ETV Bharat / science-and-technology

Chandrayaan 3 Landing: ରେକର୍ଡ ଭାଙ୍ଗିଲା ଇସ୍ରୋ, ବିଶ୍ବରେ ଲାଇଭ ଦେଖିଲେ ଏତେ ସଂଖ୍ୟକ ଲୋକ - ଇସ୍ରୋର ୟୁଟ୍ୟୁବ ଚାନେଲ

ଚନ୍ଦ୍ରଯାନ-3କୁ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ଇସ୍ରୋ ସଫଳତା ପାଇଥିବା ବେଳେ ଭୁୟର୍ସରେ ମଧ୍ୟ ଇସ୍ରୋର ୟୁଟ୍ୟୁବ ଚାନେଲ ସମସ୍ତ ରେକର୍ଡ ପାର କରିଛି । ବିଶ୍ବରେ ଲାଇଭ୍‌ ଦେଖିଲେ ଏତେ ସଂଖ୍ୟକ ଲୋକ । ଅଧିକ ପଢ଼ନ୍ତୁ

Chandrayaan 3 Landing
Chandrayaan 3 Landing
author img

By ETV Bharat Odisha Team

Published : Aug 23, 2023, 6:51 PM IST

ହାଇଦ୍ରାବାଦ: ଇତିହାସ ରଚିଲା ଭାରତ । ପୂରଣ ହେଲା 140 କୋଟି ଦେଶବାସୀଙ୍କ ସ୍ବପ୍ନ । ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପୋଲ୍‌ରେ ଲ୍ୟାଣ୍ଡ୍‌ କଲା ଭାରତର ମୁନ୍‌ ମିଶନ୍‌ ଚନ୍ଦ୍ରଯାନ-3 । ବିଶ୍ବର ପ୍ରଥମ ଦେଶ ଭାବେ ଇତିହାସ ରଚିଲା ଭାରତ। ଚନ୍ଦ୍ରପୃଷ୍ଠରେ ଉଡିଲା ତ୍ରିରଙ୍ଗା। ତେବେ ଏହି ଐତିହାସିକ ମୁହୁର୍ତ୍ତ ଦେଖାବା ପାଇଁ ଇସ୍ରୋ ପକ୍ଷରୁ ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଥିବା ବେଳେ ବିଶ୍ବରେ ରେକର୍ଡ ସଂଖ୍ୟକ ଲୋକ ଏହି ଲାଇଭ ଦେଖିଛନ୍ତି। ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସମୟରେ ସିଧାପ୍ରସାରଣ ଦେଖିବାରେ ସମସ୍ତ ରେକର୍ଡ ଭାଙ୍ଗି ଅକ ନମ୍ବର ହେଲା ଇସ୍ରୋ। ଏହାପୂର୍ବରୁ, ଲାଇଭରେ ସର୍ବାଧିକ ଦେଖାଯାଇଥିବା ଚ୍ୟାନେଲ 6.3 ମିଲିୟନ ଭ୍ୟୁୟର୍ସ ସହିତ ଶୀର୍ଷରେ ରହିଥିଲା ଇସ୍ରୋ। କିନ୍ତୁ ISROର ୟୁଟ୍ୟୁବ୍ ଚ୍ୟାନେଲ୍ 6.6 ମିଲିୟନରୁ ଅଧିକ ଲାଇଭ୍ ୟୁଜର୍ସ ସହିତ ଏହି ରେକର୍ଡ ଭାଙ୍ଗିଛି।

ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ପ୍ରକ୍ରିୟା ଆଜି ଅପରାହ୍ନ 5.20 ରେ ଆରମ୍ଭ ହୋଇଥିଲା। ଇସ୍ରୋର ୟୁଟ୍ୟୁବ ଚ୍ୟାନେଲରେ ଏହାର ଲାଇଭ ଭିଡିଓ ଦେଖିବାର ସୁବିଧା ରହିଥିଲା। ରେକର୍ଡ ସଂଖ୍ୟକ ୟୁଜର୍ସ ISRO ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଯୋଗ ଦେଇଥିଲେ। ଚନ୍ଦ୍ରଯାନ-3ର ଅବତରଣ ପାଇଁ ଉପଭୋକ୍ତାମାନେ କେତେ ଆଗ୍ରହୀ ରହିଥିଲେ ଏହି ସଂଖ୍ୟାରୁ ହିଁ ବାରି ହେଉଛି। 6.6 ମିଲିୟନରୁ ଅଧିକ ଲୋକ ଇସ୍ରୋର ୟୁଟ୍ୟୁବ ଚାନେଲରେ ଲାଇଭ ଦେଖିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି।

ଏହା ମଧ୍ୟ ପଢନ୍ତୁ: Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

ସବସ୍କ୍ରାଇବର ଠାରୁ ଅଧିକ ଲାଇଭ ଦେଖିଲେ ୟୁଜର୍ସ:

  • ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ପ୍ରକ୍ରିୟାର ସିଧାପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିବା ବେଳେ ସସକ୍ରାଇବର ଠାରୁ ଭ୍ୟୁୟର୍ସ ସଂଖ୍ୟା ରେକର୍ଡ ଭାଙ୍ଗିଛି । ସବ୍‌ସ୍କ୍ରାଇବରଠାରୁ 2 ଗୁଣ ଅଧିକ ୟୁଜର୍ସ ଲାଇଭ ଦେଖିଥିବା ନେଇ ଏକ ରିପୋର୍ଟରେ ପ୍ରକାଶିତ ହୋଇଛି ।
  • ଇସ୍ରୋର ୟ୍ୟୁଟ୍ୟୁବ ଚାନେଲରେ 2.68 ମିଲିୟନ ସବ୍‌ସ୍କ୍ରାଇବର ରହିଥିବା ବେଳେ ସିଧାପ୍ରସାରଣରର 9 ମିନିଟରେ 2.9 ଲୋକ ଏହି ଲାଇଭ୍‌ ଟେଲିକାଷ୍ଟ ଦେଖିଥିଲେ ।
  • ଏହାସହ 13 ମିନିଟରେ ଚାନେଲପେ 3.3 ମିଲିୟନ ଲୋକ ଯୋଡି ହୋଇଥିଲେ
  • 17 ମିନିଟରେ 40 ଲକ୍ଷ ଲୋକ ଚନ୍ଦ୍ରଯାନ-3ର ଲାଇଭ ଟେଲିକାଷ୍ଟ୍‌ ଦେଖିଥିଲେ
  • ଏହାପରେ 31 ମିନିଟ ପରେ ଇସ୍ରୋର ୟୁଟ୍ୟୁବ ଚାନେଲରେ 5.3 ମିଲିୟନ ଅର୍ଥାତ 53 ଲକ୍ଷରୁ ଅଧିକ ଲୋକ ଏହି ଲାଇଭ ଦେଖିଥିବା ନେଇ ଜଣାପଡ଼ିଛି
  • ଏହାପରେ ଲାଇଭର 45 ମିନିଟ ସୁଦ୍ଧା 6.6 ମିଲିୟନ ଲୋକ ଇସ୍ରୋର ୟୁଟ୍ୟୁବ୍‌ରେ ଯୋଡ଼ି ହୋଇଥିଲେ

ଚନ୍ଦ୍ରଯାନ-3କୁ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ଇସ୍ରୋ ସଫଳତା ପାଇଥିବା ବେଳେ ଭୁୟର୍ସରେ ମଧ୍ୟ ଇସ୍ରୋର ୟୁଟ୍ୟୁବ ଚାନେଲ ସମସ୍ତ ରେକର୍ଡ ପାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.