ETV Bharat / science-and-technology

Titan Smart Glass: ନେଇପାରିବେ Selfie, ଉଠାଇ ପାରିବେ ଫୋନ କଲ୍ - ସ୍ମାର୍ଟ ଚଷମାର ଉପଯୋଗିତା

ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ବଜାରରେ ପ୍ରବେଶ କରିଛି Titan କମ୍ପାନୀର ସ୍ମାର୍ଟଗ୍ଲାସ । ଯାହାକି ଅବିକଳ ଭାବେ ସ୍ମାର୍ଟ ୱାଚ ଭଳି କାମ କରିବା ସହିତ ସନଗ୍ଲାସ, କମ୍ପ୍ୟୁଟର ଗ୍ଲାସ ପରି ବ୍ୟବହାର ଉପଯୋଗୀ ହୋଇପାରିବ । ଅଧିକ ପଢନ୍ତୁ

ପ୍ରଥମ ସ୍ମାର୍ଟ ଚଷମା ଆଣିଲା Titan, ଜାଣନ୍ତୁ କଣ ରହିଛି ସୁବିଧା

author img

By

Published : Jan 10, 2022, 8:27 PM IST

ହାଇଦ୍ରାବାଦ: ଚଷମା କମ୍ପାନୀ Titan EYE+ ବଜାରରେ ପ୍ରବେଶ କରାଇଛି ଏହାର ପ୍ରଥମ ସ୍ମାର୍ଟ ଗ୍ଲାସ(Smart Glass) । ଏହାର ନାମ ରଖା ଯାଇଛି Titan EyeX । ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନିର୍ମାଣ ହୋଇଛି ଏହି ସ୍ମାର୍ଟ ଗ୍ଲାସ । ଏଥିରେ ଅଡ଼ିଓ, ଟଚ୍‌ କଣ୍ଟ୍ରୋଲ ସହିତ ଫିଟନେସ ଫିଚର ମଧ୍ୟ ରହିଛି । ଏହି ସ୍ମାର୍ଟ ଫୋନ ଉଭୟ Android ଓ iOS ଡିଭାଇସ ଦ୍ବାରା କାର୍ଯ୍ୟକ୍ଷମ ହୋଇପାରିବ । ସବୁଠୁ ଖାସ କଥା ହେଉଛି ଏହି ସ୍ମାର୍ଟ ଗ୍ଲାସଟି ସନଗ୍ଲାସ, ସ୍ପେକ୍ଟାକଲ ଓ କମ୍ପ୍ୟୁଟର ଗ୍ଲାସ ପାଇଁ ବ୍ୟବହାର ଉପଯୋଗୀ ହୋଇପାରିବ । ଏହାସହିତ ସେଲଫି ନେବା ଭଳି ଫିଚର ରହିଛି ଏହି ସ୍ମାର୍ଟ ଗ୍ଲାସରେ ।

୮ ଘଣ୍ଟା ରହିବ ବ୍ୟାଟେରୀ ଚାର୍ଜ:-

ସାଧାରଣତଃ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଚଷମାର ବ୍ୟବହାର କରିଥାନ୍ତି । ଦିନରେ ବାହରକୁ ଯିବା ସମୟରେ ଖରାକୁ ରକ୍ଷା ପାଇବା ପାଇଁ ସନଗ୍ଲାସ ବ୍ୟବହାର କରୁଥିବା ବେଳେ ଆଖି ସମସ୍ୟା ପାଇଁ ସ୍ପେକ୍ଟାକଲ ଓ କମ୍ପ୍ୟୁଟର ଲାଇଟ୍‌ରୁ ରକ୍ଷା ପାଇବା ପାଇଁ କମ୍ପ୍ୟୁଟର ଗ୍ଲାସ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଏହି ସ୍ମାର୍ଟ ଗ୍ଲାସ ବ୍ୟବହାର କଲେ ଅନ୍ୟ କେଉଁ ଗ୍ଲାସର ଆବଶ୍ୟକ ପଡିବ ନାହିଁ । ଏହାସହିତ ସ୍ମାର୍ଟ ଗ୍ଲାସ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ଚଷମାକୁ ଚାର୍ଜ ରଖିପାରିବ ।

ସ୍ମାର୍ଟଗ୍ଲାସର ମୂଲ୍ୟ ?

Titan କମ୍ପାନୀ ଏହି ଗ୍ଲାସର ମୂଲ୍ୟ ୯୯୯୯ ଟଙ୍କା ରଖିଛି । ଏହି ଗ୍ଲାସଟିକୁ ଗ୍ରାହକମାନେ ଟାଇଟନର ଅଫିସିଆଲ ୱେବସାଇଟରୁ କିଣି ପାରିବେ । କେବଳ ଗୋଟିଏ ରଙ୍ଗରେ ହିଁ ବର୍ତ୍ତମାନ ଟାଇଟନ ଏହି ସ୍ମାର୍ଟ ଗ୍ଲାସର ବଜାର ପ୍ରବେଶ କରାଇଛି । ବର୍ତ୍ତମାନ ଏହା ଫିକା କଳା ରଙ୍ଗ(Midnight Black)ରେ ମିଳୁଛି ।

କଣ ରହିଛି ଅତ୍ୟାଧୁନିକ ସୁବିଧା ?

ଏହି ଗ୍ଲାସଟି ଅଡ଼ିଓ ସ୍ପିକର ଭଳି କାମ କରିପାରିବା ସହିତ କ୍ଲିଅର ଭଏସ କ୍ୟାପଚର (Clear Voice Capture)ର ସୁବିଧା ରହିଛି । ଏହାକୁ ଇଅରଫୋନ ପରି ମଧ୍ୟ ବ୍ୟବହାର କରାଯାଇପାରିବ । ଏଥିରେ Pedometer ରହିଛି ଯାହାଦ୍ବାରା ଆପଣ କେତେ ବାଟ ଚାଲିଲେ, କେତେ ଦୂର ଅତିକ୍ରମ କଲେ ତାହା ଜାଣିହେବ । ଏହାସହିତ କଲ୍‌ ରିସିଭ ସହିତ କିଏ କଲ୍‌ କରିଛି ତାହା ମଧ୍ୟ ଏଥିରେ ଜାଣିହେବ । ଯଦି ଆପଣ କେତେବେଳେ ଏହି ସ୍ମାର୍ଟଗ୍ଲାସ ଖୋଜିବାରେ ବିଫଳ ହୋଇଛନ୍ତି, ତେବେ ଏହାକୁ ଟ୍ରାକ୍‌ ମଧ୍ୟ କରିହେବ । ଏହାସହିତ ସେଲଫି ନେବା ଭଳି ଫିଚର ରହିଛି ଏହି ସ୍ମାର୍ଟ ଗ୍ଲାସରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.