ହାଇଦ୍ରାବାଦ: ଅଗଷ୍ଟ 23, 2023 । ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇ ଇତିହାସ ରଚିଥିଲା ମହାକାଶ ଗବେଷଣା ସଂସ୍ଥା। ଭାରତର ଅନ୍ତରୀକ୍ଷ ମିଶନ ପାଇଁ ଏହି ଦିନ ସ୍ବତନ୍ତ୍ର ରହିଥିଲା। ତେବେ ଏହାରି ଭିତରେ ଇସ୍ରୋ ପକ୍ଷରୁ ଆଜି(ଶୁକ୍ରବାର) ଏକ ଟ୍ବିଟ କରି ସୂଚନା ଦିଆଯାଇଛି। ଚନ୍ଦ୍ରଯାନ-3ର ଲ୍ୟାଣ୍ଡି ସମୟର ସ୍ଥିତି ବା ଦୃଶ୍ୟକୁ ବର୍ଣ୍ଣନା କରାଯାଇଛି। ବିକ୍ରମ ଲ୍ୟାଣ୍ଡର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବା ପରେ ଇଜେକ୍ଟା ହୋଲ ତିଆରି କରିଥିଲା। NRSC ଇସ୍ରୋର ବୈଜ୍ଞାନିକଙ୍କ କହିବା ଅନୁସାରେ, ବିକ୍ରମ ଲ୍ୟାଣ୍ଡ କରିବା ସମୟରେ 2.06 ଟନ ମାଟିକୁ(ମୁନ ଏପିରେଗୋଲଥ) 108.4 ବର୍ଗ ମିଟର କ୍ଷେତ୍ରରେ ବିସ୍ଥାପିତ କରିଥିଲା। ଅର୍ଥାତ ଚନ୍ଦ୍ରପୃଷ୍ଠରେ ଏକ ବଡ ଗର୍ତ୍ତ(ଇଜେକ୍ଟା ହୋଲ) ସୃଷ୍ଟି ହୋଇଥିଲା।
-
Chandrayaan-3 Results:
— ISRO (@isro) October 27, 2023 " class="align-text-top noRightClick twitterSection" data="
On August 23, 2023, as it descended, the Chandrayaan-3 Lander Module generated a spectacular 'ejecta halo' of lunar material.
Scientists from NRSC/ISRO estimate that about 2.06 tonnes of lunar epiregolith were ejected and displaced over an area of 108.4 m²…
">Chandrayaan-3 Results:
— ISRO (@isro) October 27, 2023
On August 23, 2023, as it descended, the Chandrayaan-3 Lander Module generated a spectacular 'ejecta halo' of lunar material.
Scientists from NRSC/ISRO estimate that about 2.06 tonnes of lunar epiregolith were ejected and displaced over an area of 108.4 m²…Chandrayaan-3 Results:
— ISRO (@isro) October 27, 2023
On August 23, 2023, as it descended, the Chandrayaan-3 Lander Module generated a spectacular 'ejecta halo' of lunar material.
Scientists from NRSC/ISRO estimate that about 2.06 tonnes of lunar epiregolith were ejected and displaced over an area of 108.4 m²…
ଇଜେକ୍ଟା ହୋଲ କଣ: ଯେତେବେଳେ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିଥିଲା ସେହି ସମୟରେ ଚନ୍ଦ୍ରପୃଷ୍ଠରେ ରହିଥିବା ମାଟି କ୍ଷୀପ୍ର ଗତିରେ ଉଡିଥିଲା। ତେବେ ଚନ୍ଦ୍ରପୃଷ୍ଠରୁ ଉଡିଥିବା ଏହି ମାଟି ଏବଂ ସେଥିରେ ରହିଥିବା ଉପାଦାନକୁ ବୈଜ୍ଞାନିକ ଭାଷାରେ ଏପିରେଗୋଲିଥ କୁହାଯାଏ। ଚନ୍ଦ୍ର ପୃଷ୍ଠରେ ରହିଥିବା ମାଟି ଟେଲକମ୍ ପାଉଡର ଠାରୁ ମଧ୍ୟ ପତଳା ବୋଲି କୁହାଯାଇଛି। ଚନ୍ଦ୍ରଯାନ-3 ଲ୍ୟାଣ୍ଡରେ ଲାଗିଥିବା ରକେଟ ବୁଷ୍ଟର ଚନ୍ଦ୍ରପୃଷ୍ଠରେ ଅବତରଣ ବା ଲ୍ୟାଣ୍ଡିଂ କରିବା ସମୟରେ ରକେଟ ବୁଷ୍ଟର ଫାୟାରିଂ ସମୟରେ ବିପରୀତ ପାର୍ଶ୍ବରୁ ମାଟି ଉଡିବା ଆରମ୍ଭ କରିଥିଲା।
ଏହା ମଧ୍ୟ ପଢନ୍ତୁ: Chandrayaan-3: ଆଉ ସକ୍ରିୟ ହେବେନି ବିକ୍ରମ ଓ ପ୍ରଜ୍ଞାନ, ଏମିତି କହିଲେ ପୂର୍ବତନ ଇସ୍ରୋ ମୁଖ୍ୟ
କଣ ପାଇଁ କରାଯାଇଥିଲା ରକେଟ ବୁଷ୍ଟର ଫାୟାରିଂ: ଚନ୍ଦ୍ରର ମାଧ୍ୟାକର୍ଷଣ ଯୋଗୁଁ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର କ୍ଷୀପ୍ର ଗତିରେ ଚନ୍ଦ୍ରପୃଷ୍ଠ ଆଡକୁ ଗତି କରୁଥିଲା। ଏହି କାରଣରୁ ରକେଟ ବୁଷ୍ଟରକୁ ଉପରକୁ କରି ଫାୟାର କରାଯାଇଥିଲା। ଯାହାକି ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ସତ୍ତ୍ବେ ଚନ୍ଦ୍ରଯାନର ଗତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା।
କହିରଖୁଛୁ କି, ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେଶ ସେଣ୍ଟରରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଥିଲା । ଏହା ଅଗଷ୍ଟ ୩ ତାରିଖରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହାପରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରି ନିଜ ଗବେଷଣା ଜାରି ରଖିଥିଲା । ତେବେ ଲ୍ୟାଣ୍ଡି କରିବାର 14 ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡରରୁ ବିକ୍ରମ ଅଲଗା ହୋଇ ପେୱୋଡ ଜରିଆରେ ଚନ୍ଦ୍ର ପୃଷ୍ଠର ମାଟି ଏବଂ ସେଠାରେ ଘଟୁଥିବା ଭୌଗଳିକ ଘଟଣା ଉପରେ ସବିଶେଷ ସୂଚନା ପ୍ରଦାନ କରିଥିଲା। ଚନ୍ଦ୍ରପୃଷ୍ଠରେ ରହିଥିବା ମାଟିରେ ସଲଫର, ଅକ୍ସିଜେନ ଏବଂ ଦୁର୍ଲଭ ତତ୍ତ୍ବ ରହିଥିବା ନେଇ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ