ETV Bharat / science-and-technology

Anti Tobacco Warning: ଏଣିକି ଓଟିଟିରେ ତମାଖୁ ବିରୋଧୀ ବାର୍ତ୍ତା ବାଧ୍ୟତାମୂଳକ

author img

By

Published : Jun 1, 2023, 11:53 AM IST

ତମାଖୁ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ଓଟିଟିରେ ତମାଖୁ ବିରୋଧୀ ବାର୍ତ୍ତା ବାଧ୍ୟତାମୂଳକ । ଅଧିକ ପଢନ୍ତୁ

Anti Tobacco Warning
Anti Tobacco Warning

ନୂଆଦିଲ୍ଲୀ: ଓଭର ଦି ଟପ(ଓଟିଟି) ପ୍ଲାଟଫର୍ମ ପାଇଁ ତମାଖୁ ନିରୋଧୀ ବାର୍ତ୍ତାକୁ ବାଧ୍ୟତାମୂଳକ କରାଯାଇଛି । ଏଣିକି ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା ଫିଲ୍ମ, ଓ୍ବେବସିରିଜ ଇତ୍ୟାଦିରେ ତମାଖୁ ବିରୋଧି ବାର୍ତ୍ତା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗତକାଲି(ବୁଧବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଯଦି ଏହାକୁ ଅବଜ୍ଞା କରାଯାଏ ତାହାଲେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ବିଶ୍ବର ପ୍ରଥମ ଦେଶ ଭାରତ ଯେଉଁଠି ଓଟିଟି ପ୍ଲାଟଫର୍ମ ପାଇଁ ଏଭଳି ନିୟମ ଅଣାଯାଇଛି ।

ଭାରତ ସରକାର ବିଶ୍ବାସ କରନ୍ତି ଯେ, ଟେଲିଭିଜନ ଏବଂ ପ୍ରେକ୍ଷାଳୟ ପରି ଅନଲାଇନରେ ଦେଖାଯାଇଥିବା OTT ପ୍ଲାଟଫର୍ମର ଲୋକପ୍ରିୟତା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ, OTT ମଧ୍ୟ ମନୋରଞ୍ଜନର ଏକ ମାଧ୍ୟମ ଯାହା ଲୋକମାନଙ୍କୁ ଆକୃଷ୍ଟ କରିଥାଏ । ବହୁ ସଂଖ୍ୟକ OTT ଦର୍ଶକ ହେଉଛନ୍ତି ଯୁବ ଗୋଷ୍ଠୀର ଲୋକ । ଏଭଳି ପରିସ୍ଥିତିରେ, OTT ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ଦେଖାଇବା ବାଧ୍ୟତାମୂଳକ ହେବା ଆବଶ୍ୟକ ବୋଲି ଅନୁଭବ କରାଯାଇଥିଲା । ଏହା ଦ୍ବାରା ଯୁବପିଢିଙ୍କ ଉପରେ କିଛି ମାତ୍ରାରେ ପ୍ରଭାବ ପକାଇବ ବୋଲି ବିଶ୍ବାସ କରାଯାଉଛି । ଏହି ପ୍ଲାଟଫର୍ମ ଗୁଡିକ ଯୁବପିଢିଙ୍କ ମସ୍ତିଷ୍କରୁ ପ୍ରଭାବିତ କରୁଛି ।

ଏହା ମଧ୍ୟ ପଢନ୍ତୁ: World No Tobacco Day 2023: ତମାଖୁ ମୁକ୍ତ ବିଶ୍ୱ ଭିଜନ୍‌, 'ଖାଦ୍ୟ ଖାଆନ୍ତୁ, ତମାଖୁ ନୁହେଁ'

ବିଶ୍ୱ ତମାଖୁ ବର୍ଜନ ଦିବସ (ମେ 31)ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ସର୍ବନିମ୍ନ ତିରିଶ ସେକେଣ୍ଡର ତମାଖୁ ବିରୋଧୀ ବାର୍ତ୍ତା OTTରେ କାର୍ଯ୍ୟକ୍ରମର ଆରମ୍ଭ ଏବଂ ମଧ୍ୟଭାଗରେ ପ୍ରଦର୍ଶିତ ହେବ । ଯେତେବେଳେ ତମାଖୁ ସେବନ ଦୃଶ୍ୟ ଆସିବ ସେହି ଭିଜୁଆଲ ନିମ୍ନରେ ଏକ ସ୍ଥିର ବାର୍ତ୍ତା ମଧ୍ୟ ଦେଖାଇବାକୁ ପଡିବ । ସିରିଜ ଆରମ୍ଭ ହେବା ବେଳେ ଏବଂ ମଧ୍ୟ ଭାଗରେ 20 ସେକେଣ୍ଡ ପାଇଁ ତମାଖୁର ଖରାପ ଦିଗ ସମ୍ପର୍କିତ ଅଡିଓ ଏବଂ ଭିଡିଓ ବାର୍ତ୍ତା ଦେଖାଇବା ଆବଶ୍ୟକ।

ତମାଖୁ କ୍ୟାନ୍ସରର କାରଣ ଓ ତମାଖୁର ବ୍ୟବହାର ମୃତ୍ୟୁ ଡାକି ଆଣିଥାଏ ବୋଲି ବାର୍ତ୍ତା ଦେବା ପାଇଁ ବାଧ୍ୟ କରାଯାଇଛି । ଯେଉଁ ଭାଷାରେ ସିରିଜ ହେଉଥିବ ସେହି ଭାଷାରେ ହିଁ ତମାଖୁ ନିରୋଧୀ ବାର୍ତ୍ତା ଦେବା ପାଇଁ ସୁପାରିସ କରାଯାଇଛି । ଯଦି ଏହାକୁ ଅବଜ୍ଞା କରାଯାଏ ତାହାଲେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.