ETV Bharat / science-and-technology

ଇଭି ଟାରିଫ୍ କମେଇବାକୁ କେନ୍ଦ୍ର ସରକାରଙ୍କ ବିଚାର, ଟେସଲାକୁ ଟାର୍ଗେଟ - Govt considers slashing EV Tariffs

Central Govt. considers slashing EV Tariffs: କେନ୍ଦ୍ର ସରକାର ଏଲନ ମସ୍କଙ୍କ ଟେସଲାର ଇଲେକ୍ଟ୍ରିକ ଯାନବାହନ (ଇଭି) ଉପରୁ ଟ୍ୟାକ୍ସ କମେଇବା ପାଇଁ କରିଥିବା ଅନୁରୋଧ ଉପରେ ବିଚାର କରୁଛନ୍ତି । ଚଳିତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏଲନ ମସ୍କ ନ୍ୟୁୟର୍କରେ ଏ ନେଇ ଭେଟି ଚର୍ଚ୍ଚା କରିଥିଲେ । ଆଗକୁ ପଢନ୍ତୁ

Central Govt considers slashing EV Tariffs

author img

By ETV Bharat Odisha Team

Published : Nov 13, 2023, 8:40 PM IST

ନୂଆଦିଲ୍ଲୀ: ବଢୁଥିବା ପରିବେଶ ପ୍ରଦୂଷଣ ପାଇଁ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ଜରୁରୀ ଅଟେ । ଏଥି ପାଇଁ କେନ୍ଦ୍ର ସରକାର ଏଲନ ମସ୍କଙ୍କ ଦ୍ବାରା ପରିଚାଳିତ ଅଟୋମୋବାଇଲ କମ୍ପାନୀ ଟେସଲାର ଇମ୍ପୋର୍ଟେଡ ଇଲେକ୍ଟ୍ରିକ ଯାନବାହନ (ଇଭି) ଉପରୁ ଟ୍ୟାକ୍ସ କମେଇବା ପାଇଁ କରିଥିବା ଅନୁରୋଧ ଉପରେ ବିଚାର କରୁଛନ୍ତି । ସୋମବାର ଦିନ ଏକ ମିଡିଆ ରିପୋର୍ଟ ଅନୁଯାୟୀ ସରକାର ଦେଶରେ ଏନେଇ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ବିଚାର କରୁଛନ୍ତି । ଫାଇନାନ୍ସିଆଲ ଟାଇମ ମୁତାବକ ଏଲନ ମସ୍କ ସରକାରଙ୍କୁ ପ୍ରାରମ୍ଭିକ ଟ୍ୟାକ୍ସ ରିହାତି ପାଇଁ ଅନୁରୋଧ କରିଛନ୍ତି । ଯାହାକି 40000 ଡଲାରରୁ କମ ଦାମର କାର ପାଇଁ 70 ପ୍ରତିଶତ ଏବଂ 40000 ଡଲାରରୁ ଅଧିକ ଦାମର କାର ପାଇଁ 100 ପ୍ରତିଶତର ବୃହତ୍ ସୀମା ଶୁଳ୍କ ରହିଛି ।

ଏହା ମଧ୍ୟ ପଢନ୍ତୁ... ମସ୍କ୍‌ ଲଞ୍ଚ କଲେ AI chatbot 'Grok', କହିଲେ ଏହା ChatGPTରୁ ଉତ୍କୃଷ୍ଟ

କମ୍ପାନୀର ଜଣେ ଅଧିକାରୀଙ୍କ ସୂଚନା ମୁତାବକ କମ୍ପାନୀକୁ ଅତିକମରେ ଏକ ଅନ୍ତରୀଣ ସମୟ ମଧ୍ୟରେ କିଛି ଟ୍ୟାକ୍ସ ରିହାତିର ଆବଶ୍ୟକତା ରହିଛି । ଏଥିରେ କେତେକ ସନସେଟ ଚୁକ୍ତି ରହିବ । ଟେସଲା ଦେଶରେ ଇଭି ପ୍ଲାଣ୍ଟ ପ୍ରତିଷ୍ଠା କରିବା ନିମନ୍ତେ ରିହାତିର ସର୍ତ ରଖିଥିଲା । କମ କରାଯାଇଥିବା ଟ୍ୟାକ୍ସ ସମସ୍ତ ଇଲେକ୍ଟ୍ରିକ ଯାନବାହନ ନିର୍ମାତା ମାନଙ୍କ ଉପରେ ଲାଗୁ ହେବ । ରିପୋର୍ଟ ଅନୁସାରେ ସମସ୍ତ ଦାମର ଇଲେକ୍ଟ୍ରିକ ଯାନ ଉପରେ 15 ପ୍ରତିଶତ ରିହାତି ରହିବ ବୋଲି କିନ୍ତୁ ଏହି ନୀତି ଉପରେ ସରକାରଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟରେ ଏ ଯାଏଁ ସହମତି ହୋଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ... ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏଲନ ମସ୍କ, କହିଲେ ମୁଁ ମୋଦିଙ୍କ ଫ୍ୟାନ

ଟେସଲା କମ୍ପାନୀ ଏମିତି ଏକ ପ୍ୟାକେଜ ବନାଇବାକୁ ଚାହୁଁଛି ଯାହା ଉଭୟ ଭାରତ ଏବଂ କମ୍ପାନୀ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉ । ଏହି ପ୍ରକାର ଆବଶ୍ୟକତା ପୂରଣ କରୁଥିଲେ ଅନ୍ୟ ମାନେ ମଧ୍ୟ ଏହି ୱିଣ୍ଡୋ ବ୍ୟବସ୍ଥାର ଲାଭ ଉଠାଇ ପାରିବେ ବୋଲି ଜଣେ ଟେସଲା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର ମାସ ଏକ ରିପୋର୍ଟରେ କୁହାଯାଇଥିଲା କି ଟେସଲା ଭାରତରେ ବ୍ୟାଟେରୀ ଷ୍ଟୋରେଜ ପାଇଁ ଏକ ଫ୍ୟାକ୍ଟ୍ରି ପ୍ରତିଷ୍ଠାର ଯୋଜନା କରୁଛି ଏବଂ ଏଥି ପାଇଁ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଇଲେକ୍ଟ୍ରିକ ଯାନ ନିର୍ମାତା ଟେସଲା ନିକଟରେ ନିଜ ବୈଠକରେ ନିଜର ପାୱାର ୱାଲ ସହିତ ଦେଶରେ ବ୍ୟାଟେରୀ ଷ୍ଟୋରେଜ କ୍ଷମତା ବୃଦ୍ଧି ପ୍ରସ୍ତାବର ସମର୍ଥନ କରିଥିଲେ । ଗତ ବର୍ଷ ଟେସଲା ଅଧିକାରୀମାନେ ଭାରତୀୟ ଅଧିକାରୀଙ୍କୁ ଭେଟିବା ସହ ଚଳିତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏଲନ ମସ୍କ ନ୍ୟୁୟର୍କରେ ଏ ନେଇ ଭେଟି ଚର୍ଚ୍ଚା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.