ETV Bharat / science-and-technology

କାନାଡାର ପ୍ରଥମ କୋଭିଡ ବୁଷ୍ଟରକୁ ଅନୁମୋଦନ, କୋଭିଡ-ଓମିକ୍ରନ ବିରୋଧରେ ପ୍ରଭାବୀ

author img

By

Published : Sep 2, 2022, 12:35 PM IST

କାନାଡାର ପ୍ରଥମ bivalent Covid-19 ବୁଷ୍ଟରକୁ ମିଳିଲା ଅନୁମୋଦନ (Canada approves first bivalent Covid-19 booster) । ଉଭୟ କୋଭିଡ ଓ ଓମିକ୍ରନ ଭାରିଆଣ୍ଟ ଏବଂ ସବ୍-ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ । ଅଧିକ ପଢନ୍ତୁ

କାନାଡାର ପ୍ରଥମ କୋଭିଡ ବୁଷ୍ଟରକୁ ଅନୁମୋଦନ, କୋଭିଡ-ଓମିକ୍ରନ ଭାରିଆଣ୍ଟ ବିରୋଧରେ ପ୍ରଭାବୀ

ୱଟ୍ଟୱା: କାନାଡାର ପ୍ରଥମ କୋଭିଡ ବୁଷ୍ଟରକୁ ଅନୁମୋଦନ(Canada approves first bivalent Covid-19 booster) । ହେଲଥ କାନାଡା ମୋଡର୍ନା ସ୍ପାଇକେଭାକ୍ସ କୋଭିଡ -19 ଟିକା(Moderna Spikevax Covid-19 vaccine)ର ଏକ ଭର୍ସନକୁ ଅନୁମତି ଦେଇଛି, ଯାହା SARS-CoV-2 ଭୂତାଣୁ ଏବଂ ଓମିକ୍ରନ୍ (BA.1) ଭାରିଆଣ୍ଟକୁ ମାତ୍ ଦେବ ।

ଗୁରୁବାର ଏଜେନ୍ସି ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ, "bivalent" ଟିକା ଭାବରେ ଜଣାଶୁଣା ଏହି ଟିକା, 18 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ ଭାବରେ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ ହୋଇଛି । କାନାଡାରେ ଅନୁମୋଦିତ ଏହା ହେଉଛି ପ୍ରଥମ "bivalent" କୋଭିଡ-19 ଟିକା । ଏଜେନ୍ସି କହିଛି ଯେ, ସମାନ ମୃଦୁ ପ୍ରତିକୂଳ ପ୍ରତିକ୍ରିୟା ସହିତ ବିଭାଲେଣ୍ଟ ମୋଡର୍ନା ସ୍ପାଇକେଭାକ୍ସ ବୁଷ୍ଟର ନିରାପଦ ଏବଂ ପ୍ରଭାବଶାଳୀ ଥିବା Xinhua ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ।

କ୍ଲିନିକାଲ୍ ଟ୍ରାଏଲ୍ ଫଳାଫଳରୁ ଜଣାପଡିଛି ଯେ, ବିଭାଲେଣ୍ଟ ମୋଡର୍ନା ସ୍ପାଇକେଭାକ୍ସ ଟିକାର ଏକ ବୁଷ୍ଟର୍ ଡୋଜ୍ ଉଭୟ ଓମିକ୍ରନ୍ (BA.1) ଏବଂ SARS-CoV-2 ଭୂତାଣୁ ଷ୍ଟ୍ରେନ୍ ବିରୁଦ୍ଧରେ ଏକ ଦୃଢ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଓମିକ୍ରନ୍ BA.4 ଏବଂ BA.5 ସବଭାରିଆଣ୍ଟ ବିରୁଦ୍ଧରେ ମଧ୍ୟ ଏହାର ଭଲ ପ୍ରତିକ୍ରିୟା ପ୍ରକାଶ ପାଇଛି ​​ଏବଂ ସଂରକ୍ଷଣର ସ୍ଥାୟୀତ୍ୱ ବୃଦ୍ଧି କରିବ ବୋଲି ଆଶା କରାଯାଉଥିବା ହେଲ୍‌ଥ କାନାଡା କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.