ETV Bharat / science-and-technology

JEE ମେନରେ ଯୋଗ୍ୟ ବିବେଚିତ ପରେ ବି ଆଡଭାନ୍ସରେ ହୋଇପାରନ୍ତିନି ସାମିଲ, ଜାଣନ୍ତୁ କାରଣ - ଆଇଆଇଟିରେ ପ୍ରବେଶ କରିବାର ସୋପାନ

ଗତ 5 ବର୍ଷ ମଧ୍ୟରେ, 2.5 ଲକ୍ଷ ପ୍ରାର୍ଥୀଙ୍କ ପାଇଁ ସିଟ୍‌ ରହିଥିବା ସତ୍ତ୍ବେ ସାମାନଙ୍କ ମଧ୍ୟରୁ JEE Mains Advanced ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ପ୍ରାୟ 70,000ରୁ 110,000 ପ୍ରାର୍ଥୀ ଆବେଦନ କରିନାହାଁନ୍ତି । ଚଳିତ ବର୍ଷ ମଧ୍ୟ ପ୍ରାୟ 88000 ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇନାହାଁନ୍ତି । ଜାଣନ୍ତୁ କାହିଁକି JEE ମେନ୍ ପରୀକ୍ଷାରେ ସଫଳ ବିଦ୍ୟାର୍ଥୀ IITରେ ଆଡମିଶନ କରିପାରନ୍ତି ନାହିଁ।

iit entrance test
iit entrance test
author img

By

Published : May 31, 2023, 4:49 PM IST

ହାଇଦ୍ରାବାଦ: JEE ADVANCED 2023 ପରୀକ୍ଷା ଆସନ୍ତା 4 ଜୁନ୍ ରେ ହେବାକୁ ଯାଉଛି । ଏହି କମ୍ୟୁଟର ଭିତ୍ତିକ ପରୀକ୍ଷାକୁ ଦୁଇଟି ସିଫ୍ଟରେ ଦେବେ ଛାତ୍ରଛାତ୍ରୀ । ଏହି ପରୀକ୍ଷାର ସମୟ 6 ଘଣ୍ଟା ରହିଛି । ଚଳିତ ବର୍ଷ ମୋଟ 1.6 ଲକ୍ଷରୁ କମ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ପରୀକ୍ଷାରେ ପାସ୍‌ ହେବା ପାଇଁ ଦୁଇଟି ପର୍ଯ୍ୟାୟ ରହିଥିବାରୁ ଅଧିକାଂଶ ପରୀକ୍ଷାର୍ଥୀ ନହେବା ଭୟରେ ଆବେଦନ କରିନଥାନ୍ତି । ଏହି କାରଣରୁ, ଗତ 5 ବର୍ଷ ମଧ୍ୟରେ ପ୍ରାୟ 70 ହଜାରରୁ 1 ଲକ୍ଷ 10ହଜାର ପରୀକ୍ଷାର୍ଥୀ ଆବେଦନ ହିଁ କରିନାହାଁନ୍ତି । ଚଳିତ ବର୍ଷ ମଧ୍ୟ ପ୍ରାୟ 88000 ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିନାହାଁନ୍ତି, କିନ୍ତୁ 2019ରେ ଏହି ସଂଖ୍ୟା ସର୍ବନିମ୍ନ 71000 ଥିଲା ।

ଆଡଭାନ୍ସରେ ହୋଇପାରନ୍ତିନି ସାମିଲ
ଆଡଭାନ୍ସରେ ହୋଇପାରନ୍ତିନି ସାମିଲ

କୋଟାର ଶିକ୍ଷା ବିଶେଷଜ୍ଞ ଦେବ ଶର୍ମାଙ୍କ କହିବା ଅନୁସାରେ, ଯେଉଁମାନେ ଏହି JEE ଆଡଭାନ୍ସ ପରୀକ୍ଷା ଦିଅନ୍ତି ନାହିଁ, ସେମାନଙ୍କ ପାଇଁ ଏକ ପ୍ରକାର କ୍ଷତି ଅଟେ । JEE ମେନ୍‌ରେ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ପରୀକ୍ଷା ଦେଇ ପାରିନଥିଲେ ଅଧିକାଂଶ ଛାତ୍ରଛାତ୍ରୀ । ଏଭଳି ପରିସ୍ଥିତିରେ ସେମାନେ IITରେ ଆଡମିଶନ କରିବାର ସୁଯୋଗ ମଧ୍ୟ ହରାଇଛନ୍ତି । ଦୁଇଟି ସୋପାନରେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଇଚ୍ଛାପ୍ରକାଶ କରୁ ନାହାନ୍ତି ।

JEE ମେନz ଆବେଦନ ଫର୍ମରେ ଏହି ପରିବର୍ତ୍ତନ କରାଯିବା ଆବଶ୍ୟକ: ବିଶେଷଜ୍ଞ ଦେବ ଶର୍ମା କହିଛନ୍ତି, "JEE ମେନ୍ ପରୀକ୍ଷା ମାଧ୍ୟମରେ ଛାତ୍ରମାନେ JEE ଆଡଭାନ୍ସଡ ପାଇଁ ମନୋନୀତ ହୋଇଥାଆନ୍ତି । ଏପରି ପରିସ୍ଥିତିରେ, ଜେଇଇ ମେନ୍‌ ପରୀକ୍ଷା ପାଇଁ ଅନଲାଇନ ଆବେଦନ ସମୟରେ, ଛାତ୍ରମାନଙ୍କୁ ପଚରାଯିବା ଉଚିତ ଯେ ସେମାନେ ପରୀକ୍ଷା ଦେବା ପାଇଁ ଉଚ୍ଛୁକ କି ନାହିଁ । ଏଭଳି ପରିସ୍ଥିତିରେ, JEE Mainର ଫଳାଫଳ ପରେ ଏହି ଛାତ୍ରଛାତ୍ରୀଙ୍କ ଅଲ୍‌ ଇଣ୍ଡିଆ ରାଙ୍କ୍‌ ସମାନ ରହିବା ଉଚିତ୍, କିନ୍ତୁ ସେମାନଙ୍କୁ ଯୋଗ୍ୟ ବିବେଚନା କରିବା ପରିବର୍ତ୍ତେ, କମ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଯୋଗ୍ୟ ବିବେଚିତ କରିବା ଉଚିତ ।"

JEE ଆଡଭାନ୍ସ ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଅନେକ ବର୍ଷ ଧରି ଏହି ପରୀକ୍ଷାରେ କେବଳ 1.5ରୁ 1.7 ଲକ୍ଷ ଛାତ୍ରଛାତ୍ରୀ ଉପସ୍ଥିତ ରହୁଛନ୍ତି । ଯଦି ପରୀକ୍ଷାରେ 2.5 ଲକ୍ଷ ଛାତ୍ରଛାତ୍ରୀ ସାମିଲ ହୋଇଥାଆନ୍ତେ ତାହାଲେ ପ୍ରତିଯୋଗିତା ଆହୁରି କଷ୍ଟସାଧ୍ୟ ହୋଇପାରନ୍ତା । ବିଗତ ବର୍ଷଗୁଡିକରେ, ଛାତ୍ରଛାତ୍ରୀ JEE ଆଡଭାନ୍ସ ପରୀକ୍ଷାରେ 21ରୁ 30 ପ୍ରତିଶତ ମାର୍କ ସ୍କୋର କରିବା ପରେ ହିଁ ଆଇଆଇଟିରେ ଆଡମିଶନ ପାଇଥିଲେ । ଏଭଳି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେଲେ କଟ୍‌ଅଫ୍‌ ମଧ୍ୟ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି ।

ବିଶେଷଜ୍ଞ ଦେବ ଶର୍ମାଙ୍କ କହିବା ଅନୁସାରେ, 2022 ମସିହାରେ ମିଳିତ କାର୍ଯ୍ୟକାରିତା କମିଟି ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, JEE ଆଡଭାନ୍ସ 2022ରେ ପ୍ରାୟ 21 ପ୍ରତିଶତ ମାର୍କ ପାଇଥିବା ଛାତ୍ରଛାତ୍ରୀ ମଧ୍ୟ IIT ପ୍ରତିଷ୍ଠାନର ବିଟେକ୍, ଇଣ୍ଟିଗ୍ରେଟେଡ୍ ଏମ୍ ଟେକ୍ ଏବଂ ଡୁଆଲ୍ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ପାଇଛନ୍ତି। 2019ରୁ 2022 ମସିହାରେ, ଏହା 21ରୁ 30 ପ୍ରତିଶତ ମଧ୍ୟରେ ରହିଥିଲା । 2019 ମସିହାରେ ଏହା ସର୍ବାଧିକ 30.37 ପ୍ରତିଶତ ଥିବାବେଳେ 2020 ମସିହାରେ ଏହା 24.74 ପ୍ରତିଶତ ଥିଲା । 2021 ମସିହାରେ ଏହା 25.27 ପ୍ରତିଶତ ଏବଂ 2022 ବର୍ଷରେ 21 ପ୍ରତିଶତ ରହିଥିଲା । ତେବେ ଜେଇଇ ମେନ ପରୀକ୍ଷାରେ ଯୋଗ୍ୟ ବିବେଚିତ ହେବା ପରେ ଜେଇଇ ମେନ୍‌ ପରୀକ୍ଷା ନଦେବା କାରଣରୁ IITରେ ଆଡମିଶନ ସମ୍ଭବ ହୋଇପାରିନଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.