ETV Bharat / science-and-technology

40 କୋଟି ଟ୍ୱିଟର ବ୍ୟବହାରକାରୀଙ୍କ ଡାଟା ଲିକ୍, ଟ୍ବିଟ୍ ଯୋଗେ ଟଙ୍କା ମାଗୁଛି ହ୍ୟାକର

author img

By

Published : Dec 27, 2022, 8:09 AM IST

40 କୋଟି ଟ୍ବିଟର ବ୍ୟବହାରକାରୀଙ୍କ ଡାଟା ହ୍ୟାକ୍ ପରେ ଟ୍ବିଟ୍ କରି ମସ୍କଙ୍କୁ ଡିଲ୍ ପାଇଁ ଆହ୍ବାନ୍ କରୁଛି ହ୍ୟାକର((Data of 400 mn Twitter users stolen) । ଅଧିକ ପଢନ୍ତୁ

Twitter users Data stolen
Twitter users Data stolen

ନୂଆଦିଲ୍ଲୀ: ପ୍ରାୟ 40 କୋଟି ଟ୍ୱିଟର ବ୍ୟବହାରକାରୀଙ୍କ ଡାଟା ହୋଇଛି ଚୋରି । ଡାଟା ଚୋରି କରିବା ପରେ ଏହାକୁ ଡାର୍କ ୱେବ୍‌ରେ ବିକ୍ରି କରିବା ପାଇଁ ପକାଇଥିବା ଦାବି କରିଛି ହ୍ୟାକର(Data of 400 mn Twitter users stolen, claims hacker) । ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ ଫାର୍ମ ହଡସନ ରକ୍‌ଙ୍କ ଅନୁଯାୟୀ, ଡାଟାବେସରେ ବହୁ ପରିମାଣର ସୂଚନା ରହିଛି, ଯେଉଁଥିରେ ଇ-ମେଲ ଏବଂ ହାଇ-ପ୍ରୋଫାଇଲ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ମଧ୍ୟ ରହିଛି ।

ହଡସନ୍ ରକ୍ ଟ୍ୱିଟରରେ ପୋଷ୍ଟ୍‌ର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ହ୍ୟାକର୍ ଡାଟା ଲିକ୍ ବିଷୟରେ ସୂଚନା ସେୟାର ହୋଇଛି । ଚୋରି ହୋଇଥିବା ତଥ୍ୟରେ WHO, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ଆମେରିକୀୟ ଗାୟକ ଚାର୍ଲି ପୁଥଙ୍କ ବିଷୟରେ ସୂଚନା ରହିଛି ।

ହ୍ୟାକର ନିଜ ପୋଷ୍ଟରେ ଲେଖିଛି, "ମୁଁ 40 କୋଟିରୁ ଅଧିକ ଟ୍ୱିଟର ବ୍ୟବହାରକାରୀଙ୍କ ତଥ୍ୟ ବିକ୍ରି କରୁଛି, ଏହି ସବୁ ତଥ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ।" ଏହି ତଥ୍ୟ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସେ କହିଛି । ତଥ୍ୟ ଚୋରି କରିଥିବା ଦାବି କରୁଥିବା ହ୍ୟାକର ଏଲନ ମସ୍କଙ୍କୁ ଟ୍ବିଟ୍ ଯୋଗେ ଏକ ଡିଲ୍ ପାଇଁ ଆହ୍ବାନ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

"ଟ୍ୱିଟର ବା ଏଲନ୍ ମସ୍କ, ଯଦି ଆପଣ ଏହି ପୋଷ୍ଟ ପଢୁଛନ୍ତି, ତେବେ ଆପଣ 54 ମିଲିୟନରୁ ଅଧିକ ଉପଭୋକ୍ତାଙ୍କ ଡାଟା ଲିକ୍ ପାଇଁ GDPR ଜୋରିମାନା ଦେବାର ଆଶଙ୍କା ରହିଛି । ବର୍ତ୍ତମାନ 400 ନିୟୁତ ବ୍ୟବହାରକାରୀଙ୍କ ଡାଟା ଲିକ୍ ପାଇଁ ଜୋରିମାନା ଦେବାକୁ ପଡିବ ବୋଲି ହ୍ୟାକର୍ କହିଛି । ଏଥିସହ ହ୍ୟାକର ଚୋରି କରିଥିବା ଡାଟାକୁ କିଣି ଅଧିକ ଜୋରିମାନା ଦେବାରୁ ବର୍ତ୍ତି ପାରିବେ ବୋଲି କହିଛି ।

ତେବେ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ଏଲନ ମସ୍କ(Elon Musk) ଦିନକୁ ଦିନ ନୂଆ ନୂଆ ବିବାଦରେ ଛନ୍ଦି ହେଉଛନ୍ତି । ତାଙ୍କ ନିଜସ୍ବ ପ୍ଲାଟଫର୍ମରେ ହ୍ୟାକର ତାଙ୍କୁ ଏପରି ଧମକପୂର୍ଣ୍ଣ ଆହ୍ବାନ ଦେବାପରେ ସେ କଣ ପଦକ୍ଷେପ ନେଉଛନ୍ତି ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ । ସେପଟେ ମସ୍କ ଟ୍ବିଟର ସିଇଓ ଦାୟିତ୍ବ ଛାଡିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି । ଏହାପରେ କିଏ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ବରେ ଅବସ୍ଥାପିତ ହେବ ସେନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ସେ ଟ୍ବିଟର ସିଇଓ ପାଇଁ କିପରି ଆବେଦନ କରିବେ ବୋଲି ମସ୍କ୍‌ଙ୍କୁ ଟ୍ବିଟ୍ କରି ପ୍ରଶ୍ନ ପଚାରିଛନ୍ତି । ଏସବୁ ମଧ୍ୟରେ 40 କୋଟି ବ୍ୟବହାରକାରୀଙ୍କ ଡାଟା ହ୍ୟାକ୍ ମସ୍କଙ୍କ ସମସ୍ୟା ବଢାଇ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.