ETV Bharat / science-and-technology

ଶସ୍ତାରେ ଜିନିଷ କିଣିବାର ସୁବର୍ଣ୍ଣ ସୁଯୋଗ, ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି ଇୟର ଏଣ୍ଡ ସେଲ

author img

By ETV Bharat Odisha Team

Published : Dec 8, 2023, 5:53 PM IST

Flipkart Big Year End Sale: ଶସ୍ତାରେ ବିଦ୍ୟୁତ ଉପକରଣ କିଣିବା ପାଇଁ ଚାହୁଁଛନ୍ତି କି? ଫ୍ଲିପକାର୍ଟ ଆରମ୍ଭ ହେବାକୁ ଯାଉଛି ଇୟର ଏଣ୍ଡ ସେଲ। ଉଠାଇ ପାରିବେ ଫାଇଦା..

Flipkart Year End Sale 2023
Flipkart Year End Sale 2023

ହାଇଦ୍ରାବାଦ: ଫ୍ଲିପକାର୍ଟ ଆରମ୍ଭ ହେବାକୁ ଯାଉଛି ଇୟର ଏଣ୍ଡ ସେଲ । ଏନେଇ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ତାରିଖ ଘୋଷଣା କରିଥିବା ବେଳେ ଶସ୍ତାରେ ଜିନିଷ କିଣିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଅଟେ । ଏହି ସେଲ ଆସନ୍ତାକାଲି ଅର୍ଥାତ 9 ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ବେଳେ 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଅନ୍ୟପଟେ ଯେଉଁ ବ୍ୟକ୍ତିଙ୍କ ପାଖରେ ଫ୍ଲିପକାର୍ଟ ପ୍ଲସ ମେମ୍ବରସିପ ରହିଛି, ସେମାନଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ସେଲ । ସାଧାରଣତଃ ମେମ୍ବରସିପ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ସେଲ । ଏହି ସେଲରେ ସ୍ମାର୍ଟଫୋନ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟରେ ଆକର୍ଷଣୀୟ ଅଫର ମିଳିବ ।

ସୂଚନା ଅନୁସାରେ, ଫ୍ଲିପକାର୍ଟର ଏହି ଇୟର ଏଣ୍ଡ ସେଲରେ ଇଲେକ୍ଟ୍ରୋନିକ୍ସ ଏବଂ ଏକ୍ସେସରିଜରେ 50ରୁ 80 ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି । ଏହି ସେଲରେ ନିଜର ମନ ପସନ୍ଦର ସ୍ମାର୍ଟଫୋନ ଉପରେ ମିଳିବ ଡିସକାଉଣ୍ଟ । ଏହା ବ୍ୟତୀତ ହେଡଫୋନ, ଲାପଟପ, ସ୍ପିକର ଏବଂ ଅନ୍ୟ ଉପକରଣ ଉପରେ ମଧ୍ୟ ରିହାତି ମିଳିବ ।

କେଉଁ ଫୋନରେ ମିଳିବ ଅଧିକ ରିହାତି: ଯେଉଁମାନେ ନୂଆ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି, ସେମାନେ ଏହି ସେଲର ଫାଇଦା ଉଠାଇ ପାରିବେ । ଏହି ସେଲରେ ଗୁଗଲ ପିକ୍ସେଲ 7 ସିରିଜ ଏବଂ ପିକ୍ସେଲ 8 ସିରିଜରେ ଭଲ ଅଫର ମିଳିବ । ଏହା ବ୍ୟତୀତ Samsung Galaxy S21 FEରେ ଡିସକାଉଣ୍ଟ ପରେ 31 ହଜାର 999 ଟଙ୍କାରେ ଫୋନ କିଣିପାରିବେ । iPhone 14ର ଦାମ 54 ହଜାର 999 ଟଙ୍କା ରହିଥିବା ବେଳେ Samsung Galaxy S22 5Gର ଦାମ 37 ହଜାର 999 ଟଙ୍କା ରହିଛି । ଅନ୍ୟପଟେ Google Pixel 7ର ଦାମ 35 ହଜାର 999 ଟଙ୍କା ରହିଥିବା ବେଳେ Vivo T2 Pro 5Gର ଦାମ 21 ହଜାର 999 ଟଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ: Flipkart Diwali Sale: ଘୋଷଣା ହେଲା ସେଲ ତାରିଖ, ଏସବୁ ସେଗମେଣ୍ଟରେ ମିଳିବ ଅଧିକ ରିହାତି

ଲାପଟପରେ ମଧ୍ୟ ରହିଛି ଅଫର: ଫ୍ଲିପକାର୍ଟ ଇୟର ଏଣ୍ଡ ସେଲରେ ଲାପଟପ ଉପରେ ମଧ୍ୟ ଭଲ ରିହାତି ରହିଛି । Acer One14କୁ ରିହାତି ପରେ 36 ହଜାର 990 ଟଙ୍କାରେ କିଣିପାରିବେ ଗ୍ରାହକ । ଏହି ଲାପଟପ ଇଣ୍ଟେଲ ଆଇ5 ପ୍ରୋସେସର ସହିତ ମିଳିଥାଏ । ଅନ୍ୟପଟେ Lenovo IdeaPad Flexର ଦାମ 65 ହଜାର 9990 ଟଙ୍କା ରହିଛି । କିନ୍ତୁ ଯଦି ଆପଣ କମ ମୂଲ୍ୟରେ ଲାପଟପ ଖୋଜୁଛନ୍ତି ତାହେଲେ HP 255 G9 840T7PAକୁ କେବଳ ମାତ୍ର 19 ହଜାର 990 ଟଙ୍କା ଦେଇ କିଣିପାରିବେ ।

ଟିଭି ଉପରେ ରିହାତି: ତେବେ ମୋବାଇଲ ସହିତ ଶସ୍ତାରେ ଟିଭି ମଧ୍ୟ କିଣିପାରିବେ । 10 ହଜାର ଟଙ୍କାରୁ କମ୍ ବଜେଟରେ ମଧ୍ୟ ଭଲ ବ୍ରାଣ୍ଡର ଟିଭି ରହିଛି । ସେଲରେ Thomson TVର ଦାମ 5ହଜାର 999 ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନୀ ପକ୍ଷରୁ 43 ଇଞ୍ଚ ଏବଂ 55 ଇଞ୍ଚରେ ସ୍କ୍ରିନ ସାଇଜ ଟିଭିରେ ମଧ୍ୟ ରିହାତି ପ୍ରଦାନ କରୁଛି । ରିହାତି ପରେ ଶସ୍ତାରେ କିଣି ପାରିବେ ଗ୍ରାହକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.