ETV Bharat / science-and-technology

Aditya-L1: ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ L1

author img

By ETV Bharat Odisha Team

Published : Sep 18, 2023, 2:20 PM IST

ଆଦିତ୍ୟ ଏଲ-1ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଗୁରୁତ୍ବପୂର୍ଣ୍ଣ ସୂଚନା। ଆଦିତ୍ୟ ଏଲ-1 ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଥିବା ନେଇ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ

Aditya-L1
Aditya-L1

ହାଇଦ୍ରାବାଦ: ମହାକାଶକୁ ଆସିଲା ଖୁସି ଖବର । ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ISROର ପ୍ରଥମ ସୌର ମିଶନ୍ ଆଦିତ୍ୟ L1 ଏକ ଖୁସି ଖବର ଦେଇଛି । ଆଦିତ୍ୟ-L1 ନିଜର ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି ।

  • Aditya-L1 Mission:
    Aditya-L1 has commenced collecting scientific data.

    The sensors of the STEPS instrument have begun measuring supra-thermal and energetic ions and electrons at distances greater than 50,000 km from Earth.

    This data helps scientists analyze the behaviour of… pic.twitter.com/kkLXFoy3Ri

    — ISRO (@isro) September 18, 2023 " class="align-text-top noRightClick twitterSection" data=" ">

STEPS ଯନ୍ତ୍ରର ସେନ୍ସରଗୁଡ଼ିକ ପୃଥିବୀଠାରୁ 50,000 କିଲୋମିଟରରୁ ଅଧିକ ଦୂରରେ ସୁପର-ଥର୍ମାଲ୍ ଏବଂ ଉର୍ଜାବାନ ଆୟନ ଏବଂ ଇଲେକ୍ଟ୍ରନ୍ ମାପିବା ଆରମ୍ଭ କରିଛନ୍ତି । ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ପୃଥିବୀର ଚାରିପାଖରେ କଣିକାର ବ୍ୟବାହରର ବିଶ୍ଳେଷଣ କରିବାରେ ସାହାଯ୍ୟ କରିବ। ଏହାଦ୍ବାରା ବାୟୁମଣ୍ଡଳରେ ହେଉଥିବା ପରିବର୍ତ୍ତନ ବିଷୟରେ ସୂଚନା ମିଳିପାରିବ ।

ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିବା ଟ୍ବିଟରେ କୁହାଯାଇଛି, "ସୁପ୍ରା ଥର୍ମାଲ୍ ଏବଂ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (STEPS) ନାମକ ଯନ୍ତ୍ରର ସେନ୍ସର ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । 50 ହଜାର କିଲୋମିଟର ଦୂରରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ପୃଥିବୀର ଚାରିପାଖରେ କଣିକାର ବିଶ୍ଳେଷଣ କରିବାରେ ସାହାଯ୍ୟ କରିବ ।"

ଆଦିତ୍ୟ L1 ଏହାର ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଆଜି ମଧ୍ୟରାତ୍ରୀରେ ଟ୍ରାନ୍ସ-ଲାଗ୍ରାଞ୍ଜିଆନ ପଏଣ୍ଟ ଇନ୍ସର୍ସନ୍ (TL1I) ଅତିକ୍ରମ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ପୃଥିବୀଠାରୁ ପ୍ରାୟ 1.5 ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ-ପୃଥିବୀ ଲାଗ୍ରେଞ୍ଜ ପଏଣ୍ଟ 1 (L1) ଆଡକୁ ଯାତ୍ରା ଆରମ୍ଭ କରିବ ଆଦିତ୍ୟ ଏଲ-1 । ଏହି ଯାତ୍ରା ପାଇଁ 110 ଦିନ ସମୟ ଲାଗିବ ।

ଏହା ମଧ୍ୟ ପଢନ୍ତୁ: Aditya L1 Mission: ଚତୁର୍ଥ କକ୍ଷପଥ ଅତିକ୍ରମ କଲା ସୌର ମିଶନ ଆଦିତ୍ୟ L1

କହିରଖୁଛି କି, ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ 11ଟା 50 ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ L1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଶତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଚରୁର୍ଥ କକ୍ଷପଥ ଅତିକ୍ରମ କରିସାରିଥିବା ବେଳେ ଆଜି ମଧ୍ୟରାତ୍ରରେ ପଞ୍ଚମ କକ୍ଷପଥ ଅତିକ୍ରମ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ସିଧା L1ପଏଣ୍ଟ ଆଡ଼କୁ ଗତି କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । L1 କକ୍ଷପଥରୁ ସୂର୍ଯ୍ୟଙ୍କ ବାହ୍ୟସ୍ତର(କୋରୋନା) ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.