ସାନ ଫ୍ରାନ୍ସିସ୍କୋ: ଡାକ୍ତରଙ୍କୁ ରକ୍ଷା କଲା ଆପଲ୍ ସ୍ମାର୍ଟ ୱାଚ୍(Apple Watch Saved Life) ! ଘରେ କାମ କରୁଥିବା ସମୟରେ ଜଣେ ପଡିଯାଉଥିବା ଜଣେ ଡାକ୍ତରଙ୍କ ଜୀବନ ବଞ୍ଚାଇବାର ଶ୍ରେୟ ଆପଲ୍ ସ୍ମାର୍ଟ ୱାଚ୍କୁ ଦିଆଯାଉଛି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆପଲ୍ ଫୋନ୍ରେ ଥିବା ଫଲ୍ ଡିଟେକ୍ସନ ଫିଚର୍ କାର୍ଲିଫର୍ଣ୍ଣିଆର ଜଣେ ଡାକ୍ତରଙ୍କ ଜୀବନ ବଞ୍ଚାଇ ପାରିଥିବା କୁହାଯାଉଛି(Apple Watch Saved Life by fall detection feature) ।
NBC ଚିକାଗୋ ଅନୁଯାୟୀ, ଡ. ଥୋମାସ୍ ଫିଚୋ ତାଙ୍କ ଘର ସଫା କରିବା ସମୟରେ ଝରକାକୁ ଆଧାର କରି ଉପରକୁ ଚଢୁଥିଲେ, ଏହି ସମୟରେ ସେ ଅସାବଧାନତା କାରଣରୁ 5 ଫୁଟ୍ ତଳକୁ ଖସି ପଡିଥିଲେ । ଏହାପରେ ସ୍ବତଃପ୍ରୋତ ଭାବେ କାମ କରିଥିଲା ଆପଲ୍ ଫିଚର୍ ଫଲ୍ ଡିଟେକ୍ସନ(Apple Watch fall detection feature) ଏବଂ ସ୍ଥାନୀୟ ଜରୁରୀକାଳୀନ ସେବା ନ୍ 911କୁ କଲ୍ ଯାଇଥିଲା । ଏହାପରେ ଡାକ୍ତର ଫିଚୋଙ୍କ ନିକଟରେ ପହଞ୍ଚିଥିଲେ ଜରୁରୀକାଳୀନ ସେବା କର୍ମଚାରୀ ।
ସେମାନେ ଡାକ୍ତରଙ୍କୁ ତାଙ୍କ ସମସ୍ୟା ବାବଦରେ ପଚାରିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଫିଚୋ । ସେ ଆଶ୍ଚର୍ଯ୍ୟ ହୋଇ ସେବା କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ କି, 'ଆପଣ ମୋ ସମସ୍ୟା ବାବଦରେ କିପରି ଜାଣିଲେ ।' ଏହା କେବଳ ଆପଲ୍ ଫଲ୍ ଡିଟେକ୍ସନ ଫିଚର୍ କାରଣରୁ ସମ୍ଭବ ହୋଇପାରିଥିବା ଜଣା ପଡିଥିଲା । ତେବେ ଏସବୁ ପରେ ମୋ ଘଣ୍ଟା ମୋ ଜୀବନ ବଞ୍ଚାଇ ଦେଇଛି ବୋଲି ଡାକ୍ତର ଫିଚୋ କହିଛନ୍ତି ।
କହି ରଖୁଛୁ ଯେ, 2018 ମସିହାରେ ଆପଲ୍ ୱାଚ୍ ସିରିଜ୍ ସହ ଫଲ୍ ଡିଟେକ୍ସନ୍ ଫିଚର୍ ଲଞ୍ଚ୍ କରିଥିଲା । ଏହି ସେବା 18 ଏବଂ 18 ରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ।