ETV Bharat / science-and-technology

iPhones, iPads ଓ Macsରେ ସୁରକ୍ଷା ତ୍ରୁଟି ନେଇ ସତର୍କ କରାଇଲା Apple

author img

By

Published : Aug 20, 2022, 8:55 AM IST

iPhones, iPads ଏବଂ Macs ଗୁରୁତର ସୁରକ୍ଷା vulnerabilities(ମୋବାଇଲ ଆପ୍ଲିକେସନରେ ଥିବା ଦୁର୍ବଳତା) ପ୍ରକାଶ କଲା Apple । ସିଷ୍ଟମ ଅପଡେଟ୍ ପାଇଁ ବ୍ୟବହାରକାରୀଙ୍କୁ କଲା ଅପିଲ୍ । ଅଧିକ ପଢନ୍ତୁ

iPhones, iPads ଏବଂ Macs ରେ ସୁରକ୍ଷା ତ୍ରୁଟି ଘଟିଥିବା ନେଇ ସତର୍କ କରାଇଲା Apple

ସାନ ଫ୍ରାନ୍ସିସ୍କୋ: iPhones, iPads ଏବଂ Macs ଗୁରୁତର ସୁରକ୍ଷା vulnerabilities(ମୋବାଇଲ ଆପ୍ଲିକେସନରେ ଥିବା ଦୁର୍ବଳତା) ପ୍ରକାଶ କରିଛି Apple । ଏହା ଆକ୍ରମଣକାରୀଙ୍କୁ ଏହି ଉପକରଣଗୁଡ଼ିକର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେବାକୁ ଅନୁମତି ଦେଇପାରେ ବୋଲି ଆଶଙ୍କା ମଧ୍ୟ କରିଛି । ଫଳରେ ବୁଧବାର Apple ପକ୍ଷରୁ ଏନେଇ ଦୁଇଟି ସୁରକ୍ଷା ରିପୋର୍ଟ ପ୍ରକାଶ ପାଇଛି ।

ଆପଲ୍ ବ୍ୟାଖ୍ୟା କରିଛି ଯେ, ଜଣେ ହ୍ୟାକର୍ ଡିଭାଇସକୁ "full admin access" ଅର୍ଥାତ୍ ପୂର୍ଣ୍ଣ ଆଡମିନି ଆକ୍ସେସ୍ ପାଇପାରେ । ଏହା ଅନୁପ୍ରବେଶକାରୀଙ୍କୁ ଡିଭାଇସ୍ ୱନରର ଛଦ୍ମନାମ କରିବାକୁ ଅନୁମତି ଦେବା ସହ ପରବର୍ତ୍ତୀ ସମୟରେ ସେମାନଙ୍କ ନାମରେ ଯେକୌଣସି ସଫ୍ଟୱେର୍ ଚଲାଇ ପାରେ ବୋଲି ସୋସିଆଲ୍ ପ୍ରୁଫ୍ ସିକ୍ୟୁରିଟିର CEO ରାକେଲ ଟୋବାକ୍ କହିଛନ୍ତି ।

ସିକ୍ୟୁରିଟି ଏକ୍ସପର୍ଟମାନେ ବ୍ୟବହାରକାରୀଙ୍କୁ ଉପଦେଶ ଦେଇଛନ୍ତି ଯେ, ପ୍ରଭାବିତ ଡିଭାଇସକୁ ଅପଡେଟ୍ କରିଦିଅନ୍ତୁ । iPhone6S ଏବଂ ପରବର୍ତ୍ତୀ ମଡେଲଗୁଡିକ ଅପଡେଟ୍ କରିବାକୁ ସିକ୍ୟୁରିଟି ବିଶେଷଜ୍ଞମାନେ ଉପଦେଶ ଦେଇଛନ୍ତି । 5g ଏବଂ ଏହା ପରର ସମସ୍ତ ଆଇପ୍ୟାଡ୍ ପ୍ରୋ ମଡେଲ୍ ଏବଂ ଆଇପ୍ୟାଡ୍ ଏୟାର 2 ଅନ୍ତର୍ଭୁକ୍ତ କରି ଆଇପ୍ୟାଡର ଅନେକ ମଡେଲ୍ ଏବଂ MacOS ଚଳାଉଥିବା Mac କମ୍ପ୍ୟୁଟରଗୁଡିକୁ ଅପଡେଟ କରିବାକୁ ପରାମର୍ଶ ଦେଇଛନ୍ତି । କିପରି, କେଉଁଠାରେ ଏବଂ କାହା ଦ୍ବାରା ହ୍ୟାକ ହେଉଛି ତାହା ପ୍ରକାଶ କରିନାହିଁ Apple । ପ୍ରତ୍ୟେକ କ୍ଷେତ୍ରରେ ଏହା କୌଣସି ଅଜ୍ଞାତ ଅନୁସନ୍ଧାନକାରୀଙ୍କ ଦ୍ବାରା ଚାଲୁରହୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଇସ୍ରାଏଲର NSO ଗ୍ରୁପ୍ ପରି ବାଣିଜ୍ୟିକ ଗୁପ୍ତଚର କମ୍ପାନୀଗୁଡିକ ଏହିପରି ତ୍ରୁଟିଗୁଡିକର ଚିହ୍ନଟ ଏବଂ ଲାଭ ଉଠାଇଥାନ୍ତି, ଏମାନଙ୍କ ଟାର୍ଗେଟର ସ୍ମାର୍ଟଫୋନ ରହିଥାଏ । ଆମେରିକାର ବାଣିଜ୍ୟ ବିଭାଗ ଦ୍ୱାରା NSO ଗ୍ରୁପଗୁଡିକୁ ବ୍ଲାକ୍‌ଲିଷ୍ଟ କରାଯାଇଛି । ଏହାର ଗୁପ୍ତଚର ସାମଗ୍ରୀ ୟୁରୋପ, ମଧ୍ୟ ପୂର୍ବ, ଆଫ୍ରିକା ଏବଂ ଲାଟିନ୍ ଆମେରିକାରେ ସାମ୍ବାଦିକଙ୍କ ବିରୋଧରେ, ମତଭେଦ ତଥା ମାନବାଧିକାର କର୍ମୀଙ୍କ ବିରୁଦ୍ଧରେ ବ୍ୟବହୃତ ହୋଇଥିବା ଜଣାପଡିଛି ।

ସୁରକ୍ଷା ଅନୁସନ୍ଧାନକାରୀ ୱିଲ୍ ଷ୍ଟ୍ରାଫାଚ୍ କହିଛନ୍ତି ଯେ, ଆପଲ୍ ବର୍ତ୍ତମାନ ପ୍ୟାଚ୍ କରିଥିବା vulnerabilities ବା ଦୁର୍ବଳତା ଥିବା ନେଇ କୌଣସି ବୈଷୟିକ ବିଶ୍ଳେଷଣ ସେ ଦେଖି ନାହାଁନ୍ତି । କମ୍ପାନୀ ପୂର୍ବରୁ ମଧ୍ୟ ସମାନ ଗୁରୁତର ତ୍ରୁଟି ସ୍ୱୀକାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.