟ୍ବିଟରକୁ ଟକ୍କର ଦେବ ଟ୍ବିଟର ପ୍ରତିଷ୍ଠାତା ତଥା ପୂର୍ବତନ CEO ଜ୍ୟାକ୍ ଡୋର୍ସିଙ୍କ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ (ack Dorsey New App To Compete Twitter), ଆପ୍ ନାମ ଘୋଷଣା କଲେ ଡୋର୍ସି । ଅଧିକ ପଢନ୍ତୁ

Twitter କୁ ଟକ୍କର ଦେବ ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ନୂଆ ଆପ୍ Bluesky
Twitter କୁ ଟକ୍କର ଦେବ ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ନୂଆ ଆପ୍ Bluesky

ସାନ ଫ୍ରାନ୍ସିସ୍କୋ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଅଧୀନରେ ଏବେ ଟ୍ବିଟର । ସେ ଏହି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଜ ଅଧୀନକୁ ନେଇଯିବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ଟ୍ବିଟର CEO ଦାୟିତ୍ବରେ ଥିବା ପରାଗ ଅଗ୍ରୱାଲଙ୍କୁ ହଟାଇବା ସହ ଅନ୍ୟାନ୍ୟ କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କରିଛନ୍ତି ମସ୍କ୍ । ସେହିପରି ଟ୍ବିଟରରେ ପୂର୍ବରୁ ଥିବା 280 ଅକ୍ଷରର ସୀମା ପରିଧିକୁ ହଟାଇବାକୁ ମଧ୍ୟ ସେ ନିଷ୍ପତ୍ତି ନେଇଛନ୍ତି । ଏହାରି ମଧ୍ୟରେ ଟ୍ବିଟରର ବିକଳ୍ପ ଖୋଜୁଛନ୍ତି ଟ୍ବିଟର ଜନ୍ମଦାତା ତଥା ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି(Former twitter CEO Jack Dorsey) ।

ଟ୍ବିଟରର ଏକ ବିକଳ୍ପ ଭାବେ ଅନ୍ୟ ଏକ ସୋସିଆଲ୍ ନେଟୱାର୍କ ଆପ୍ ପରୀକ୍ଷା କରୁଛୁ ବୋଲି ଡୋର୍ସି କହିଛନ୍ତି । ସେ ଏକ ନୂଆ ସୋସିଆଲ ମିଡିଆର ପରୀକ୍ଷା ଜାରି ରଖିଛନ୍ତି, ଯାହା ଟ୍ବିଟରର ବିକଳ୍ପ ଭାବେ ଉଭା ହେବ । ବ୍ଲୁସ୍କାଏ(BlueSky) ନାମକ ଏହି ଆପ୍‌ର ବିଟା ପରୀକ୍ଷଣ ଜାରି ରହିଥିବା ଡୋର୍ସି ସ୍ପଷ୍ଟ କରିଛନ୍ତି(New App Bluesky To Compete Twitter) । ଏହାର ପରୀକ୍ଷଣ ସରିବା ମାତ୍ରେ କିପରି ବ୍ୟବହାର କରାଯିବ ସେ' ବାବଦରେ ଜଣାଇ ଦିଆଯିବ ବୋଲି ଡୋର୍ସି ଉଲ୍ଲେଖ କରିଛନ୍ତି ।

ଡୋର୍ସି କହିଛନ୍ତି ଯେ, ପରବର୍ତ୍ତୀ ପଦକ୍ଷେପ ଭାବରେ ଆପ୍‌ର ପ୍ରୋଟୋକଲ୍ ପରୀକ୍ଷା ଆରମ୍ଭ କରାଯିବ । ନେଟୱାର୍କ ନିୟୋଜିତ ହେବା ପରେ, ଏହା ଅନେକ ପକ୍ଷର ସମନ୍ୱୟ ଆବଶ୍ୟକ କରେ, ତେଣୁ ସମସ୍ୟାର ସମାଧାନ ପାଇଁ କମ୍ପାନୀ ବ୍ୟକ୍ତିଗତ ବିଟାରେ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି । ଏହି ପରୀକ୍ଷା ସମାପ୍ତ ହେବା ମାତ୍ରେ ଏହା କିପରି କାମ କରେ ତାହା ଜଣାଇ ଦିଆଯିବ । ବିଟା ପାଇଁ ସାଇନ୍ ଅପ୍ କରିବାକୁ ଏକ ଲିଙ୍କ୍ ମଧ୍ୟ ଅଂଶୀଦାର କରାଯାଇଛି ।

ସୋସିଆଲ୍ ମିଡିଆ କ୍ଷେତ୍ରରେ ଏହି ଆପ୍ ବିପ୍ଳବ ଆଣିବ ଏବଂ ଯେକୌଣସି ବଡ ସଂସ୍ଥା ସହ ପ୍ରତିଦ୍ବନ୍ଦ୍ବିତା କରିପାରିବ ବୋଲି ଡୋର୍ସି କହିଛନ୍ତି । କହି ରଖୁଛୁ ଯେ, ଜ୍ୟାକ୍ ଡୋର୍ସି ହେଉଛନ୍ତି ଟ୍ବିଟରର ପ୍ରତିଷ୍ଠାତା ତଥା CEO । ସେ 2021 ନଭେମ୍ବରରୁ କମ୍ପାନିର CEO ପଦ ଛାଡି ଥିବାବେଳେ 2022 ମେ'ରେ ଟ୍ବିଟର ବୋର୍ଡରୁ ଇସ୍ତଫା ଦେଇଥିଲେ । ଏହାପରେ ଭାରତର ପରାଗ ଅଗ୍ରୱାଲଙ୍କୁ ଟ୍ବିଟର CEO ଭାବେ ନିଯୁକ୍ତି ମିଳିଥିଲା ।

ଏସବୁ ମଧ୍ୟରେ ଏଲନ ମସ୍କ ଟ୍ବିଟରକୁ ଅଧୀନକୁ ନେବା ନେଇ ଖବର ପ୍ରସାରଣ ପରେ ଡୋର୍ସି ଦୁଃଖ ପ୍ରକାଶ କରିଥିଲେ । ଟ୍ବିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀରେ ପରିଣତ ହୋଇଯିବା, "ମୋ ପାଇଁ ବଡ ଦୁଃଖ" ବୋଲି କହିଥିଲେ ଡୋର୍ସି । ତେବେ ବର୍ତ୍ତମାନ ଡୋର୍ସିଙ୍କ ଟ୍ବିଟର ବିକଳ୍ପ ଆସିବା ପରେ କି ପରିବର୍ତ୍ତନ ଆସୁଛି, ତା' ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.