ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଛି । ବୁଧବାର ସନ୍ଧ୍ୟା 6ଟା 3 ମିନିଟ ସମୟରେ ଚନ୍ଦ୍ରରେ ପାଦ ଥାପିବାରେ ସକ୍ଷମ ହୋଇଛି ଭାରତ । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ତୃତୀୟ ଚନ୍ଦ୍ରାଭିଯାନ ସଫଳ ହୋଇଛି । ଏହାରି ଭିତରେ ମିଶନ ଚନ୍ଦ୍ରଯାନ-3କୁ ନେଇ ଇସ୍ରୋ ପକ୍ଷରୁ ଆଉ ଏକ ସୂଚନା ଦିଆଯାଇଛି । ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ଅଲଗା ହୋଇଛି । ଅଲଗା ହେବା ପରେ ଚନ୍ଦ୍ରରେ ବିଚରଣ ଆରମ୍ଭ କରି ନିଜର କାର୍ଯ୍ୟ ଆରମ୍ଭ କରିଛି ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
-
Chandrayaan-3 Mission:
— ISRO (@isro) August 24, 2023 " class="align-text-top noRightClick twitterSection" data="
Chandrayaan-3 ROVER:
Made in India 🇮🇳
Made for the MOON🌖!
The Ch-3 Rover ramped down from the Lander and
India took a walk on the moon !
More updates soon.#Chandrayaan_3#Ch3
">Chandrayaan-3 Mission:
— ISRO (@isro) August 24, 2023
Chandrayaan-3 ROVER:
Made in India 🇮🇳
Made for the MOON🌖!
The Ch-3 Rover ramped down from the Lander and
India took a walk on the moon !
More updates soon.#Chandrayaan_3#Ch3Chandrayaan-3 Mission:
— ISRO (@isro) August 24, 2023
Chandrayaan-3 ROVER:
Made in India 🇮🇳
Made for the MOON🌖!
The Ch-3 Rover ramped down from the Lander and
India took a walk on the moon !
More updates soon.#Chandrayaan_3#Ch3
ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ଯେ, "Made in India, Made for the MOON!(ଚନ୍ଦ୍ରଯାନ-3ର ରୋଭର ଇଣ୍ଡିଆରେ ତିଆରି ହୋଇଛି ଏବଂ ଚନ୍ଦ୍ର ପାଇଁ ହିଁ ପ୍ରସ୍ତୁତ ହୋଇଛି), ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡରରୁ ରୋଭର ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିଛି ! ଖୁବଶୀଘ୍ର ଅଧିକ ସୂଚନା ପ୍ରଦାନ କରାଯିବ ।"
ସୂଚନା ଅନୁସାରେ, ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡରରୁ ରୋଭର ଅଲଗା ହେବା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ରହିଥିଲା । ବର୍ତ୍ତମାନ ସଫଳତା ସହିତ ଅଲଗା ହେବା ପରେ 14 ଦିନ ଚନ୍ଦ୍ରପୃଷ୍ଠରେ ବିଚରଣ କରି ନିରୀକ୍ଷଣ କରିବ । ଏହାସହ ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବ ରୋଭର।
ପ୍ରକାଶଥାଉକି, ଗତକାଲି(ବୁଧବାର) ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କରିବା ପରେ ଚନ୍ଦ୍ରଯାନ ସିରିଜ ଫଟୋ ପଠାଇଛି। ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋ କଣ୍ଟ୍ରୋଲ ରୁମର ଯୋଗାଯୋଗ ସ୍ଥାପନ ହେବା ପରେ ଚନ୍ଦ୍ରପୃଷ୍ଠର ଫଟୋ ପଠାଇଛି ଲ୍ୟାଣ୍ଡର ବିକ୍ରମ । ଏହି ଫଟୋକୁ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ଏହାକୁ ସେୟାର କରାଯାଇଥିଲା । ତେବେ ଫଟୋରୁ ଲ୍ୟାଣ୍ଡର ସୁରକ୍ଷିତ ସ୍ଥାନରେ ଅବତରଣ କରିଥିବା ଜଣାପଡିଛି । ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ ଠାରୁ ରୋଭର ପ୍ରଜ୍ଞାନ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ 14 ଦିନ ବିଚରଣ କରି ନିରୀକ୍ଷଣ କରିବ । ସେଠାରେ ଚନ୍ଦ୍ରର ଗଠନ, ତାପମାତ୍ରା, ଦକ୍ଷିଣ ମେରୁରରେ ଜଳର ସନ୍ଧାନ ଆଦି ଅଧ୍ୟୟନ କରି ।
ଏହା ମଧ୍ୟ ପଢନ୍ତୁ: Chandrayaan 3 Landing: ଅନ୍ୟ ଦେଶଠୁ ଭାରତର ମୁନ ମଶନ କିପରି ଐତିହାସିକ ? ଜାଣନ୍ତୁ
ତେବେ ଚୀନ୍, ଆମେରିକା ଏବଂ ଋଷ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ହେଁ ଦକ୍ଷିଣ ମେରୁରେ ପହଞ୍ଚିବା କୌଣସି ଦେଶ ପକ୍ଷେ ସମ୍ଭବ ହୋଇନଥିଲା । ଯାହା ପ୍ରଥମ ଦେଶ ଭାବେ କରି ଦେଖାଇଛି ଭାରତ । ଦକ୍ଷିଣ ମେରୁରେ ଜଳ ଏବଂ ବରଫର ଭଣ୍ଡାର ରହିଥିବା ନେଇ ଅନୁମାନ କରାଯାଉଛି । ଚନ୍ଦ୍ରର ଦକ୍ଷିଣ ମେରୁ ଅନ୍ଧକାର ମଧ୍ୟରେ ରହିଥାଏ । ଏଠାରେ ରହିଥିବା ଜଳ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । କାରଣ ଏହାକୁ ପାନୀୟ ଜଳ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ଭଳି ରକେଟ ଇନ୍ଧନ ଭଳି ଉତ୍ସରେ ପରିଣତ କରାଯାଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ