ETV Bharat / science-and-technology

Twitter Logo: ଶୀଘ୍ର ଉଡ଼ିଯିବ ନୀଳ ପକ୍ଷୀ, ନୂତନ ଲୋଗୋର ଭିଡିଓ ସେୟାର କଲେ ମସ୍କ - ଟ୍ୱିଟର ଲୋଗୋ ପରିବର୍ତ୍ତନ

ଏଲନ୍ ମସ୍କ ଆସନ୍ତାକାଲି ସକାଳ ସୁଦ୍ଧା ଟ୍ୱିଟର ଲୋଗୋ ବଦଳାଇ ପାରନ୍ତି । ଏକ ଟ୍ୱିଟ୍‌ରେ ଲୋକମାନେ ନୂଆ ଲୋଗୋର ଡିଜାଇନ୍ ମାଗିଛନ୍ତି । ଅଧିକ ପଢନ୍ତୁ

ଶୀଘ୍ର ଉଡ଼ିଯିବ ନୀଳ ପକ୍ଷୀ, ନୂତନ ଲୋଗୋର ଭିଡିଓ ସେୟାର କଲେ ମସ୍କ!

author img

By

Published : Jul 23, 2023, 7:11 PM IST

ହାଇଦ୍ରାବାଦ: ଟ୍ୱିଟର ନୀତିରେ ପରିବର୍ତ୍ତନ ସାଧାରଣ କଥା ହୋଇଗଲାଣି । ମସ୍କ ସମୟ ସମୟରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ କିଛି ନ କିଛି ପରିବର୍ତ୍ତନ କରିଥାନ୍ତି । ପୂର୍ବରୁ ନୀଳ ଚଢେଇ ପରିବର୍ତ୍ତନ କରି ଏକ କୁକୁର ଫଟୋ ଲଗାଇ ସମାଲୋଚନା ହୋଇଥିଲେ ଏଲନ ମସ୍କ । ତେବେ ଏବେ ପୁଣି ଟ୍ବିଟରର ଲୋଗୋ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଏଲନ ମସ୍କ । ଟ୍ବିଟରେ ଏକ ଭିଡିଓ ସେୟାର କରି ମସ୍କ ଏହାର ସୂଚନା ଦେଇଛନ୍ତି ।

  • If a good enough X logo is posted tonight, we’ll make go live worldwide tomorrow

    — Elon Musk (@elonmusk) July 23, 2023 " class="align-text-top noRightClick twitterSection" data=" ">

ଟ୍ୱିଟରର ନୂଆ ଲୋଗୋ X ହେବ। ଏଲୋନ୍ ମସ୍କ X ଶବ୍ଦକୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କର ସମସ୍ତ କମ୍ପାନୀ ନାମରେ X ଶବ୍ଦ ବ୍ୟବହାର କରିଛନ୍ତି । ସ୍ପେସ୍ ଏକ୍ସ ହେଉ କିମ୍ବା Xai ହେଉ । ତେବେ ଏଲୋନ୍ ମସ୍କ ଟ୍ୱିଟ୍ କରି ଲେଖିଛନ୍ତି ଯେ ଶୀଘ୍ର ଆମେ ଟ୍ୱିଟର ବ୍ରାଣ୍ଡ ଏବଂ ପକ୍ଷୀମାନଙ୍କୁ ବିଦାୟ ଦେବୁ । ଅନ୍ୟ ଏକ ଟ୍ୱିଟ୍‌ରେ ମସ୍କ ଲେଖିଛନ୍ତି ଯେ 'ଯଦି ଆଜି ରାତି ସୁଦ୍ଧା ଏକ ଭଲ X ଲୋଗୋ ପୋଷ୍ଟ ମିଳିଲେ, ତେବେ ଆସନ୍ତାକାଲି ଆମେ ଏହାକୁ ପରିବର୍ତ୍ତନ କରିବୁ ।'

ଏଥିସହ ଏଲନ୍ ମସ୍କ ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ X ଦୃଶ୍ୟମାନ ହେଉଛି । ସୂଚନା ଅନୁସାରେ, ସେ ୟୁଜର୍ସମାନଙ୍କୁ ଏକ ଭଲ X ଲୋଗୋ ସେୟାର କରିବାକୁ କହିଛନ୍ତି ଯାହା ଦ୍ବାରା ଆସନ୍ତାକାଲି ସକାଳ ସୁଦ୍ଧା ଲୋଗୋ ପରିବର୍ତ୍ତନ କରିପାରିବେ । ତେବେ ମନେ ହେଉଛି ମସ୍କ ଏହି ଲୋଗୋକୁ ବେଶ ପସନ୍ଦ କରିଛନ୍ତି, ତେଣୁ ସେ ଏହାକୁ ସେୟାର କରିଛନ୍ତି । ଏହି ଲୋଗୋ ଟ୍ୱିଟରରେ ସାୱେରମେରଟ ନାମକ ଜଣେ ୟୁଜର୍ସ ଦ୍ୱାରା ସେୟାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ବଦଳିଲା ମସ୍କଙ୍କ ମନ: ଟ୍ବିଟର ଲୋଗୋରୁ ହଟିଲା ଡଗି, ବସିଲା ଚଢେଇ

ସୂଚନା ଥାଉ କି, ନିକଟରେ ନୀଳ ଚଢେଇ ପରିବର୍ତ୍ତନ କରି ଏକ କୁକୁର ଫଟୋ ଲଗାଇଥିଲେ ମସ୍କ । ପରେ ଏନେଇ ବହୁ ସମାଲୋଚନା ପରେ ଏହାକୁ ବଦଳାଇ ପୁଣି ଚଢେଇ ରଖିଥିଲେ । ଏହି ଡଗି ଲୋଗୋଟି କ୍ରିପ୍ଟୋକରେନ୍ସି ଡଗ୍‌ ସଦୃଶ ରହିଥିଲା । ମସ୍କଙ୍କର କ୍ରିପ୍ଟୋକରେନ୍ସି ପ୍ରତି ଆଗ୍ରହ ଥିବାରୁ ସେ ଏପରି କରିଥିବା ଚର୍ଚ୍ଚା ହେଉଥିଲା । ଅପ୍ରେଲ୍ 4ରେ ହଠାତ୍ ଟ୍ବିଟର୍ ଲୋଗୋରୁ ଚଢେଇ ଗାଏବ୍ ହୋଇଯାଇ କ୍ରିପ୍ଟୋକରେନ୍ସି ଡଗ୍ ସଦୃଶ ଦେଖାଯାଉଥିବା ଡଗି ସ୍ଥାନ ପାଇଥିଲା । ପରେ ଅନେକ ସମାଲୋଚନା ପରେ ଏହାକୁ ହଟାଇ ପୁଣି ନୀଳ ଚଢେଇକୁ ସ୍ଥାନ ଦେଇଥିଲେ । ତେବେ ବର୍ତ୍ତମାନ ପୁଣି ଲୋଗୋ ପରିବର୍ତ୍ତନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.