ETV Bharat / science-and-technology

ଉହାନ ବୈଜ୍ଞାନିକଙ୍କ ଖୁଲାସା, ଚୀନ ଜାଣିଶୁଣି କୋରୋନା ଭାଇରସର ବିସ୍ତାର କରିଥିଲା

author img

By

Published : Jun 29, 2023, 7:06 AM IST

କୋଭିଡ-19କୁ ନେଇ ଚୀନ ବୈଜ୍ଞାନିକଙ୍କ ଏକ ବଡ ଖିୁଲାସା । ଚୀନ ଜାଣିଶୁଣି କୋରୋନା ଭାଇରସର ବିସ୍ତାର କରିଥିଲା । ବିଜ୍ଞାନ ଭଳି ଏହାକୁ ବ୍ୟବହାର କରାଯାଇଥିବା ନେଇ ବୈଜ୍ଞାନିକ କହିଛନ୍ତି । ଅଧିକ ପଢନ୍ତୁ

Biological Terrorism
Biological Terrorism

ବେଜିଂ: ଚାଇନାର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିଷ୍ଟ ଜଣେ ଗବେଷକ ଦାବି କରିଛନ୍ତି ଯେ, ଚୀନ ଜାଣିଶୁଣି ସାରା ବିଶ୍ୱରେ କୋରୋନା ଭାଇରସ ବିସ୍ତାର କରିଛି । କୋଭିଡ -19କୁ ଏକ ଜୈବିକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା । ଯାହାଦ୍ୱାରା ଲୋକମାନେ ସଂକ୍ରମିତ ହୋଇପାରିବେ । ବିଶ୍ବ ବିରୁଦ୍ଧରେ ଚୀନ୍ ଦ୍ୱାରା ପରିଚାଳିତ ବାୟୋଲୋଜିକାଲ ଟେରୋରିଜମର ଏହା ଏକ ଅଂଶ ବୋଲି କୁହାଯାଇଛି ।

ଅନୁସନ୍ଧାନକାରୀ ଚାଓ ଶାଓ କହିଛନ୍ତି ଯେ, ତାଙ୍କ ସହକର୍ମୀଙ୍କୁ କୋରୋନା ଭୂତାଣୁର ଚାରିଟି ଷ୍ଟ୍ରେନ୍ ଦିଆଯାଇଥିଲା। କେଉଁ ଷ୍ଟ୍ରେନ୍ ଶୀଘ୍ର ବିସ୍ତାର ହେବ ତାହା ଜାଣିବାକୁ ସେମାନଙ୍କୁ କୁହାଯାଇଥିଲା । ଏନେଇ ଅନ୍ତର୍ଜାତୀୟ ପ୍ରେସ ଆସୋସିଏସନର ସଦସ୍ୟ ଜେନିଫର ଜେଙ୍ଗଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଚାଓ ଶାଓ । ଜେନିଫର୍ ଜଣେ ମାନବ ଅଧିକାର କର୍ମୀ ଏବଂ ଚାଇନାର ଜଣେ ଜଣାଶୁଣା ଲେଖକ ଅଟନ୍ତି । ଜେନିଫର ଜେଙ୍ଗଙ୍କୁ ଦେଇଥିବା 26 ମିନିଟର ସାକ୍ଷାତକାରରେ ରିସର୍ଚ୍ଚର ଚାଓ ଶାଓ ଏଭଳି କହିଛନ୍ତି ।

26 ମିନିଟର ଏକ ସାକ୍ଷାତକାରରେ, ଚାଓ ଶାଓ କହିଥିଲେ ଯେ, "ମୋତେ ଏବଂ ଆମର ସମସ୍ତ ସହଯୋଗୀଙ୍କୁ କୋରୋନା ଭାଇରସ ଉପରେ ଅନୁଧ୍ୟାନ କରିବା ପାଇଁ କୋରୋନାର 4ଟି ଷ୍ଟ୍ରେନ ଦିଆଯାଇଥିଲା । ପରୀକ୍ଷା କରିବା ପାଇଁ କୁହାଯାଇଥିଲା ଯେ, ଏହି ଚାରୋଟି ଷ୍ଟ୍ରେନ୍ ମଧ୍ୟରୁ କେଉଁଟି ବିସ୍ତାର କରିବାର ଅଧିକ କ୍ଷମତା ରହିଛି କେଉଁ ଷ୍ଟ୍ରେନ୍ ସର୍ବାଧିକ ପ୍ରଜାତିଙ୍କୁ ସଂକ୍ରମିତ କରିପାରେ । ଏହା ମଣିଷକୁ କେତେ ଅସୁସ୍ଥ କରିପାରେ ତାହା ମଧ୍ୟ ଖୋଜିବା ପାଇଁ କୁହାଯାଇଥିଲା । ଚୀନ କୋରୋନା ଭୂତାଣୁକୁ ଜୈବିକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା ।

ଏହା ମଧ୍ୟ ପଢନ୍ତୁ: ବୈଜ୍ଞାନିକଙ୍କ ବଡ ଖୁଲାସା, ମାନବକୃତ ଥିଲା କୋରୋନା ଭାଇରସ୍

ମିଲିଟାରୀ ଗେମ୍ସ ପାଇଁ ଭାଇରୋଲୋଜିଷ୍ଟକୁ ପଠାଯାଇଥିଲା: ଚାଓ କହିଛନ୍ତି ଯେ, "2019 ଠାରୁ ଚାଓଙ୍କର ଅନେକ ସାଥୀ ନିଖୋଜ ରହିଥିବା ନେଇ ସେ କହିଛନ୍ତି । ସେହି ସମୟରେ ଉହାନରେ ମିଲିଟାରୀ ଗେମ୍ନସ ଅନୁଷ୍ଠିତ ହୋଇଥିଲା । ଏହି କାରଣରୁ ଆମର କିଛି ସାଥିଙ୍କୁ ହୋଟେଲ ପଠାଯାଇଥିଲା । ଯେଉଁଠାରେ କି ଅନ୍ୟ ଦେଶର ଆଥଲେଟିକ ମାନେ ରହୁଥିଲେ ସେମାନଙ୍କର ଯତ୍ନ ନେବା ପାଇଁ ଆମ ସାଥିମାନଙ୍କୁ ପଠାଯାଇଥିଲା । କିନ୍ତୁ ଭାଇରୋଲୋଜିଷ୍ଟମାନେ ସ୍ୱଚ୍ଛତା ଯାଞ୍ଚ କରନ୍ତି ନାହିଁ ।" ଚାଓ ଶାଓ କହିଛନ୍ତି ଯେ, ମୁଁ ସନ୍ଦେହ କରୁଛି ଯେ, ସେଠାରେ କୋରୋନା ଭାଇରସ ବିସ୍ତାର କରିବା ପାଇଁ ମୋ ସାଥିମାନଙ୍କୁ ପଠାଯାଇଥିଲା।

ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଉଇଗର କ୍ୟାମ୍ପକୁ ମଧ୍ୟ ପଠାଯାଇଥିଲା: ଏପ୍ରିଲ୍ 2020ରେ, ଚାଓ ଶାଓଙ୍କୁ ଜେଲରେ ଉଇଗୁରୁମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଜିନଜିଆନ୍ ପଠାଯାଇଥିଲା । ଏହା ସହିତ ସେମାନଙ୍କର ପୁନଃ ଶିକ୍ଷା ଶିବିର ଗୁଡ଼ିକର ଅନୁସନ୍ଧାନ କରାଯାଇପାରିବ । ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ଶୀଘ୍ର ମୁକ୍ତ କରାଯାଇପାରିବ । ଭାଇରସକୁ ନେଇ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚର କାର୍ଯ୍ୟ ଦେବା କେତେ ଦୂର ଠିକ ? ଚାଓ ଭାବନ୍ତି ତାଙ୍କୁ ଭୂତାଣୁ ବିସ୍ତାର କରୁଛି କି ନାହିଁ ତାହା ଦେଖିବା ପାଇଁ ପଠାଯାଇଥିଲା । ଏହି ମହାମାରୀ ସମଗ୍ର ବିଶ୍ୱରେ 70 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଚାଓ କହିଛନ୍ତି ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହାର ଅନୁସନ୍ଧାନ ଜାରି ରହିଛି। ବୈଜ୍ଞାନିକମାନେ ଔଷଧ ଏବଂ ଟିକା ଖୋଜୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.