ETV Bharat / science-and-technology

କୋଭିଡ ରୋଗୀଙ୍କ ବଢୁଥିବା ମୃତ୍ୟୁ ବିପଦକୁ ଚିହ୍ନଟ କରେ ECG

author img

By

Published : Apr 7, 2022, 5:17 PM IST

କୋଭିଡ ରୋଗୀଙ୍କ ବଢୁଥିବା ମୃତ୍ୟୁ ବିପଦରେ ECG ରିପୋର୍ଟରୁ ଜଣାପଡ଼ିଥାଏ । ଯାହା ଫଳରେ ରୋଗୀଙ୍କ ଅଧିକ ଯତ୍ନ ନେଇଥାନ୍ତି ଡାକ୍ତର । ଅଧିକ ପଢନ୍ତୁ

କୋଭିଡ ରୋଗୀଙ୍କ ବଢୁଥିବା ମୃତ୍ୟୁ ବିପଦକୁ ଚିହ୍ନଟ କରେ ECG
କୋଭିଡ ରୋଗୀଙ୍କ ବଢୁଥିବା ମୃତ୍ୟୁ ବିପଦକୁ ଚିହ୍ନଟ କରେ ECG

ଜେରୁଜେଲମ: ଇଲେକ୍ଟ୍ରୋକାର୍ଡିଓଗ୍ରାମ(ECG)ରୁ କୋଭିଡ଼ ଆକ୍ରାନ୍ତଙ୍କ ମୃ୍ତ୍ୟର ବିପଦ ସମ୍ପର୍କରେ ଜଣାପଡ଼ିଥାଏ । ଏ ସମ୍ପର୍କରେ ଏକ ରିପୋର୍ଟରୁ ଜଣାପଡ଼ିଛି । ECGର ତରଙ୍ଗରେ ଏକ ଫ୍ଲାଟ ଲାଇନ ଆସିଲେ ଏହା ହାର୍ଟ ଇଞ୍ଜୁରୀ ସମ୍ପର୍କରେ ଜଣାପଡେ । ଏହି ଇସିଜି ଗ୍ରାଫରେ ଥିବା QT ଇଣ୍ଟରଭାଲ ଇଲେକ୍ଟ୍ରିକାଲ ସିଗ୍ନାଲ ମାଧ୍ୟମରେ ଭେଣ୍ଟ୍ରିକଲ ବା ହାର୍ଟ ଚାମ୍ବର କାର୍ଯ୍ୟକୁ ଦର୍ଶାଇଥାଏ । ଯେଉଁ ରୋଗୀର QT ଇଣ୍ଟରଭାଲ ଅଧିକ ସମୟ ପର୍ଯ୍ୟନ୍ତ ସରଳରେଖା ପରି ରହିଥାଏ ସେମାନଙ୍କର ହୃତପିଣ୍ଡଜନିତ ସମସ୍ୟା ରହିଥିବା ଜଣାପଡ଼ିଥାଏ ।

ECG କମ ବ୍ୟୟବହୁଳ, ସହଜରେ ହୋଇପାରୁଥିବା ଟେଷ୍ଟ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଏହି ଟେଷ୍ଟଟି ପ୍ରାୟତଃ କରାଯାଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ କୋଭିଡ଼ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ECG ଟ୍ରେସ କରାଯାଏ ଏବଂ ସେମାନଙ୍କୁ ଅଧିକ ଅବଜରଭେସନରେ ରଖନ୍ତି ଡାକ୍ତର । ଇସିଜି ହୃତପିଣ୍ଡରେ ଚାଲିଥିବା ଇଲେକ୍ଟ୍ରିକାଲ କାର୍ଯ୍ୟକଳାପକୁ ରେକର୍ଡ କରିଥାଏ । ହାର୍ଟର କାର୍ଯ୍ୟକଳାପର ସୂଚନା ଏକ ଗ୍ରାଫ ମାଧ୍ୟମରେ ଦୃଶ୍ୟମାନ ହୋଇଥାଏ ।

ଗବେଷକମାନେ ୩୩୫ ଜଣ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ । ତେବେ ଏମାନଙ୍କର ECG କରାଯାଇଥିବା ବେଳେ ରୋଗୀଙ୍କ ହାର୍ଟ ଇଞ୍ଜୁରୀ ରହିଥିଲା । ଏହାସହିତ ସେମାନଙ୍କ ହାର୍ଟରେ ଟ୍ରପୋନିନ ପ୍ରୋଟିନ ମିଳିଥିଲା । ଯେତେବେଳେ ହୃତପିଣ୍ଡରେ କୌଣସି ପ୍ରକାର କ୍ଷତି ହୋଇଥାଏ, ସେତେବେଳେ ଏହି ନିର୍ଦ୍ଦିଷ୍ଟ ପ୍ରୋଟିନ କ୍ଷରଣ ହୋଇଥାଏ । QT ଇଣ୍ଟରଭାଲର ସମୟସୀମାକୁ ନେଇ ରୋଗୀଙ୍କୁ ୨ ଭାଗରେ ବିଭକ୍ତ କରାଯାଇଥିଲା ।

ଏଥିରେ ସାମିଲ ଥିବା ରୋଗୀଙ୍କ ମଧ୍ୟରେ ୧୦୯ ଜଣ ରୋଗୀଙ୍କ QT ଇଣ୍ଟରଭାଲ ସମୟସୀମା ଅବଧି ଅଧିକ ରହିଥିବା ବେଳେ ୨୨୬ ଜଣ ରୋଗୀଙ୍କ ଏହି ଇଣ୍ଟରଭାଲ ସାଧାରଣ ଥିଲା । ଯେଉଁ ରୋଗୀଙ୍କ ଠାରେ ଏହି ଇଣ୍ଟରଭାଲର ସମୟ ସୀମା ଅଧିକ ରହିଥିଲା ସେମାନଙ୍କ ବୟସ ୬୩ ବୟସରୁ ୭୦ ବର୍ଷ ବୟସ ମଧ୍ୟରେ ରହିଥିଲା । ଗବେଷଣା ଅନୁସାରେ ଏହି ଇଣ୍ଟରଭାଲ ବ୍ୟବଧାନ ଅଧିକ ଥିବା ୪୧ ପ୍ରତିଶତ ରୋଗୀ ପ୍ରତିବର୍ଷ ମୃତ୍ୟୁବରଣ କରୁଛନ୍ତି । ସେପଟେ କମ ବ୍ୟବଧାନ ଥିବା QT ଇଣ୍ଟରଭାଲର ୧୭ ପ୍ରତିଶତ ରୋଗୀ ପ୍ରତିବର୍ଷ ମୃତ୍ୟୁବରଣ କରୁଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.