ETV Bharat / science-and-technology

2026 ସୁଦ୍ଧା ଭାରତରେ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ମୂଲ୍ୟ 5 ଗୁଣା ମହଙ୍ଗା ହେବ

author img

By

Published : Apr 12, 2023, 7:51 AM IST

ସ୍ମାର୍ଟଫୋନ୍‌ର ଦ୍ରୁତ ବ୍ୟବହାର ସମୟରେ ଆସିଛି ଆଉ ଏକ ରିପୋର୍ଟ । ଆଗାମୀ ଦିନରେ ଭାରତରେ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ମୂୂଲ୍ୟ 5 ଗୁଣା ମହଙ୍ଗା ହେବ ବୋଲି ଆକଳନ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଆଗକୁ ଭାରତରେ ମହଙ୍ଗା ହେବ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ମୂଲ୍ୟ । ଏକ ରିପୋର୍ଟ ଅନୁସାରେ 2026 ସୁଦ୍ଧା ଭାରତରେ ଫୋଲଡେବଲ୍ ସ୍ମାର୍ଟଫୋନ୍ ମୂଲ୍ୟରେ ପାଞ୍ଚ ଗୁଣା ମହଙ୍ଗା ହୋଇ ସାରିଥିବ ବୋଲି ଆକଳନ କରାଯାଉଛି । ସୋମବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ସାଇବରମିଡିଆ ରିସର୍ଚ୍ଚ(ସିଏମଆର) ଅନୁଯାୟୀ, 2023 ମସିହାରେ 60,000 ରୁ 75,000 ଟଙ୍କା ମୂଲ୍ୟର ଫୋଲ୍ଡେବଲ୍ ସ୍ମାର୍ଟଫୋନ ମୂଲ୍ୟ ବୃଦ୍ଧି ପାଇବ । ଏହି ସ୍ମାର୍ଟଫୋନର ମୂଲ୍ୟ 2026 ମଧ୍ୟରେ ପାଞ୍ଚ ଗୁଣା ମହଙ୍ଗା ହୋଇସାରିଥିବ ।

ଏହା ମଧ୍ୟ ପଢନ୍ତୁ:- FB Messenger New Feature: ଭିଡିଓ କଲ୍ ସମୟରେ ଖେଳିପାରିବେ ଗେମ୍

ଏହି ମୋଡେଲ୍ ସମୁଦାୟ ଫୋଲଡେବଲ୍ ସ୍ମାର୍ଟଫୋନ୍ ବଜାରର 10 ପ୍ରତିଶତ ହେବ ବୋଲି ଇଣ୍ଡଷ୍ଟ୍ରି ଇଣ୍ଟେଲିଜେନ୍ସ ଗ୍ରୁପ୍ ସାଇବରମିଡିଆ ରିସର୍ଚ୍ଚ ଆନାଲିଷ୍ଟର(ଆଇଆଇଜି) ବିଶ୍ଲେଷକ ମେନକା କୁମାରୀ କହିଛନ୍ତି । ସେ କହିଛନ୍ତି ଯେ, ଫୋଲଡେବଲ୍ ସ୍ମାର୍ଟଫୋନ୍ ଗ୍ରହଣ ଏବଂ OEM ମଧ୍ୟରେ ପ୍ରତିଯୋଗିତା ବଢିବା ସହିତ ଫୋଲଡେବଲ୍ ଫୋନ୍ ପାଇଁ ହାରାହାରି ବିକ୍ରି ମୂଲ୍ୟ(ASP) 2023 ରେ 12-15 ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହି କ୍ରମରେ 60,000-75,000 ମୂଲ୍ୟର ବ୍ରାକେଟ୍ OEM(ଅରିଜିନାଲ୍ ଇକ୍ୟୁପମେଣ୍ଟ ମ୍ୟାନୁଫେକ୍ଚର୍) ପାଇଁ ଏକ ସକରାତ୍ମକ ସ୍ଥାନ ବୋଲି CMR ଟେକ୍ନିକାଲ୍ କ୍ୟାମ୍ପସ୍ ଆକଳନ କରିଛି ।

ଏହା ମଧ୍ୟ ପଢନ୍ତୁ:- National Safe Motherhood Day: ସଚେତନ ରହିଲେ ହ୍ରାସ ପାଇବ ମାତୃ ମୃତ୍ୟୁହାର

ଫୋଲ୍ଡେବଲ୍ ସ୍ମାର୍ଟଫୋନ୍‌ର ସାମଗ୍ରିକ ଅଭିବୃଦ୍ଧି ପ୍ରିମିୟମ୍ ସ୍ମାର୍ଟଫୋନ୍ ବଜାର ପାଇଁ ଆଗକୁ ବଢିବାରେ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି । 2023 ମସିହାରେ ମାକ୍ରୋ ହେଡୱିଣ୍ଡ ସତ୍ତ୍ବେ ସାମଗ୍ରିକ ଫୋଲ୍ଡେବଲ୍ ବଜାର 65 ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ । ରିପୋର୍ଟ ଅନୁଯାୟୀ, ସାମସଙ୍ଗ ଫୋଲ୍ଡେବଲ୍ ସେଗମେଣ୍ଟରେ ଅଭିବୃଦ୍ଧି ଏହିପରି ଆଗକୁ ଜାରି ରହିବ ।

ଏହା ମଧ୍ୟ ପଢନ୍ତୁ:- ସୋଲଡର୍ ଡିସ୍‌ଲୋକେଟ୍ ସମସ୍ୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ, ରୁହନ୍ତୁ ସତର୍କ

ଅଧିକନ୍ତୁ, ରିପୋର୍ଟରେ କୁହାଯାଇଛି ଯେ, ଆଗକୁ 10ଟି ସ୍ମାର୍ଟଫୋନ୍ କ୍ରେତାଙ୍କ ମଧ୍ୟରୁ 8 ଜଣ ଫୋଲଡେବଲ୍ ଫୋନ ପ୍ରତି ଆକୃଷ୍ଟ ହେବେ । ଏହି ଫୋଲଡେବଲ୍ ଫୋନ୍‌ର ପ୍ରତ୍ୟେକ ପିଢି ହିସାବରେ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିବ । ଗତ ବାର୍ଷିକ ଫୋଲଡେବଲ୍ ଫୋନ୍ ରିପୋର୍ଟ ଅନୁସାରେ, ପ୍ରତ୍ୟେକ ପାଞ୍ଚଜଣ ଗ୍ରାହକଙ୍କ ମଧ୍ୟରୁ ଚାରିଜଣ ଫୋଲ୍ଡେବଲ୍ ଫୋନ୍ କିଣିବାକୁ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.