ETV Bharat / science-and-technology

ଏଣିକି ଏକ୍ସରେ କରି ହେବ ଡେଟିଂ ! ଡେଟିଂ ଫିଚର ନେଇ ସୂଚନା ଦେଲେ ମସ୍କ - ଏକ୍ସରେ ଡେଟିଂ ଫିଚର

ଏକ୍ସରେ ଖୁବ ଶୀଘ୍ର ଆସିବ ଡେଟିଂ ଫିଚର। ଜୀବନସାଥି ଖୋଜି ପାରିବେ ୟୁଜର୍ସ! ଅଧିକ ପଢନ୍ତୁ

dating feature on x
dating feature on x
author img

By ETV Bharat Odisha Team

Published : Nov 1, 2023, 3:45 PM IST

ହାଇଦ୍ରାବାଦ: ଦିନକୁ ଦିନ ଟେକ୍ନୋଲୋଜିରେ ଯେଉଁଭଳି ପରିବର୍ତ୍ତନ ହେଉଛି ସେଭଳି ଏଲନ ମସ୍କ ମଧ୍ୟ ଆପରେ ପ୍ରତିଦିନ ନୂଆ ନୂଆ ଅପଡେଟ ଜାରି ରଖିଛନ୍ତି । ପରିବର୍ତ୍ତନ ଭିତରେ ଆଉ ଏକ ସୂଚନା ଦେଇଛନ୍ତି ଏଲନ ମସ୍କ । ଖୁବ ଶୀଘ୍ର ଆପରେ ଡେଟିଂ କରିପାରିବେ ୟୁଜର୍ସ । ଏକଥା ଆମେ କହୁନାହିଁ। ଏକ ବୈଠକର ଏଭଳି କିଛି ଆଭାସ ଦେଇଛନ୍ତି ମସ୍କ । ବିଲେନିୟରଙ୍କ ଏଭଳି ସୂଚନାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଏକ୍ସ ବର୍ତ୍ତମାନ ସୁପର ଆପ ହେବାକୁ ଯାଉଛି । ନିକଟରେ ମସ୍କ ଆପରେ ଅଡିଓ ଏବଂ ଭିଡିଓ କଲ୍ ଫିଚର ସହିତ ଲମ୍ବା ପୋଷ୍ଟ କରିବା ପାଇଁ ଫିଚର ରୋଲଆଉଟ କରିଥିଲେ। ଏହାସହିତ ଖୁବଶୀଘ୍ର ଚାକିରି ସର୍ଚ୍ଚ ବା ଖୋଜିବା ନେଇ ମଧ୍ୟ ଏକ ଫିଚର ରୋଲଆଉଟ ହୋଇପାରେ ବୋଲି ସୂଚନା ଦିଆଯାଇଛି। ଏହାରି ଭିତରେ ମସ୍କ ଆପକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡେଟିଂ ଆପକୁ ଟକ୍କର ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏକ ସମୟରେ ଟ୍ବିଟରକୁ ମାଇକ୍ରୋବ୍ଲଗିଂ ସାଇଟ କୁହାଯାଉଥିବା ବେଳେ ବର୍ତ୍ତମାନ ନାମ ସହିତ ଅନେକ ପରିବର୍ତ୍ତନ ଆସିଛି।

ଏହା ମଧ୍ୟ ପଢନ୍ତୁ: Premium Subscription Plans: ଏକ୍ସରେ ଲଞ୍ଚ ହେଲା ଦୁଇ ନୂଆ ସବସ୍କ୍ରିପ୍ସନ ପ୍ଲାନ, ଦେବାକୁ ହେବ ଏତିକି ଟଙ୍କା

ଏକ ମିଡିଆ ରିପୋର୍ଟ ଅନୁସାରେ, ଏକ୍ସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏକ୍ସ ଅଫିସରେ ହିଁ ଅଲ ହେଣ୍ଡ ମିଟିଂ ହୋଇଥିଲା । ଏହି ବୈଠକରେ ଏଲନ ମସ୍କ ଏବଂ ଏକ୍ସର ସିଇଓ ଲିଣ୍ଡା ୟାକାରିନୋ ସାମିଲ ରହିଥିଲେ । ବୈଠକରେ ଏଲନ ମସ୍କ କହିଛନ୍ତି, "ଏକ୍ସରେ ଶୀଘ୍ର ଡେଟିଂ ସମ୍ଭବ ହୋଇପାରିବ । ଏଥିପାଇଁ ପ୍ରସ୍ତୁତି ଜାରି ରହିଛି । ଏକ୍ସ ଖୁବଶୀଘ୍ର ଲିଙ୍କଡଇନ, ୟୁଟ୍ୟୁବ, ଫେସ ଟାଇମ ଏବଂ ଡେଟିଂ ଆପର ମୁକାବିଲା କରିବ।" ଏଲନ ମସ୍କଙ୍କ କହିବା ଅନୁସାରେ, ଲୋକଙ୍କ ସହ ଯୋଡି ହୋଇ ରହିବା ପାଇଁ ଏକ୍ସ ଏକ ବେଷ୍ଟ ପ୍ଲାଟଫର୍ମ ରହିଛି । ଯଦି ଆପଣଙ୍କୁ କୌଣସି ୟୁଜର୍ସ ପସନ୍ଦ ଆସୁଛନ୍ତି ତେବେ ଭର୍ଚୁଆଲ ସମ୍ପର୍କରୁ ଆପଣ ଡେଟ୍ କରିପାରିବେ ବୋଲି କୁହାଯାଇଛି । ତେବେ ଏହାର ଅର୍ଥ ମସ୍କ ଆପରେ ଏକ ଡେଟିଂ ଫିଚର ଯୋଡି ପାରନ୍ତି । ଟ୍ବିଟରକୁ କିଣିବା ପର ଠାରୁ ମସ୍କ ଏହାକୁ ଏଭ୍ରିଥିଙ୍ଗ ଆପ କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ସେଥିର ଏକ ଅଂଶ ବୋଲି କହିଛନ୍ତି ୟୁଜର୍ସ ।

କହିରଖୁଛି କି, ନିକଟରେ ଏକ୍ସରେ ଦୁଇ ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ ହୋଇଛି। ମସ୍କ ଏକ Ads ଫ୍ରି ପ୍ଲାନ ଏବଂ ଅନ୍ୟ ଏକ Ads ପ୍ଲାନ ଲଞ୍ଚ କରିଛନ୍ତି । ତେବେ କମ୍ପାନୀ ପକ୍ଷରୁ ଏହାକୁ ପ୍ରିମିୟମ ପ୍ଲସ ଏବଂ ବେସିକ ନାମରେ ଲଞ୍ଚ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.