ହାଇଦ୍ରାବାଦ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରେସରେ ଆଗରେ ରହିବା ପାଇଁ ବର୍ତ୍ତମାନ ଅନେକ ସମସ୍ତ ଟେକ କମ୍ପାନୀ ରହିଛନ୍ତି। ପ୍ରତିଦିନ ଏଆଇକୁ ନେଇ ନୂଆ ନୂଆ ଘଟଣା ଏବଂ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ଭିତରେ ମାଇକ୍ରୋସଫ୍ଟ ବିଙ୍ଗ ଚାଟ୍କୁ କୋପାଇଲଟ ଭାବେ ଏହାକୁ ରିବ୍ରାଣ୍ଡିଂ କରିଛି। ତେବେ ବର୍ତ୍ତମାନ କମ୍ପାନୀ ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଇଁ ଅନୁମତି ପ୍ରଦାନ କରିଛି। ତେବେ ଏହି ଆପ ଚାଟଜିପିଟିର ଅନୁରୂପ ବୋଲି କୁହାଯାଇଛି। ତଥାପି ଏଥିରେ କିଛି ଅନେର ଅତିରିକ୍ତ ଫିଚର ମଧ୍ୟ ରହିଛି। ବର୍ତ୍ତମାନ ଏହାର ବ୍ୟବହାର ପାଇଁ ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପକୁ ଡାଉନଲୋଡ କରିପାରିବେ ୟୁଜର୍ସ।
ଚାଟଜିପିଟି ଠାରୁ କିଭଳି ଅଲଗା କୋପାଇଲଟ ଆପ: ମାଇକ୍ରୋସଫ୍ଟର କୋପାଇଲଟ ଆପରେ ଚାଟଜିପିଟି ଭଳି ପ୍ରଶ୍ନ କରିବାର ସୁବିଧା ପାଇବେ ୟୁଜର୍ସ। ଏହା ବ୍ୟତୀତ DALL-E 3 ଜରିଆରେ ଇମେଜ ତିଆରି କରିବା, ଇମେଲ ଏବଂ ଡକ୍ୟୁମେଣ୍ଟ ପାଇଁ ଡ୍ରାଫ ନୋଟ ଏବଂ ଜିପିଟି-4ର ସୁବିଧା ମଧ୍ୟ ପାଇବେ ୟୁଜର୍ସ। ଓପନ ଏଆଇର ଚାଟଜିପିଟିରେ ଜିପିଟି4ର ପେଡ୍ ଫିଚର ରହିଛି। ଏହାର ଅର୍ଥ ଏହି ଫିଚର ବ୍ୟବାହର କରିବା ପାଇଁ ଦେୟ ଦେବାକୁ ହେବ। କିନ୍ତୁ କୋପାଇଲଟରେ ଏହା ଫ୍ରି ରହିଛି। ଏଥିରେ ଚାଟଜିପିଟି ବ୍ୟବହାର ପାଇଁ କମ୍ପାନୀକୁ କୌଣସି ଦେୟ ଦେବାକୁ ହେବ ନାହିଁ। ବର୍ତ୍ତମାନ କମ୍ପାନୀ ଏହି ଫିଚରକୁ କେବଳ ଆଣ୍ଟ୍ରୋଏଡ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଥିବା ବେଳେ ଖୁବଶୀଘ୍ର ଏହା ଆଇଓଏସ ୟୁଜର୍ସଙ୍କ ପାଇଁ ଲାଇଭ କରିବ ।
ଏହା ମଧ୍ୟ ପଢନ୍ତୁ: ବୃଦ୍ଧି ପାଉଛି ଏଆଇ ସ୍କାମ, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ତରିକା
ଏହି ଆପ ବ୍ୟବହାର କରିବା ପାଇଁ ପ୍ରଥମେ ଲଗଇନ କରିବାକୁ ହେବ। ପ୍ରଥମ ଥର ପାଇଁ ବ୍ୟବହାର କରିବାକୁ ହେଲେ ରେଜିଷ୍ଚର କରିବା ଆବଶ୍ୟକ। ତେବେ କୋପାଇଲଟକୁ କମ୍ପାନୀରର ଓ୍ବେବସାଇଟରୁ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ copilot. Microsoft. comକୁ ଯାଇ ଲଗଇନ କରିପାରିବେ। ଏଥିରେ ମାଇକ୍ରୋସଫ୍ଟ ଆକାଉଣ୍ଟ, ସ୍କାଇପ କିମ୍ବା ମୋବାଇଲ ନମ୍ବରରେ ଲଗଇନ କରିପାରିବେ।
କୋପାଇଲଟରେ ତିଆରି କରିପାରିବେ ସଙ୍ଗିତ: କମ୍ପାନୀ କେମ୍ବ୍ରିଜ ସ୍ଥିତ ଏଆଇ ମ୍ୟୁଜିକ ଷ୍ଟାଟଅପ ସୁମୋ ସହିତ ପାର୍ଟନରସିପ କରିଛନ୍ତି। ଏହାର ଫାଇଦା ପାଇବେ ମାଇକ୍ରୋସଫ୍ଟ ୟୁଜର୍ସ। ଏହା ଦ୍ବାରା କମ୍ପାନୀର ଚାଟବୋଟ ଜରିଆରେ ଏଆଇ ସଙ୍ଗିତ ତିଆରି କରିପାରିବେ ୟୁଜର୍ସ। ଏଥିପାଇଁ ପ୍ରଥମେ କୋପାଇଲଟରେ ଲଗଇନ କରିବାକୁ ହେବ। ଏହାପରେ ସୁନୋ ପ୍ଲସ ଇନକୁ ଅନ୍ କରି ସଙ୍ଗିତ ତିଆରି କରିପାରିବେ।