ହାଇଦ୍ରାବାଦ: ଆଜିକା ସମୟରେ ପ୍ରାୟତଃ ଲୋକେ ଲାପଟପ୍ ବ୍ୟବହାର କରିଥାଆନ୍ତି । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଆବଶ୍ୟକତା ଥାଏ ଲାପଟପ । ଛୁଆଙ୍କର ଅନଲାଇନ କ୍ଲାସ କରିବା ପାଇଁ ଲାପଟପର ଆବଶ୍ୟକତା ରହିଥିବା ବେଳେ ବୟସ୍କମାନେ ଅଫିସ କାର୍ଯ୍ୟ ପାଇଁ ଅଧିକ ବ୍ୟବହାର କରିଥାଆନ୍ତି । ଏହା ବ୍ୟତୀତ ଗେମ ଖେଳିବା ଏବଂ ଫିଲ୍ମ ଦେଖିବାରେ ମଧ୍ୟ କିଛି ବ୍ୟକ୍ତି ଲାପଟପ ବ୍ୟବହାର କରିଥାଆନ୍ତି । ଯଦି ଆପଣ ଉପଯୁକ୍ତ ଫିଚର ଯୁକ୍ତ ଲାପଟପ ବଜେଟରେ କିଣିବାକୁ ଚାହୁଁଛନ୍ତି ତେହାଲେ ଆମାଜନ ଗ୍ରେଟ ରିପବ୍ଲିକ ଡେ ସେଲ ଏକ ପ୍ରକାର ସୁବର୍ଣ୍ଣ ସୁଯୋଗ । ଆମାଜନର ଏହି ସେଲ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ବିଶେଷକରି ଲାପଟପ ଉପରେ ରିହାତି ରହିଛି ।
1. ASUS Vivobook 15: ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ଏହି ଲାପଟପରେ Intel Core i5-12500H 12th Gen ପ୍ରୋସେସର ଦିଆଯାଇଛି । ଏହାର ସ୍କ୍ରିନ ସାଇଜ 15.6 ଇଞ୍ଚ ରହିଛି । ଏଥିରେ ଲାପଟପ 16 GB ରାମ୍ ଏବଂ 512GB ହାର୍ଟ ଡିସ୍କ ସୁବିଧା ରହିଛି । ତେବେ ଆମାଜନ ସେଲରେ ଏହା ଉପରେ ଅଧିକ ରିହାତି ରହିଛି । ଏହାର ମୂଲ୍ୟ 76,990 ଟଙ୍କା ରହିଥିବା ବେଳେ ଆମାଜନରେ 31 ପ୍ରତିଶତ ରହାତି ମିଳୁଛି । ରିହାତି ପରେ ଏହାର ମୂଲ୍ୟ 52,990 ଟଙ୍କା ରହିଛି ।
2. Lenovo IdeaPad Slim 3: ଲେନୋଭୋର ଏହି ଲାପଟପ Intel Core i7 11th Gen ପ୍ରୋସେସର ସହିତ ଆସିଥାଏ । ଏହାର ଡିସପ୍ଲେ ଲମ୍ବ 15.6 ଇଞ୍ଚ ଅଟେ । 16 ଜିବି ରାମ ଏବଂ 512GB ହାର୍ଟ ଡିସ୍କ ରହିଛି। ଏହା ଲାପଟପରେ 1 ବର୍ଷର ଓ୍ବାରେଣ୍ଟି ରହିଛି । ଏହାର ଦାମ 76,690 ଟଙ୍କା ରହିଥିବା ବେଳେ ଏହା ଉପରେ ଆମାଜନରେ 27 ପ୍ରତିଶତ ରିହାତି ମିଳୁଛି । ମାତର 57,990ଟଙ୍କାରେ କିଣିପାରିବେ ଗ୍ରାହକ ।
3. HP Laptop 15s: ଏହି ଲାପଟପରେ ସାନଦାର ଫିଚର୍ସ ରହିଛି । 12th Gen Intel Core i3-1215U ପ୍ରୋସେସର ରହିଥିବା ବେଳେ ଡିସପ୍ଲେ ଲମ୍ବ 15.6 ଇଞ୍ଚ ଅଟେ । 8GB DDR4 ରାମ 512GB ଷ୍ଟୋରେଜ ରହିଛି । ଏହାର ମୂଲ୍ୟ 56,261ଟଙ୍କା ରହିଥିବା ବେଳେ ସେଲରେ 32 ପ୍ରତିଶତ ରିହାତି ରହିଛି । ମାତ୍ର 37,999ଟଙ୍କାରେ ଏହାକୁ କିଣିପାରିବେ ।
4. Lenovo IdeaPad Gaming 3 Laptop: ଗେମ ପ୍ରତି ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଲାପଟପ ଅଧିକ ଫାଇଦା ଯୋଗାଇବ । ଏଥିରେ Intel Core i5 11th Gen ପ୍ରୋସେସର ଏହଂ 15.6 ଇଞ୍ଚ ସ୍କ୍ରିନ୍ ରହିଛି । ଏହା ଓ୍ବିଣ୍ଡୋଜ 11ରେ କାର୍ଯ୍ୟ କରିଥାଏ । ଏହାର ଦାମ ଅଧିକ ରହିଥିଲେ ସୁଦ୍ଧା ରିହାତି ମଧ୍ୟ ଅଧିକ ରହିଛି । 82,490ଟଙ୍କା ଉପରେ 42 ପ୍ରତିଶତର ରହାତି ରହିଛି । 47,990ଟଙ୍କାରେ କିଣିପାରିବେ ଗ୍ରାହକ ।