ନୂଆଦିଲ୍ଲୀ: ଆପଲ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ iOS 16 5G ବିଟା ସଫ୍ଟୱେର୍ ପ୍ରୋଗ୍ରାମ୍ ଭାରତରେ ଆରମ୍ଭ ହୋଇଯାଇଛି । ଏୟାରଟେଲ ଏବଂ ଜିଓ ଗ୍ରାହକମାନେ ବର୍ତ୍ତମାନ ସୁପର-ଫାଷ୍ଟ 5G ବ୍ୟବହାର କରିପାରିବେ(Apple iOS 16 5G Beta now live in India for Airtel, Jio users) । ଡିସେମ୍ବରରେ ସର୍ବସାଧାରଣରେ ଉପଲବ୍ଧ ହେବା ପୂର୍ବରୁ ଆଇଫୋନ୍ 14, ଆଇଫୋନ୍ 13, ଆଇଫୋନ୍ 12 ଏବଂ ଆଇଫୋନ୍ SE (ତୃତୀୟ ପିଢି) ମଡେଲଗୁଡିକର ବ୍ୟବହାରକାରୀମାନେ, ଆପଲ୍ର iOS 16 ବିଟା ସଫ୍ଟୱେର୍ ପ୍ରୋଗ୍ରାମର ଅଂଶ ଭାବରେ 5G ସେବା ପାଇପାରିବେ ।
ଏହି ବିଟା ପ୍ରୋଗ୍ରାମ୍ ଉପଭୋକ୍ତାମାନଙ୍କୁ ପ୍ରି-ରିଲିଜ୍ ସଫ୍ଟୱେର୍ ଟ୍ରାଏ କରିବାକୁ, ସର୍ବଶେଷ ଫିଚର୍ସ ଉପଭୋଗ କରିବାକୁ ଏବଂ ସର୍ବସାଧାରଣରେ ଉପଲବ୍ଧ ହେବା ପୂର୍ବରୁ ସଫ୍ଟୱେୟାରରେ ଥିବା କୌଣସି ତ୍ରୁଟି ରିପୋର୍ଟ କରିବା ପାଇଁ ଅନୁମତି ଦେଇଛି । ଯେଉଁମାନେ ସାଇନ୍ ଅପ୍ ପ୍ରକ୍ରିୟା ସମୟରେ ଚୁକ୍ତିନାମା ଗ୍ରହଣ କରିଥିବେ ଏବଂ ଭାଲିଡ୍ Apple ID ଥିବ ସେମାନଙ୍କ ପାଇଁ 5G ବିଟା ସୁବିଧା ରହିଛି ।
ଯେଉଁ କଷ୍ଟମର୍ସ ବିଟା ସଫ୍ଟୱେୟାର ପରୀକ୍ଷା କରିବାକୁ ଚାହୁଁଛନ୍ତି, ସେମାନେ ବିଟା ସଫ୍ଟୱେୟାର ଇନଷ୍ଟଲ୍ କରିବା ପୂର୍ବରୁ ବ୍ୟାକ୍ ଅପ୍ କରିବା ଉଚିତ୍ । କେବଳ ଅଣ-ଉତ୍ପାଦନ ଉପକରଣରେ ବିଟା ସଫ୍ଟୱେୟାର ଇନଷ୍ଟଲ୍ କରିବାକୁ ଅନୁମତି ଦିଆଯାଇଛି, ଯାହା ବ୍ୟବସାୟ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ । iOS ବିଟା ବିଲ୍ଟ-ଇନ୍ ଫିଡ୍ବ୍ୟାକ୍ ଆସିଷ୍ଟାଣ୍ଟ ଆପ୍ ସହିତ ଆସିଥାଏ, ଯାହା ଆପଣଙ୍କ ଆଇଫୋନ୍ କିମ୍ବା ଆଇପ୍ୟାଡରେ ହୋମ ସ୍କ୍ରିନରୁ କିମ୍ବା ଆପଣଙ୍କ ମାକରେ ଥିବା ଡକ୍ରୁ ଓପନ୍ କରାଯାଇପାରିବ । ଅକ୍ଟୋବରରେ ଆପଲ୍ କହିଥିଲା ଯେ, ନେଟୱାର୍କ ବୈଧତା, ଗୁଣବତ୍ତା ଏବଂ କାର୍ଯ୍ୟଦକ୍ଷତା ପାଇଁ ପରୀକ୍ଷା ଶେଷ ହେବା ମାତ୍ରେ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ସର୍ବୋତ୍ତମ 5G ଅଭିଜ୍ଞତା ଆଣିବା ପାଇଁ କମ୍ପାନୀ ଭାରତର କ୍ୟାରିଅର୍ ପାର୍ଟନରଙ୍କ ସହ କାର୍ଯ୍ୟ କରୁଛି ।
ଏକ ସଫ୍ଟୱେର୍ ଅପଡେଟ୍ ମାଧ୍ୟମରେ 5G ସକ୍ଷମ(Enabled) ହେବ ଏବଂ ଡିସେମ୍ବର ମାସରେ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଆରମ୍ଭ ହେବ ବୋଲି ଟେକ୍ ଜଏଣ୍ଟ କହିଛନ୍ତି । ପ୍ରମୁଖ ମେଟ୍ରୋ ସହରଠାରୁ ଆରମ୍ଭ କରି ଭାରତ ପର୍ଯ୍ୟାୟକ୍ରମେ 5G ରୋଲ କରୁଥିବାରୁ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ନିଜ ଡିଭାଇସରେ 5G ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛନ୍ତି ।