ହାଇଦ୍ରାବାଦ: ଗଣେଶ ପୂଜା ସହିତ ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଛି । ପ୍ରତିବର୍ଷ ପାର୍ବଣ ଋତୁରେ ଇ-କମର୍ସ ପ୍ଲାଟଫର୍ମରେ ବିଗ୍ ବିଲିୟନ ଡେ' ସେଲ୍ (Flipkart Big Billion Days Sale 2023) ଆସିଥାଏ । ପ୍ରତିବର୍ଷ ପ୍ରାୟ ଗଣେଷ ପୂଜା ପରେ ଏହି ଦୀପାବଳି ପୂର୍ବରୁ ଏହି ସେଲ ଆଣିଥାଏ ଫ୍ଲିପକାର୍ଟ। ଭାରତୀୟମାନେ ମଧ୍ୟ ଏହି ସେଲକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି। ପୋଷାକ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ପର୍ଯ୍ୟନ୍ତ ସବୁକିଛି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା କାରଣରୁ ସମସ୍ତଙ୍କର ନଜର ଏହି ସେଲ ଉପରେ ରହିଥାଏ। ଯଦି ଆପଣ ମଧ୍ୟ ଏହି ସେଲରେ କିଛି କ୍ରୟ କରିବାକୁ ଯୋଜନା କରିଛନ୍ତି ତେବେ ଜାଣନ୍ତୁ ତାରିଖ ଏବଂ ରିହାତି ସମ୍ପର୍କରେ
ଫ୍ଲିପକାର୍ଟର ଓ୍ବେବସାଇଟରେ Big Billion Days Sale 2023ର ପେଜ ଲାଇଭ୍ କରାଯାଇଛି । ଏହାସହ ବ୍ୟାନରରେ କମିଂ ସୁନ ଲେଖାଯାଇଛି। ତେବେ ଏହି ମେଗା ସେଲ ସମ୍ପର୍କରେ ଆନୁଷ୍ଠାନିକ ଭାବେ କମ୍ପାନୀ ପକ୍ଷରୁ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ତେବେ ଏକ ରିପୋର୍ଟ ଅନୁସାରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 10 ତାରିଖ ପର୍ଯ୍ୟନ୍ତ ଏହି ସେଲ୍ ଚାଲିପାରେ ବୋଲି କୁହାଯାଇଛି । ତେବେ ଅନ୍ୟ କିଛି ରିପୋର୍ଟରେ ସେଲ୍ ଆସନ୍ତା 9 ତାରିଖରୁ ଆରମ୍ଭ ହେବ ବୋଲି କୁହାଯାଇଛି ।
ଫ୍ୟାଶ ଠାରୁ ଆରମ୍ଭ କରି ଏହି ପ୍ରଡକ୍ଟରେ ମିଳିବ ରିହାତି: ପ୍ରତିବର୍ଷ ଫ୍ଲିପ୍କାର୍ଟରେ ବିଗ୍ ବିଲିୟନ ସେଲରେ ଘର ଉପକରଣ, ଫ୍ୟାଶନ୍, ବ୍ୟୁଟି ପ୍ରଡକ୍ଟ, ଏସି, ଏଲଇଡି, ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଗ୍ୟାଜେଟରେ ବଡ଼ ରିହାତି ଉପଲବ୍ଧ ହୋଇଥାଏ। ବର୍ଷର ସବୁଠାରୁ ବଡ ରିହାତି ଏଥିରେ ଦିଆଯାଇଥାଏ। ଏହା ଫ୍ଲିପକାର୍ଟର ସବୁଠାରୁ ଅଧିକ ରିହାତି ସେଲ ବୋଲି କୁହାଯାଉଛି। ବିଶେଷ କରି କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବେଶେଷ ରହାତି ରହିଛି। ଯଦି ପୋଷାକ କଥା ଦେଖିବା ତାହେଲେ ସମସ୍ତ ବର୍ଗର ପୋଷାକରେ 60ରୁ 90 ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଏହି ସେଲରେ ଅତି ଶସ୍ତା ମୂଲ୍ୟରେ ପୋଷାକ, ଅଳଙ୍କାର ଇତ୍ୟାଦି କିଣିପାରିବେ।
ଏହା ମଧ୍ୟ ପଢନ୍ତୁ: Amazon Prime Day Sale: ଜୁଲାଇ 15ରୁ ଆମାଜନରେ ସପିଂ ଧମାକା, ଏହି ଜିନିଷ ଉପରେ ମିଳିବ ରିହାତି
ତେବେ ସୂଚନା ମୁତାବକ ସ୍ମାର୍ଟଫୋନରେ ବିଶେଷ ରିହାତି ମିଳିପାରେ ବୋଲି କୁହାଯାଇଛି । Samsung Galaxy S21 FE 5G ଏବଂ ଆଇଫୋନ୍ରେ ବିଶେଷ ରହାତି ମିଳିପାରେ ବୋଲି ଜଣାପଡ଼ିଛି । ତେବେ କେତେ ପରିମାଣର ରିହାତି ମିଳିବ ସେନେଇ ଘୋଷଣା କରାଯାଇନଥିବା ବେଳେ ଟିଜର ପେଜରେ ଅକ୍ଟୋବର 1 ତାରଖରୁ ଆଇଫୋନ୍କୁ ନେଇ ଲାଇଭ ଆରମ୍ଭ ହେବ ବୋଲି କୁହାଯାଇଛି । ସାମ୍ସଙ୍ଗ୍ ଏବଂ ରିଅଲ ମି ଡିଲ୍ ଅକ୍ଟୋବର 3 ତାରିଖ ଏବଂ 6 ତାରିଖ ଏବଂ ଅପୋ ଫୋନ ଡିଲ 8 ତାରିଖରୁ ଆରମ୍ଭ ହେବ ।
ଗତବର୍ଷ ସେପ୍ଟେମ୍ବରରେ ଆସିଥିଲା ମହାସେଲ: କହିରଖୁଛୁ କି ଗତ ବର୍ଷ ଏହି ସେଲ 23 ସେପ୍ଟେମ୍ବରରୁ ଆରମ୍ଭ ହୋଇ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା । ଉକ୍ତ ସେଲରେ ଅନେକ ଜିନିଷ ଉପରେ ଅଫର ରହିଥିଲା । ଏହାସହିତ ପେଟିଏମ, ୟୁପିଆଇ, ପେଟିଏମ ଓ୍ବାଲେଟ ମାଧ୍ୟମରେ 10 ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ମଧ୍ୟ ରହିଥାଏ । ଏହା ସହିତ ବାଏ ନାଓ, ପେ ଲେଟରର ବିକଳ୍ପ ମଧ୍ୟ ଦିଆଯାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ