ETV Bharat / science-and-technology

ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଏଭଳି କହିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ - ଲାଗରେଞ୍ଜ ପଏଣ୍ଟ

Union Minister Jitendra Singh on Aditya L1: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1 ନେଇ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ବୟାନ । ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ ଏଭଳି କହିଲେ..

Aditya L1:
Aditya L1:
author img

By ETV Bharat Odisha Team

Published : Dec 20, 2023, 12:31 PM IST

ହାଇଦ୍ରାବାଦ: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1 ସଫଳତାର ସହିତ ଆଗକୁ ବଢ଼ି ଚାଲିଛି । ବର୍ତ୍ତମାନ ଲାଗରେଞ୍ଜ ପଏଣ୍ଟ (ଏଲ-1) ଅଭିମୁଖେ ଅଗ୍ରସର ହୋଇଥିବା ବେଳେ ଏନେଇ ବଡ ବୟାନ ଦେଇଛନ୍ତି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ ଆସନ୍ତା ମାସର ପ୍ରଥମ ସପ୍ତାହରେ ଅର୍ଥାତ 2024 ଜାନୁଆରୀ ମାସରେ ପ୍ରଥମ ସପ୍ତାହରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ । ଏହାସହିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆସନ୍ତା ବର୍ଷ ମାନବ ମିଶନ ଗଗନଯାନ ସହିତ ଅନେକ ପରୀକ୍ଷଣ କରିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ମନ୍ତ୍ରୀ କହିଛନ୍ତି, "ମହାକାଶ ପ୍ରଯୁକ୍ତିବିଦ୍ୟାର ବିକାଶ ପରେ ଦେଶର ଜନତା ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ ଏଲ-1 ଭଳି ମହାକାଶ ଗବେଷଣା ସଫଳତାକୁ ଦେଖିବାରେ ସକ୍ଷମ ହୋଇଥିଲେ । ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1ର ଉତକ୍ଷେପଣ ଦେଖିବା ପାଇଁ 10 ହଜାରରୁ ଅଧିକ ସାଧାରଣ ଲୋକ ଉପସ୍ଥିତ ରହିଥିବା ବେଳେ ଭାରତର ପ୍ରଥମ ମୁନ୍‌ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସମୟରେ 1000 ଗଣମାଧ୍ୟମ ପ୍ରତିନିଧୀ ଉପସ୍ଥିତ ରହିଥିଲେ । ଏହାସହ ଚଳିତ ଆର୍ଥିକ ବର୍ଷର ଶେଷ 9ମାସ ଅର୍ଥାତ ଏପ୍ରିଲରୁ ଡିସେମ୍ବର ମାସ ସୁଦ୍ଧା ଭାରତ ସ୍ପେସ୍ ଷ୍ଟାର୍ଟଅପରେ 1000 କୋଟିରୁ ଅଧିକ ନିବେଶ ହୋଇଛି।"

ଏହା ମଧ୍ୟ ପଢନ୍ତୁ: Aditya L1 Mission: ଆଦିତ୍ୟ L1ର ସଫଳ ଉତକ୍ଷେପଣ, ଖୋଲିବ ସୂର୍ଯ୍ୟ ରହସ୍ୟ

ଷ୍ଟାର୍ଟଅପକୁ ନେଇ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "4 ବର୍ଷ ପୂର୍ବେ ଅନ୍ତରୀକ୍ଷ କ୍ଷେତ୍ରରେ କେବଳ ଗୋଟିଏ ଷ୍ଟାର୍ଟଅପ୍‌ ରହିଥିଲା । କିନ୍ତୁ ଏହି କ୍ଷେତ୍ର ଖୋଲିବା ପରେ ଆମର ବର୍ତ୍ତମାନ 190ଟି ବେସରକାରୀ ଷ୍ଟାର୍ଟଅପ୍‌ ରହିଛି। ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା । ସେହି ସମୟରେ ଅନ୍ତରୀକ୍ଷ କ୍ଷେତ୍ରରେ ଅଗ୍ରଣୀ ଦେଶଗୁଡ଼ିକ ଚନ୍ଦ୍ରରେ ପହଞ୍ଚିବା ପାଇଁ ଅଗ୍ରସର ହୋଇ ସାରିଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ଭାବେ ପରିଗଣିତ ହେଲା ଭାରତ। "

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ୍ବାଶିଂଟନ ଗସ୍ତ ସମୟରେ ନାସା ଜଣେ ଭାରତୀୟ ମହାକାଶ ଯାତ୍ରୀକୁ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ(ISS)କୁ ପଠାଇବା ପାଇଁ ପ୍ରସ୍ତାବ ରଖିଥିଲେ । ଯାହା ଆସନ୍ତା ବର୍ଷ ସତ ହେବା ସମ୍ଭାବନା ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.