ETV Bharat / science-and-technology

5ଜି କମ୍ପୋନେଣ୍ଟସକୁ ଡେଭଲପ କରିବା ପାଇଁ ବ୍ରୋଡକମ ସହ ଆପଲର ଚୁକ୍ତି

author img

By

Published : May 24, 2023, 4:29 PM IST

5ଜି କମ୍ପୋନେଣ୍ଟସକୁ ଡେଭଲପ କରିବା ପାଇଁ ବ୍ରୋଡକମ ସହ ହାତ ମିଳାଇଲା ଆପଲ । ଅଧିକ ପଢନ୍ତୁ

apple ties up with broadcom
apple ties up with broadcom

ସାନ ଫ୍ରାନ୍ସିସ୍କୋ: ବ୍ରୋଡକମ ସହ ଚୁକ୍ତି ସ୍ବାକ୍ଷରିତ କଲା ଆପଲ । ଏଫବିଆର ଫିଲ୍ଟର ଏବଂ ଅତ୍ୟାଧୁନିକ କନେକ୍ଟିଭିଟି କମ୍ପୋନେଣ୍ଟସ(ଓ୍ବାଇରଲେସ କନ୍କେଟିଭିଟି) ସହିତ 5ଜି ରେଡିଓ ଫ୍ରିକ୍ବେନ୍ସି କମ୍ପୋନେଣ୍ଟସକୁ ଡେଭଲପ କରିବା ପାଇଁ ଆମେରିକା ସ୍ଥିତ ଟୋକ୍ନୋଲୋଜି ଏବଂ ବିକଶିତ ମାନ୍ୟୁଫାକ୍ଚରିଂ କମ୍ପାନି ବ୍ରୋଡ୍‌କମ ସହ ଅରବ ଡଲାରର ଚୁକ୍ତି ସ୍ବାକ୍ଷରିତ କରିଛି । ଏନେଇ ଆପଲ ସିଇଓ ଟିମ୍‌ କୁକ ସୂଚନା ଦେଇଛନ୍ତି । କମ୍ପାନୀର କହିବା ଅନୁସାରେ, ଏଫବିଏଆର ଫିଲ୍ଟରକୁ ଫୋର୍ଟ କଲିଂସ, ଫଲୋରାଡୋ ସହିତ କେତେକ ଆମେରିକୀୟ ମାନ୍ୟୁଫାକ୍ଚରିଂ ଏବଂ ଟେକ୍ନୋଲୋଜି ହବ୍ସ ଡିଜାଇନ ସହ ନିର୍ମାଣ କରାଯିବ । ବ୍ରୋଡକମର ଏକ ଆକର୍ଷଣୀୟ ସୁବିଧା ରହିଛି ।

ଏହା ମଧ୍ୟ ପଢନ୍ତୁ: WhatsApp Sticker Feature : ଆହୁରି ମଜାଦାର ହେବ ହ୍ବାଟସଅପ୍ ଚାଟ୍‌, ନିଜେ ତିଆରି କରିପାରିବେ ଷ୍ଟିକର

ଅନ୍ୟପଟେ ଏନେଇ ଆପଲ ସିଇଓ ଟିମ କୁକ୍‌ କହିଛନ୍ତି, "ଆପଲର ସମସ୍ତ ପ୍ରଡକ୍ଟ ଆମେରିକାରେ ନିର୍ମିତ ହେବା ସହ ତିଆରି ହେଉଛି । ଏହାସହ ଆମେ ଆମେରିକୀୟ ଅର୍ଥବ୍ୟବସ୍ଥାରେ ଆମର ନିବେଶକୁ ଆହୁରୁ ମଜଭୁତ କରିବା ପାଇଁ ପ୍ରୟାସ ଜାରି ରଖିବୁ । କାରଣ ଆମେରିକାର ଭବିଷ୍ୟତ ଉପରେ ଆମର ଅତୁଟ ବିଶ୍ବାସ ରହିଛି ।"

ଏହା ମଧ୍ୟ ପଢନ୍ତୁ: Instagram Outage: ସ୍ବାଭାବିକ ହେଲା ଇନଷ୍ଟାଗ୍ରାମ, 1 ଲକ୍ଷ 80 ହଜାର ୟୁଜର୍ସ କରିଥିଲେ ଅଭିଯୋଗ

ଅନ୍ୟପଟେ କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆପଲ ପୂର୍ବରୁ ହିଁ ବ୍ରୋଡକମର ଫୋର୍ଟ କଲିଂସ, ଏଫବିଆର ଫିଲ୍‌ଟର ମାନ୍ୟୁଫାକ୍ଚରିଂ ସୁବିଧାରେ 1100ରୁ ଅଧିକ ରୋଜଗାରର ହାତ ବଢାଇଛି । ବ୍ରଡକମ ସହଭାଗିତା ମହତ୍ବପୂର୍ଣ୍ଣ ସ୍ୱୟଂଚାଳିତ ଯୋଜନା, ଟେକ୍ନିସିଆନ୍ ଏବଂ ଇଞ୍ଜିନିୟର୍ମାନଙ୍କ ସହିତ ଅପସ୍କିଲିଂରେ ବିନିଯୋଗ ଜାରି ରଖିବା ପାଇଁ ସକ୍ଷମ ହେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସୂଚନାଅନୁସାରେ, ପୁରା ଦେଶରେ ଆପଲ 2.7 ମିଲିୟନରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛି । 2020ରେ ଆପଲ ଡିଭାଇସ ପାଇଁ 5ଜି ଟେକ୍ନୋଲୋଜି ଆରମ୍ଭ କରିଥିଲା। କମ୍ପାନୀ ସାରା ଦେଶରେ 5ଜି ଆଣିବା ପାଇଁ ଜୋରସୋରରେ କାର୍ଯ୍ୟ ଚଳାଇଛି। ଫଳରେ 5ଜି ଇନୋଭେସନକୁ ସମର୍ଥନ କରୁଥିବା କମ୍ପାନୀ ପାଇଁ ଇନୋଭୋସନ ଏବଂ ଚାକିରିରେ ବୃଦ୍ଧି ହୋଇଛି ।

ତେବେ ପ୍ରକାଶଥାଉକି, ଦିନକୁ ଦିନ ଚାଟ୍‌ ଜିପିଟିର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଏହାକୁ ନିଷିଦ୍ଧ କରିଛି ଆପଲ । ଏ‌ଆଇ ବ୍ୟବହାର ହେଲେ ଗୋପନୀୟତା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଆପଲ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ କୁହାଯାଇଛି। ଏଆଇ ବ୍ୟବହାର ଦ୍ବାରା ଗୋପନୀୟତା ବା ପ୍ରାଇଭେସୀ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ କମ୍ପାନୀର କୌଣସି କର୍ମଚାରୀ କୌଣସି ପରିସ୍ଥିତିରେ ମଧ୍ୟ ଏଆଇ ଟୁଲ୍‌କୁ ବ୍ୟବହାର କରିପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.